ପଥ୍ୟ ହିଁ ଚିକିତ୍ସା

ଡ. ଦୀପକ ଭଟ୍ଟାଚାର୍ଯ୍ୟ
ରୋଗୀ ପାଇଁ ଉପଯୁକ୍ତ ଖାଦ୍ୟକୁ ହିଁ ପଥ୍ୟ କୁହାଯାଏ। ରୋଗୀର ଚିକିତ୍ସା ପାଇଁ ଔଷଧ ଯେତିକି ଗୁରୁତ୍ୱପୂର୍ଣ୍ଣ ପଥ୍ୟ ମଧ୍ୟ ତତୋଽଧିକ। ଉଦାହରଣସ୍ବରୂପ କୋଷ୍ଠକାଠିନ୍ୟ ହେଲେ ଅଣଡାଇବେଟିସ୍‌ ରୋଗୀଙ୍କ ପାଇଁ ଲିଆ, ଖଜୁରି, ମକା, ତେନ୍ତୁଳି, ଗହମ ଛତୁଆ, ପଇଡ଼ ନାଳୀ, ଅମୃତଭଣ୍ଡା, ପାଚିଲା କଦଳୀ, ନାରଙ୍ଗୀ, କମଳା ପ୍ରଭୃତି ଖାଇବା ଉଚିତ। କିନ୍ତୁ ଡାଇବେଟିସ୍‌ ହୋଇଥିଲେ ମିଠାଜାତୀୟ ଜିନିଷ ଛଡ଼ା ଅନ୍ୟ ଖାଦ୍ୟ ଖାଇପାରିବେ। ସାଇନୋସାଇଟିସ୍‌ ପାଇଁ ଭାକୁରମାଛ ମୁଣ୍ଡ, ମାଛତେଲ, ଘିଅ, ମହୁ, ସୋରିଷତେଲ, ମସଲା ଇତ୍ୟାଦି ଖାଇବା ଉଚିତ। ପୋଷ୍ଟ୍ରେଟ୍‌ ରୋଗୀ ଖାଇବେ ଦଦୟା ପତ୍ର, ପୋଇଶାଗ, କଖାରୁ ପ୍ରଭୃତି। ଉଚ୍ଚ ରକ୍ତଚାପ ରୋଗୀ ଖାଇବେ କାକୁଡ଼ି ଚୋପା, ସଜନା ଶାଗ ଓ ଛୁଇଁ, କୋଳଥ, କଲରା, ମସୁର ଡାଲି, ପୁରୁଣା ନାଲି ଉଷୁନା ଚାଉଳ, ଲେମ୍ବୁ, କଞ୍ଚାଲଙ୍କା ପ୍ରଭୃତି। ଏସବୁ ବିନା ଲୁଣରେ ଖାଇବାକୁ ହେବ। ଆଇବିଏସ୍‌ (ଇରେଗୁଲାର ବାୱେଲ୍‌ ସିଣ୍ଡ୍ରୋମ୍‌) ରୋଗୀମାନେ କଂସାଥାଳି ବା କଦଳୀପତ୍ରରେ ଖାଇବା ଉଚିତ। ସେମାନେ କଞ୍ଚାଲଙ୍କା, ଲୁଣ, ଲେମ୍ବୁ, ଖୁରୁଡ଼ ନଡ଼ିଆ, ପୁରୁଣା ଉଷୁନା ଚାଉଳର ଭାତ ଖାଇବା ଭଲ। ତେବେ କ୍ୟାନ୍‌ସର ରୋଗୀମାନଙ୍କ ପାଇଁ କ’ଣ ପଥ୍ୟ ବା ଅପଥ୍ୟ ତାହା ଏଠାରେ ପ୍ରଧାନ ଆଲୋଚ୍ୟ ବିଷୟ।
କ୍ୟାନ୍‌ସରରେ କେମୋଥେରାପି, ରେଡିଓ ଓ ବ୍ରାକିଥେରାପି, ଇଲେକ୍ଟ୍ରୋନ୍‌ ବିମ୍‌ ଥେରାପି, ଅସ୍ତ୍ରୋପଚାର ଇତ୍ୟାଦିର ପ୍ରୟୋଗ କରାଯାଏ। ଅନ୍ୟ ରୋଗ ଚିକିତ୍ସା ତୁଳନାରେ ବାସ୍ତବରେ ଏହା ଏକ ଦମନଲୀଳା। ଏହି ଦମନ ହେତୁ ରୋଗୀର ଅଙ୍ଗପ୍ରତ୍ୟଙ୍ଗ ଉପରେ ବ୍ୟାପକ ଭାବରେ ପ୍ରତିକ୍ରିୟା ସୃଷ୍ଟି ହୁଏ ଏବଂ କ୍ଷୟକ୍ଷତି ବି ହୁଏ। ସର୍ବାଧିକ ପାକସ୍ଥଳୀ, ଅନ୍ତ୍ର ଓ ଅସ୍ଥିମଜ୍ଜା ଉପରେ ଏହି ଦମନଲୀଳା ପ୍ରତିଫଳିତ ହୋଇଥାଏ। ଖର୍ଚ୍ଚର କଥା କହିଲେ ନ ସରେ। ଚିକିତ୍ସା ଚାଲିଥିବା ବେଳେ ରୋଗୀ ମାନସିକ ଯନ୍ତ୍ରଣା ଭୋଗିବା ସହ ରକ୍ତଶୂନ୍ୟତା, ନିମ୍ନ ରକ୍ତଚାପ, ଗଣ୍ଠିବିନ୍ଧା, ଅସ୍ଥିରତା, ଉଦରପୀଡ଼ା ଇତ୍ୟାଦିରେ ଆକ୍ରାନ୍ତ ହୋଇ ପଡ଼ିଥାଏ। ରୋଗପୀଡ଼ାଠାରୁ ଚିକିତ୍ସାପୀଡ଼ା ବଳିପଡ଼େ।
କ୍ୟାନ୍‌ସର ବିରୋଧରେ ରଣକାୈଶଳ ସମ୍ପୂର୍ଣ୍ଣ ଭାବରେ ବଦଳାଇବା ସମୟର ଡାକ। ତତ୍‌ସହ ପଥିପାଚନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ତେଣୁ ପ୍ରଶ୍ନ ହେଉଛି ରୋଗୀ କ୍ୟାନ୍‌ସର ଚିକିତ୍ସା ବେଳେ ଖାଇବେ କ’ଣ? କ୍ୟାନ୍‌ସରରେ ସାହାଯ୍ୟକାରୀ ଖାଦ୍ୟ- ତୁଳସୀ, ଅଁଳା, ବାଡ଼ଇଁଳା, ପାଚିଲା କଦଳୀ, ମଞ୍ଜା, ଭଣ୍ଡା, ଅମୃତଭଣ୍ଡା, ଡାଳିମ୍ବ, କେନ୍ଦୁ, ଖଇ, ପୋଇ, କୋଳଥ, କାକୁଡ଼ି, ଲିଆ, ରନ୍ଧାଚୂନ, ଗୁଡ଼, ଘିଅ, ଚା, ଚିନି, ଛେନା, ବିଲାତି, ବେଲ, ବେଲପତ୍ର, ମଧୁର କୋଳି, ରାଶି, ମକା, ପୋଟଳ, ପୋସ୍ତକ, ପାନଡେମ୍ଫ, ମାଟିଆଳୁ, ସବୁଜ ଲଙ୍କା, କ୍ୟାପ୍ସିକମ୍‌, ଶୁଖିଲା ଲଙ୍କାର କଳା ପାଉଁଶ, ବାଇଗଣ, ଭେଜି ବାଇଗଣ, ଲହୁଣି, ଲାଉ, କ୍ଷୀର, ଛୋଟ ମାଛ, ମସଲା ଖାଦ୍ୟ, ସୋରିଷ ଓ ତେଲ, ବେସର, ମହୁର, ମାଣ୍ଡିଆ, ଶିରିଣି, ତୋରାଣି, ପଖାଳ, ଚୁଡ଼ା, ମୁଢ଼ି, ମୁଆଁ, ଚଣା, ବେସନ, ପାମ୍ପଡ଼। କୌଣସି ଖାଦ୍ୟ ଅତ୍ୟଧିକ ବା ଦୈନିକ ଖାଇବେ ନାହିଁ। କେମୋ ବା ରେଡିଓଥେରାପି ନେଉଥିବା ବେଳେ ଓଆର୍‌ଏସ୍‌, ମଲ୍‌ଟିମିନେରାଲ ସାହାଯ୍ୟକାରୀ। ଟ୍ରେସ୍‌ ଏଲିମେଣ୍ଟ୍‌ସ, ମିନେରାଲ୍‌ସ ଇତ୍ୟାଦି ଉପପଥି ହିସାବରେ ଉପାଦେୟ।
କ୍ୟାନ୍‌ସରରେ ବାରଣ କରାଯାଇଥିବା ଖାଦ୍ୟ- ତେନ୍ତୁଳି, ସାରୁ, କଞ୍ଚା କଦଳୀ, କଙ୍କଡ଼ା, ଛତୁ, ଆଣ୍ଟି ହିଷ୍ଟାମିନ, ଆଣ୍ଟି ଏଲାର୍ଜେନ, ମୃଦୁପାନୀୟ, ଭିଟାମିନ୍‌, ଏନ୍‌ଜାଇମସ୍‌, ଫୋଲେଟ୍‌ସ, ଫଲିକ୍‌ ଏସିଡ୍‌, ଆୟୋଡିନ, ଆୟୋଡିନ୍‌ଯୁକ୍ତ ଲବଣ, ବିଟ୍‌, ଶୁଖୁଆ, ହାଇ ଏନର୍ଜି ଓ ପ୍ରୋଟିନ୍‌ ରିଚ୍‌ ଖାଦ୍ୟ, ଗୋମୂତ୍ର, ଗହମ ଘାସ, ଭାଙ୍ଗ ଇତ୍ୟାଦି କ୍ୟାନ୍‌ସର ରୋଗୀଙ୍କ ପାଇଁ ନିଷେଧ। ଏନ୍‌ଜାଇମସ, ଆମିନୋଏସିଡ୍‌ସ, ଏସେନ୍‌ସିଆଲ୍‌ ଓ ନନ୍‌ ଏସେନ୍‌ସିଆଲ୍‌ ଅଏଲ୍‌ସ, ଫସ୍‌ଫେଟ୍‌, ଫସ୍‌ଫରସ୍‌ ଥିବା ପରିବା, ନାଇଟ୍ରେଟ, ଅକ୍‌ସିଜେନ ଓ ବିଶେଷତଃ ଓଜୋନ, ନାଇଟ୍ରୋଜେନ୍‌ ଇତ୍ୟାଦି ନିୟନ୍ତ୍ରଣରେ ଥିବା କ୍ୟାନ୍‌ସରକୁ ଲଗାମହୀନ କରିଦିଏ। ଦ୍ରବ୍ୟକୁ ଗୁଣବିହୀନ କରିଦିଏ। ଏହା ବ୍ୟତୀତ ନୂତନ ରକ୍ତନଳୀ ସୃଷ୍ଟି କରିବାରେ ସାହାଯ୍ୟ କରେ। ଏହା ଟ୍ୟୁମର ଓ କ୍ୟାନ୍‌ସରକୁ ବହୁମାତ୍ରାରେ ତ୍ୱରାନ୍ବିତ କରିଥାଏ।
କ୍ୟାନ୍‌ସର ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ପାଇଁ ଏକ ଅତିରିକ୍ତ ଓ ବିଶେଷ ଘର ତିଆରି ଖାଦ୍ୟ ହିତକର। ଏହାର ସୂଚନା ନିମ୍ନରେ ଦିଆଗଲା- ଭଜାଚୁଡ଼ା, ୟୁରିଆବିହୀନ ମୁଢ଼ି, ଭଜାଅଟା, ଭଜା ବେସନ, ଅରୁଆ ବା ଉଷୁନା ଭାତ, ନଡ଼ିଆ, ସିଝା ମସୁର/ହରଡ଼, ମାଣ୍ଡିଆ, କୋଳଥ ଇତ୍ୟାଦି ଏକ ମୁଠା ଲେଖାଏଁ। ତନ୍ମଧ୍ୟରେ ଦହିପାଣି, କାଞ୍ଜି, ତୋରାଣି ବା ଭାଙ୍ଗପାଣି (ଦୁଇ ଚାମଚ), ସୈନ୍ଧବ ଲବଣ, ଗୁଡ଼, ଘିଅ ଇତ୍ୟାଦିି ବ୍ୟକ୍ତିଗତ ରୁଚି ଅନୁସାରେ। ଏହାସବୁ ଶିଳରେ ବା ଗ୍ରାଇଣ୍ଡରରେ ପେଷା ହେବ। ଏହାକୁ ଦିନତମାମ ରୋଗୀ ଅଳ୍ପ ଅଳ୍ପ ଖାଇବେ। ରାତି ଶଯ୍ୟା ପୂର୍ବରୁ ଆରାରୁଟ୍‌ ସେବନ କରିବେ। ଏହାଛଡ଼ା ଚିକିତ୍ସାଜନିତ ଦ୍ରବ୍ୟ ଓ ତା’ର ମାତ୍ରା ଖୁବ୍‌ କମ୍‌ ସେବନ କଲେ ବିକଳ ହୋଇଥିବା ଅନ୍ତ୍ର ଓ ବିଭିନ୍ନ ଶାରୀରିକ ଯନ୍ତ୍ରକୁ ମିଳିଥାଏ ଉପଶମ। ମୂଳ ସମସ୍ୟା ଯଥା ବିକଳ ହୋଇଥିବା ପେରିଷ୍ଟାଲସିସ୍‌ ଫେଲିଓର ଏବଂ ଅନ୍ତ୍ର ଜାକି ଓ ଲୁମେନ ନିଗାଡ଼ି ହେବାଟା କମିଯାଏ। ଶରୀର ପୁନଶ୍ଚ ପାଇଥାଏ ଖାଦ୍ୟରୁ ରସାୟନ, ଯବକ୍ଷାର ଓ ଟ୍ରେସ୍‌ଏଲିମେଣ୍ଟ୍‌ସ।
ଶରୀର ସୁସ୍ଥ ଥିବା ବେଳେ ନେହୁଆ ସ୍ତନ କର୍କଟ ଏବଂ କେନ୍ଦୁ ଜରାୟୁ ଓ ଲସିକା କର୍କଟକୁ ପ୍ରତିହତ କରିଥାଏ। କିନ୍ତୁ କ୍ୟାନ୍‌ସର ହୋଇଥିଲେ ଉଭୟ ଫଳ ରୋଗକୁ ବଢ଼ାଇଦିଏ। ହଳଦୀ ଓ ହଳଦୀ ଲେପ ଚର୍ମ କ୍ୟାନ୍‌ସରରେ ଉପଯୋଗୀ। ପୁରୁଷର ଦଣ୍ଡବୈଠକ, ନାରୀର ବୈଠକ ଓ ପୁଚିଖେଳ ପ୍ରଭୃତି ବ୍ୟାୟାମ ପ୍ରଜନନ ଅଙ୍ଗରେ କ୍ୟାନ୍‌ସରକୁ ପ୍ରତିହତ କରେ। ସେହିପରି ଚନ୍ଦନ ଓ କର୍ପୂରର ବ୍ୟବହାର ପୁରୁଷ ଓ ନାରୀ ଉଭୟଙ୍କ ପାଇଁ ଲିମ୍ଫ କ୍ୟାନ୍‌ସରରେ ଉପାଦେୟ। କ୍ୟାନ୍‌ସର ବେଳେ ଡାଳିମ୍ବ ଚୋପା ଅତି ଉପକାରୀ। ସବୁ ପ୍ରକାର ଫୁସ୍‌ଫୁସ୍‌ କ୍ୟାନସ୍‌ରରେ ବାଇଗବା ଫଳ, ଜଡ଼ାତେଲ, ସୋରିଷ ତେଲ, ବିଶେଷତଃ ରାସାୟନିକ ତୈଳ ପ୍ରଭୃତି ଉପାଦେୟ।
ସଂସାର ବଡ଼ ଜଟିଳ, ଯାହାକୁ ଗୃହିଣୀ ଚଳାଇଥାନ୍ତି। ଲକ୍ଷ୍ୟ କରିବାର କଥା ଯେ, ପରିବାରର କେଉଁ ସଦସ୍ୟ ସୁଆଦିଆ କଞ୍ଚାଲଙ୍କା ଅନାୟାସରେ ଖାଇପାରୁଥିଲେ ଅଥଚ ହଠାତ୍‌ ଆଉ ଖାଇପାରୁନାହାନ୍ତି। ଜିଭ ପାଟି ଜଳେ ଓ ଓଠ କଳାଦିଶେ। ଏପରି ଦେଖାଗଲେ ତୁରନ୍ତ ଫ୍ୟାମିଲି ଫିଜିସିଆନଙ୍କ ସହ ପରାମର୍ଶ କରିବା ଆବଶ୍ୟକ।
ମୋ- ୮୮୯୫୯୯୭୨୫୯


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri