Posted inଖେଳ

ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଏଲିସ୍‌ଙ୍କ ଅବସର

ଓ୍ବେଲିଂଟନ, ୧୯।୩- ଇଂଲଣ୍ଡ କାଉଣ୍ଟି କ୍ରିକେଟ୍‌ କ୍ଲବ କେଣ୍ଟରବରୀ ତଥା ନ୍ୟୁଜିଲାଣ୍ଡ ବୋଲିଂ ଅଲ୍‌ରାଉଣ୍ଡର ଆଣ୍ଡ୍ରିଉ ଏଲିସ୍‌ ୧୮ ବର୍ଷର କ୍ୟାରିୟରରେ ପୂର୍ଣ୍ଣଛେଦ ଟାଣି ଗୁରୁବାର ଅବସର ଘୋଷଣା କରିଛନ୍ତି। ୩୭ ବର୍ଷୀୟ ଏଲିସ୍‌ ୨୦୧୨ରେ ଜିମ୍ବାଓ୍ବେ ବିପକ୍ଷରେ ଦିନିକିଆ ପଦାର୍ପଣ କରି ଅନ୍ତର୍ଜତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସୀମିତ କ୍ୟାରିୟରରେ ସେ ନ୍ୟୁଜିଲାଣ୍ଡ ପାଇଁ ୧୫ ଦିନିକିଆ ଓ ୫ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୧୫୪ ଓ ୨୫ ରନ୍‌ ସଂଗ୍ରହ କରିଛନ୍ତି। ସେହିଭଳି ବୋଲିଂରେ ଦିନିକିଆରେ ୧୨ ଓ ଟି୨୦ରେ ୨ଟି ଉଇକେଟ୍‌ ସଫଳତା ପାଇଛନ୍ତି। ତେବେ ଘରୋଇ କ୍ରିକେଟ୍‌ରେ ଏଲିସ୍‌ ବେଶ୍‌ ସକ୍ରିୟ ରହିଥିଲେ। ସେ ୧୦୫ ପ୍ରଥମ ଶ୍ରେଣୀ, ୧୦୯ ଲିଷ୍ଟ-ଏ ମ୍ୟାଚ୍‌ ଏବଂ ୧୧୭ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ତିନୋଟି ଯାକ ଫର୍ମାଟ୍‌ରେ ସେ ମୋଟ୍‌ ୮୬୪୪ ରନ୍‌ ଏବଂ ୪୯୪ ଉଇକେଟ୍‌ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଇତିହାସରେ ୨ୟ କ୍ରିକେଟର୍‌ ଭାବେ ଏଲିସ୍‌ ଘରୋଇ କ୍ରିକେଟ୍‌ର ୩ଟି ଯାକ ଫର୍ମାଟ୍‌ରେ ୧୦୦ରୁ ଊର୍ଦ୍ଧ୍ୱ ମ୍ୟାଚ୍‌ ଖେଳିବାର କୃତିତ୍ୱ ଲାଭ କରିଛନ୍ତି। ତାଙ୍କ ପୂର୍ବରୁ ଟଡ୍‌ ଆଷ୍ଟଲ ଏହି କ୍ଲବରେ ସାମିଲ ହୋଇଥିଲେ। କାଉଣ୍ଟି କ୍ରିକେଟ୍‌ କ୍ଲବ କେଣ୍ଟରବରୀର ସେ ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡ ମଧ୍ୟ ରହିଥିଲେ। ଏଲିସ୍‌ ବୋଲିଂ କରୁଥିବାବେଳେ ସର୍ବଦା ହେଲ୍‌ମେଟ୍‌ ପିନ୍ଧିଥାନ୍ତି। ଏଥିଲାଗି ସେ ବେଶ୍‌ ଚର୍ଚ୍ଚାରେ ମଧ୍ୟ ରହିଥିଲେ। ତେବେ ତାଙ୍କ ହେଲ୍‌ମେଟ୍‌ ପିନ୍ଧା ପଛରେ ଏକ କାରଣ ରହିଛି। ୨୦୧୮ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡର ଘରୋଇ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ଏଲିସ୍‌ଙ୍କ ବଲ୍‌କୁ ଜିତ୍‌ ରାଭାଲ ଜୋର୍‌ଦାର ପ୍ରହାର କରିଥିଲେ। ଶଟ୍‌ଟି ଏତେ ଶକ୍ତିଶାଳୀ ଥିଲା ଯେ ଫଲୋଥ୍ରୁ’ରେ ଏଲିସ୍‌ ମୁଣ୍ଡରେ ବାଜି ପଡ଼ିଆ ବାହାରକୁ ଚାଲିଯାଇଥିଲା। ଅମ୍ପାୟର ଏହାକୁ ଛକା ଘୋଷଣା କରିଥିଲେ। ରାଭାଲ ଏଥିରେ ସାମାନ୍ୟ ଆଘାତ ପାଇଥିଲେ ମଧ୍ୟ ପରେ ବୋଲିଂ କଲାବେଳେ ସର୍ବଦା ବେସ୍‌ବଲରେ ବ୍ୟବହାର କରାଯାଉଥିବା ହେଲ୍‌ମେଟ୍‌ ପିନ୍ଧିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

ଟିମ ଇଣ୍ଡିଆରେ ବଡ଼ ଓଲଟପାଲଟ: ରୋହିତଙ୍କୁ ଦଳରୁ ବାହାର କଲା BCCI, କ୍ରିକେଟ ଜଗତରେ ହଇଚଇ

ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri