Posted inଖେଳ

ଭୁବନେଶ୍ୱରରେ ଏଫ୍‌ଆଇଏଚ୍‌ ଏକାଡେମୀର ଲେଭଲ ୨, ୩ କୋର୍ସ

ଭୁବନେଶ୍ୱର,୭।୨(ସ୍ପୋଟର୍‌ସ ବ୍ୟୁରୋ)- ଆଗକୁ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପ୍ରୋ ଲିଗ୍‌ ମ୍ୟାଚ୍‌ ଅବସରରେ ଭୁବନେଶ୍ୱରରେ ପୁଣି ଥରେ ଟେକ୍‌ନିକାଲ ଅଫିସିଆଲ କୋର୍ସ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୨୦୧୮ ଏଫ୍‌ଆଇଏଚ୍‌ ପୁରୁଷ ହକି ଓ୍ବଲର୍‌ଡ କପ୍‌ ଓ ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ ୨୦୧୯ ଅବସରରେ ମଧ୍ୟ ଏଫ୍‌ଆଇଏଚ୍‌ ଏକାଡେମୀ ହକି ଇଣ୍ଡିଆ ଲେଭଲ ୨ ଓ ଲେଭଲ ୩ କୋର୍ସ ସଫଳତାର ସହ ଆୟୋଜିତ ହୋଇଥିଲା।
ଏହି ଟେକ୍‌ନିକାଲ ଅଫିସିଆଲ କୋର୍ସ ପାଇଁ ଏଫ୍‌ଆଇଏଚ୍‌ ଏଡୁକେଟର୍ସ ବା ପ୍ରଶିକ୍ଷକ ଭାବେ ଏଡ୍‌ନା ରୁଟ୍ଟେନ (ନେଦରଲାଣ୍ଡ୍ସ, ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ପ୍ୟାନେଲ) ଓ ରୋଜିଏର ଓ୍ବାରିସ୍‌ (ନେଦରଲାଣ୍ଡ୍ସ, ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ ପ୍ୟାନେଲ) ଦାୟିତ୍ୱରେ ରହିବେ। ରୁଟ୍ଟେନଙ୍କ ତତ୍ତ୍ୱାବଧାନରେ ଲେଭଲ -୨ କୋର୍ସ ଆସନ୍ତା ୭ ତାରିଖରୁ ଆରମ୍ଭ ହୋଇ ୯ ତାରିଖରେ ଶେଷ ହେବ। ସେହିପରି ଓ୍ବାରିସ୍‌ଙ୍କ ତତ୍ତ୍ୱାବଧାନରେ ଲେଭଲ- ୩ କୋର୍ସ ମଧ୍ୟ ଏହି ଦିନରେ ଆୟୋଜନ ହେବ। ଏହି କୋର୍ସରେ ୨୫ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ଭାଗ ନେବାର କାର୍ଯ୍ୟକ୍ରମ ରହିଛି।
ସେହିପରି ଏଫ୍‌ଆଇଏଚ୍‌ ଏକାଡେମୀ- ହକି ଇଣ୍ଡିଆ ଲେଭଲ ୨ ଅମ୍ପାୟର କୋର୍ସ, ଲିଭେଲ ୩ ଅମ୍ପାୟର କୋର୍ସ, ଗୋଲ କିପର କୋଚିଂ କୋର୍ସ ଲିଭେଲ ୧ ଆସନ୍ତା ୨୧ରୁ ୨୩ ତାରିଖ ମଧ୍ୟରେ ଆୟୋଜନ ହେବ। ଅମ୍ପାୟର ଓ କୋଚ୍‌ମାନଙ୍କ ବୈଷୟିକ ଜ୍ଞାନରେ ଉନ୍ନତି ଆଣିବା ପାଇଁ ଏଭଳି କୋର୍ସର ଆୟୋଜନ କରାଯାଇଛି ବୋଲି କୁହାଯାଇଛି। ରେଲଓ୍ବେର ଟେକ୍‌ନିକାଲ ଅଫିସିଆଲ ରେଣୁବାଳା ଓ ବିହାରର ରାବି ରୋଶନ ଲେଭଲ ୨ ଟେକ୍‌ନିକାଲ ଅଫିସିଆଲ କୋର୍ସର ନେଇ ବେଶ୍‌ ଉତ୍ସାହ ପ୍ରକଟ କରିଛନ୍ତି। ମଧ୍ୟପ୍ରଦେଶର ବନ୍ଦନା ରଘୁବଂଶୀ ଓ ଛତିଶଗଡ଼ର ସତିନ୍ଦର ଶର୍ମା ଏହି କୋର୍ସଗୁଡିକରେ ଅଂଶଗ୍ରହଣ କରି ଅଧିକ ଜ୍ଞାନ ଆରୋହଣ କରିବା ଲକ୍ଷ୍ୟରେ ରହିଛନ୍ତି । ଏ କୋର୍ସ ନେଇ ଏମାନେ ବେଶ୍‌ ଉତ୍ସାହ ପ୍ରକଟ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?