ନୀଳକୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ସଇଁତଲା, ୨୩।୧ (ଡି.ଏନ୍‌.ଏ.)-  ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ସଦର ପଁଚେତ୍‌ ଅଧୀନ କର୍ଲାବାହାଲି ଗଁାର ନୀଳ ନାଏକ(୬୦)। ସେ ଆଏଜ୍‌କେ ୨୫ ବଛର ହେଲା ଗଁାନୁ ଖଁଡ଼େ ଦୂରେ ଥିବାର ଜଂଗଲ ତରେ ରହୁଥିବାର ବାବ୍‌ଦେ ଗଲା ୧୬ ତାରିଖ୍‌ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ସଇଁତଲା ବିଡିଓକଁର ନିରଦେଶରେ ବ୍ଲକ ସାମାଜିକ ସୁରକ୍ଷା ଅଧ୍‌କାରୀ ସଂଗ୍ରାମ ମିଶ୍ର, ବ୍ଲକ ପ୍ରୋଜେକ୍ଟ କୋ-ଅର୍ଡିନେଟର କ୍ରୀଷ୍ଣାମୟୀ ଛତ୍ରିଆ, ବରିଷ୍ଠ କିରାଣୀ ଗଣେଶରାମ ବେହେରା ଆର ପଁଚେତ୍‌ ନିର୍ବାହୀ ଅଧ୍‌କାରୀ ଖଗେଶ୍ୱର କମ୍ପ ନୀଳକଁର ଘରେ ପୁହୁଁଚି ତାକର ହାଲ୍‌ଚାଲ ବୁଝିଛନ୍‌।
ପୂର୍ବର ସୂଚନା ଅନ୍‌ସାରେ ଇଇଁତଲା ପଁଚେତ୍‌ କର୍ଲାବାହାଲି ଗଁାର ନୀଳ ନାଏକ(୨୫)। ଆଏଜ୍‌କେ ୨୫ ବଛର ହେଲା ଗଁା ପାସର ଜଂଗଲ ତରେ ଥିବାର ନିଜର ଜମିରେ ଗୁଟେ କୁରିଆ କରି ରହୁଛନ୍‌। ସେ କୁରିଆର ଅବସ୍‌ତା ଏନ୍‌ତା ଯେ ଧୁକାଗରେଲ କି ବରକଷିଆ ବରଷା ହେଲେ ସେଟା ମାଡ଼ି ବସ୍‌ବା। କୁରିଆରେ ବାଉଁଶର ଖଟ୍‌ ଖଁଡ଼େ, ବାସନକୁସନ ଗୁଡ଼ାଦୁ ଆର ଫଟା କମଲଟେ ଅଛେ। ସରକାରୀ ସାହାଯ୍‌ ହିସାବେ ସେ ପଁଚେତ୍‌ରୁ ମାସିକ ୫ କେ.ଜି. ଚାଉଲ ପାଉଛନ୍‌। ହେଲେ ସେଥ୍‌ରେ ମାସେ ଚଲବାର ସମ୍‌ଭବ ନୁହେ। ଏନ୍‌ତାଥି ସେ ଗଁାର ଲୁକ୍‌କରନୁ ମାଗିଯାଚି ଚଲୁଛନ୍‌। ନୀଳ ବିହାଚୁରା ହେଇଥିଲେ ହେଲେ ବଛର କେତେଟା ଭିତରେ ତାକର ମାଏକିନା ଆରପାରକେ ଚାଲିଗଲେ। ସେଦିନ୍‌ଠାନୁ ନୀଳ ଏକ୍‌ଲିଆ ଜୀବନ୍‌ ବିତଉଛନ୍‌। ନୀଳକଁର ଦୁରଦଶାକେ ନେଇ ଗଲା ୧୬ ତାରିଖ ଧରିତ୍ରୀରେ ନିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ବ୍ଲକ ପରଶାସନ ନୀଳକୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିଛେ। ସେନ୍‌ତା ଆଏବାର ମାସ୍‌ଠାନୁ ଭତା ଆର ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଲ ଯୁଗେଇ ଦିଆଯିବା ବଲି ସାମାଜିକ ସୁରକ୍ଷା ଅଧ୍‌କାରୀ ମିଶ୍ର କହିଛନ୍‌। ଇ ବାବ୍‌ଦେ ନୀଳକୁଁ ପଚ୍‌ରାଲାରୁ ଧରିତ୍ରୀ ଖବର କାଗଜରେ ମୋର ଦୁଖ୍‌ ଦୁରଦଶା ବାବ୍‌ଦେ ବାହାରଲାରୁ ପରଶାସନ ମୋତେ ସାହାଯ୍‌ ଦେଇଛେ। ଇଥିରଲାଗି ମୁଇଁ ହୁରୁଦ୍‌ ଭିତରୁ ଧରିତ୍ରୀ ପରିବାରକେ ଧଏନବାଦ ଦେଉଛେଁ ବଲି ସେ ଆଏଁଖ୍‌ ଛଲ୍‌ ଛଲ୍‌ କରି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri