ନୀଳାମ୍ବରପଲ୍ଲୀରେ ବିକାଶ ଅପହଞ୍ଚ

ପାତ୍ରପୁର ୧୮ା୧୧(ଡି.ଏନ୍‌.ଏ.)-ବ୍ରିଟିଶ ଅମଳର ଗାଁ, ହେଲେ ବିକାଶ ଅପହଞ୍ଚ। ଏଭଳି ଏକ ଗାଁ ରହିଛି ପାତ୍ରପୁର ବ୍ଲକ ଆମ୍ବପୁର ପଞ୍ଚାୟତରେ। ଜରଡ଼ା ରାଜାଙ୍କ ବଂଶଧରମାନେ ଦେଶ ସ୍ବାଧୀନ ହେବା ବହୁ ପୂର୍ବରୁ ଜରଡ଼ାଗଡ଼ ନିକଟରେ କେତେକ ପ୍ରଜାଙ୍କ ପାଇଁ ବସତି ସ୍ଥାପନ କରି ଗ୍ରାମର ନାମ ନୀଳାମ୍ବରପଲ୍ଲୀ ରଖିଥିଲେ। ବର୍ତ୍ତମାନ ଗାଁରେ ୨୫ରୁ ଉର୍ଦ୍ଧ୍ୱ ଆଦିବାସୀ ତଥା ଶବର ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ଗାଁ ପରିମଳ ସହ ପରିବେଶ ପରିଛନ୍ନତା ଥିଲେ ମଧ୍ୟ ଗାଁର ବିକାଶ ହୋଇପାରିନାହିଁ। ପଡୋଶୀ ଗାଁର ବିକାଶ ଦେଖିଲେ ନୀଳାମ୍ବରପଲ୍ଲୀକୁ ପ୍ରଶାସନ ଭୂଲି ଯାଇଥିବା ମନେହୁଏ। ଏତେ ବର୍ଷର ପୁରୁଣା ଗାଁ ହେଲେବି ପକ୍କା ରାସ୍ତାଟିଏ ନାହିଁ। ଦାମୋଦରପଲ୍ଲୀ ଠାରୁ ଏହି ଗ୍ରାମକୁ ମାଟି ରାସ୍ତା ଥିଲେ ମଧ୍ୟ ତାହା ମରଣଯନ୍ତା ପାଲଟିଛି। ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ଲାଗି ପ୍ରାଥମିକ ବିଦ୍ୟାଳୟ ରହିଛି। ମାତ୍ର ନାରାୟଣ ସାଗରର ଏକ ନାଳ ଯୋଗୁ ପିଲାମାନେ ବିପଦପୂର୍ଣ୍ଣ ଭାବେ ବିଦ୍ୟାଳୟ ଆସୁଛନ୍ତି। ଉକ୍ତ ନାଳ ଉପରେ ୨ଟି ସିମେଣ୍ଟ ହ୍ୟୁମ୍‌ପାଇପ ପକାଇ ତା’ଉପରେ ବିଦ୍ୟୁତ୍‌ ଖୁଣ୍ଟ ରଖି ଛାତ୍ରୀଛାତ୍ର ଓ ଗ୍ରାମବାସୀ ଯିବା ଆସିବା କରୁଛନ୍ତି। ବର୍ଷାଦିନେ ପ୍ରଖର ସ୍ରୋତରେ ତା ଉପରେ ବିପଦପୂର୍ଣ୍ଣଭାବେ ଯାଇଥାନ୍ତି। ଗ୍ରାମର ଶିଶୁମାନେ ନରସିଂହପୁରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର କେବେ ଦେଖି ନଥିବାବେଳେ ୫ବର୍ଷ ହେଲେ ସିଧାସଳଖ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଛାଡୁଥିବା ଗ୍ରାମର ମହିଳାମାନେ କହିଛନ୍ତି। ଅଙ୍ଗନଓ୍ବାଡି କର୍ମୀ ଦୁଇ ତିନି ମାସକୁ ଥରେ ଗ୍ରାମକୁ ଆସି ଅଣ୍ଡା ଓ ଛତୁଆ ଦେଉଥିବା ମହିଳାମାନେ କହିଥିଲେ। ରାସ୍ତା ନଥିବାରୁ ଶିଶୁମାନେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯାଇପାରୁ ନାହଁାନ୍ତି। ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୧୬ ଜଣ ପିଲାଙ୍କୁ ୨ଜଣ ଶିକ୍ଷକ ଗୋଟିଏ ଭଙ୍ଗା କୋଠରୀରେ ପଢାଉଛନ୍ତି। ଏହି ଗ୍ରାମକୁ ଛାଡ଼ି ସବୁ ଗ୍ରାମର ଲୋକଙ୍କୁ ସୋଲାର ଯୋଗେ ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ପିଇବା ପାଣି ମିଳୁଛି। ହେଲେ ଏହି ଗ୍ରାମର ୨୫ ପରିବାର ଏଥିରୁ ବଞ୍ଚତ୍ତ। ଗ୍ରାମ ପାଖ ନଳକୂପରୁ ପାଣି ଆଣି ପିଉଛନ୍ତି। ୨୦ରୁ ଉର୍ଦ୍ଧ୍ୱ ପରିବାରକୁ ମୋକୁଡ଼ିଆ କିମ୍ବା ଆବାସ ଯୋଜନା ମିଳିନି। ତିତ୍‌ଲି ବାତ୍ୟାପରେ ମିଳିଥିବା ପାଲ ଟାଙ୍ଗି ଆଦିବାସୀମାନେ ରହୁଛନ୍ତି। ରାସ୍ତା ନଥିବାରୁ ଅବିବାହିତ ପୁଅଙ୍କୁ ପଡ଼ିଶା ଗଁାଲୋକେ ଝିଅ ଦେଉ ନାହଁାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ଠିଆହେଲେ ଜରଡ଼ାର ସ୍ବାସ୍ଥ୍ୟକେନ୍ଦ୍ର ଦେଖାଯାଉଥିଲେ ମଧ୍ୟ ଦୋଳାରେ ବୁହାହୋଇ ଯିବାକୁ ପଡେ। ପକ୍କା ରାସ୍ତା ତିଆରି ପାଇଁ ଅନ୍ୟ ଗ୍ରାମର ଜଣେ ଲୋକର ଜମି ବାଧକ ସାଜିଥିବା ଜଣାପଡ଼ିଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ,୨୯।୮(ପ୍ରଭୁକଲ୍ୟାଣ ପାଲ): ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ। ପାର୍କର ବିଭିନ୍ନ କାମର…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ ଦୋକାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri