Posted inଖେଳ

ନ୍ୟାଶନାଲ୍‌ ମୋଟର ରେସିଂରେ ହୋଣ୍ଡାର ଡବଲ୍‌ ବିଜୟ

ଭୁବନେଶ୍ୱର, ୮।୮(ସ୍ପୋଟର୍‌ସ ବ୍ୟୁରୋ)- ଚେନ୍ନାଇଠାରେ ଚାଲିଥିବା ଇଣ୍ଡିଆନ ନ୍ୟାଶନାଲ ମୋଟର ରେସିଂ ଚାମ୍ପିୟନଶିପର ତୃତୀୟ ରାଉଣ୍ଡରେ ଆଇଡିମିତ୍‌ସୁ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକମାନେ ସର୍ବାଧିକ ୧୦ ପୋଡିୟମ୍‌ ଫିନିସ୍‌ କରିଛନ୍ତି। କ୍ରମାଗତ ଚତୁର୍ଥ ବିଜୟ ସହ ରାଜୀବ ସେଥୁ ପ୍ରୋଷ୍ଟକ ୧୬୫ ସିସି ଚାମ୍ପିଆନ୍‌ସିପରେ ଅଗ୍ରଣୀ ହାସଲ କରିଛନ୍ତି। ସରଥଙ୍କ ଡବଲ୍‌ ପୋଡିୟମ୍‌ ଫିନିସ୍‌ ଯୋଗୁ ହୋଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛି।
ପ୍ରୋଷ୍ଟକ୍‌ ୨୦୧-୩୦୦ ସିସି ବର୍ଗରେ ଆଇଡିମିତ୍‌ସୁ ହୋଣ୍ଡା ଟେନ୍‌ ୧୦ ରେସିଂ ଟିମ୍‌ର ତିନି ଚାଳକ ଅନିଶ ସେଟ୍ଟି (ପ୍ରଥମ), ଅଭିଶେକ ଭି. (ଦ୍ୱିତୀୟ) ଓ ଅରବିନ୍ଦ ବି. (ତୃତୀୟ) ପ୍ରଥମ ତିନିସ୍ଥାନରେ ରହିଛନ୍ତି। କାର୍ତିକ ହବିବ୍‌ଙ୍କ ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରି ମହମ୍ମଦ ମିକାଇଲ ପ୍ରଥମ ସ୍ଥାନ ହାସଲ କରି ଆଇଡିମିତ୍‌ସୁ ହୋଣ୍ଡା ଟ୍ୟାଲେଣ୍ଟ କପ୍‌ ଏନ୍‌ଏସ୍‌ଏଫ୍‌ ୨୫୦ଆର୍‌ ବର୍ଗରେ ଅଗ୍ରଣୀ ରହିଛନ୍ତି। କେଭିନ୍‌ କ୍ୱିଣ୍ଟାଲ୍‌ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଆଇଡିମିତ୍‌ସୁ ହୋଣ୍ଡା ଟ୍ୟାଲେଣ୍ଟ କପ୍‌ ସିବି୧୫୦ଆର୍‌ ରେସ୍‌ ବର୍ଗରେ ସାମୁଏଲ ମାର୍ଟିନ୍‌ ପ୍ରଥମ, ଲାଲ୍‌ ନୁନ୍‌ସାଙ୍ଗ ଦ୍ୱିତୀୟ ଓ ଦୀପକ କୁମାର ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏହି ରାଉଣ୍ଡ ଶେଷ ହେବା ସହ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ ଚାଇନାର ଜୁହାଲ୍‌ ଯାତ୍ରା କରିିବ। ସେଠାରେ ଏସିଆର ଶ୍ରେଷ୍ଠ ଚାଳକମାନଙ୍କ ସହିତ ସପ୍ତାହ ଶେଷରେ ଏସିଆ ରୋଡ୍‌ ରେସିଂ ଚାମ୍ପିଆନ୍‌ଶିପ୍‌ରେ ଅଂଶଗ୍ରହଣ କରିବ ବୋଲି ବ୍ରାଣ୍ଡ୍‌ ଆଣ୍ଡ୍‌ କମ୍ୟୁନିକେସନ, ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଉପସଭାପତି ପ୍ରଭୁ ନାଗରାଜ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?