ନିସାହା ମହିଲାକଁର ଉପରେ ୫ ଛୁଆର ବୋଝ୍‌

ଭବାନୀପାଟଣା,୧୦।୬ (ଡି.ଏନ.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ମାଳିଗାଁ ପଁଚେତ୍‌ର ଭିତରପଦର ଗଁାର ସ୍ବର୍ଗତ ଗଙ୍ଗା ମାଝୀକଁର ବିଧବା ମାଏକିନା ବୁଦାଏ ବଓ୍ବୋ। ଆପନେର ମୁର୍‌ତୁ ଉତାରୁ ସେ ନିସାହା ହେଇଯାଇଛନ୍‌। ଏହେଦେ ସେ ୫ ନାବାଲକ ଛୁଆପିଲାକୁ ନେଇ ଜିଁଇବା ଖାଏବା ସମସିଆ ସଂଗେ ଯୁଝୁଛନ୍‌। ହେଲେ ଇ ଦୁଖି ପରିବାର ସବୁପରକାର ସରକାରୀ ଯୋଜନାରୁ ବଁଚିତ୍‌ ହେଇଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ ଗଲା ୩ ବଛର୍‌ ତଲେ କେହେନ୍‌ସି କାରନ୍‌ରୁ ଗଙ୍ଗା ମାଝୀକଁର ମୁର୍‌ତୁ ହେଇଯାଇଥିଲା। ଆପନେ ଆରପାରକେ ଚାଲିଗଲା ଉତାରୁ ୫ ନାବାଲକ୍‌ ଛୁଆକର ବୋଝ୍‌ ବୁଦାଏକଁର ଉପରେ ପଡ଼ିଥିଲା। ଇଆଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ସଁପତି କହେଲେ ଘରଡିହ ଖଁଡ଼େ। ଫିଦିନ୍‌ ସଖାଲ ପାଏଲେ ପରହର କାମ୍‌ବୁତା କଲେଯାଇ ଘରର ଚୁଲି ଜଲୁଛେ। ଇଆଡ଼େ ସରକାରୀ ଯୋଜନା ହିସାବେ ଘରର କମାନିଆଁ ଲୋକ୍‌ର ମୁର୍‌ତୁ ହେଲେ କେନ୍ଦ୍ର ସରକାରକଁର ଜାତୀୟ ପରିବାର ମଙ୍ଗଳ ଯୋଜନାରୁ ୨୦ ହଜାର ଟଁକା ସାହାଯ୍‌ ଦେବାର ନିୟମ ରହିଛେ। ହେଲେ ଦୁଖର କଥା ବୁଦାଏକଁର ଲେଖେଁ ଝନେ ହକ୍‌ଦାର ହିତାଧିକାରୀ ଇ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ସରକାରୀ ଯୋଜନାର ଲାଭ ପାଏବାର ଲାଗି ଗଲା ୩ ବଛର ହେଲା ସେ ଭିନେ ଭିନେ ଅଫିସ କିଁଦ୍‌ରୁଛନ୍‌। ହେଲେ କେହି ତାକର ଦୁଖ ନାଇଁ ବୁଝ୍‌ବାର କି ଗୁହାରି ନାଇଁ ଶୁନୁଥବାର ସେ ଅଭିଯୋଗ କରିଛନ୍‌। ରାଏଜ୍‌ ସରକାରକଁର ‘ପିଠା’ କାଯ୍‌କରମରେ ତାହାକୁ ଭତା ଦିଆଯିବା ବଲି ପରତିଶୁରତି ମିଲିଥିଲା। ହେଲେ ପରତିଶୁରତି ତାରବାଟେ ରହିଗଲା। ଇ ବାବ୍‌ଦେ ଥୁ.ରାମପୁର ବ୍ଲକର ସାମାଜିକ ସୁରକ୍ଷା ଅଧ୍‌କାରୀ ଜୟନ୍ତ କୁମାର ପ୍ରହରାଜକୁଁ ପଚରାଲାରୁ ନିରବାଚନ୍‌ ଆଚରନ୍‌ବିଧିର ଲାଗି ସବୁ ବଁଦ୍‌ ଥିଲା। ଏହେଦେ ଆଚରନ୍‌ବିଧି ଉଠ୍‌ଲାନ, ଯେତେ ଜଲଦି ହେବା ତାହାକୁ ଭତା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ହେଲେ ନିରବାଚନ୍‌ ଆଚରନ୍‌ବିଧି ଉଠ୍‌ବାର ପାଖାପାଖି ମାସେ ହେଇଯାଇଥିଲେ ବି ନିସାହା ବୁଦାଏ ବଓ୍ବୋକଁର ଉପରେ କହାରି ନଜର ନାଇଁ ପଡ଼ବାରଟା ନିହାତି ଦୁଖର କଥା ଆଏ। ଯେତେ ଜଲଦି ହେବା ଇ ନିସାହା ବିଧବା ମହିଲାକୁଁ ସବୁପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

ପୁଣି ଫୁଲିଲା ହୀରାକୁଦ, ଏବେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬୨୭ ଫୁଟ ଟପିଯାଇଛି। ଫଳରେ ଗୁରୁବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍‌ ଖୋଲି ଦିଆଯାଇଛି।…

ଖଇରୀଙ୍କ ମୁଣ୍ଡ ଉପରେ ୫ ନାତୁଣୀନାତିଙ୍କ ଭାର: ଦୁଇ ମୁଠା ଖାଦ୍ୟ ପାଇଁ କରୁଛନ୍ତି ସଂଘର୍ଷ

ଜମନକିରା,୩।୯(ରବିନ୍ଦ୍ର ପ୍ରସାଦ ଦାନୀ): ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି ଦୁଃଖ କେବେ ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri