ନିସାହା ମହିଲାକଁର ଉପରେ ୫ ଛୁଆର ବୋଝ୍‌

ଭବାନୀପାଟଣା,୧୦।୬ (ଡି.ଏନ.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ମାଳିଗାଁ ପଁଚେତ୍‌ର ଭିତରପଦର ଗଁାର ସ୍ବର୍ଗତ ଗଙ୍ଗା ମାଝୀକଁର ବିଧବା ମାଏକିନା ବୁଦାଏ ବଓ୍ବୋ। ଆପନେର ମୁର୍‌ତୁ ଉତାରୁ ସେ ନିସାହା ହେଇଯାଇଛନ୍‌। ଏହେଦେ ସେ ୫ ନାବାଲକ ଛୁଆପିଲାକୁ ନେଇ ଜିଁଇବା ଖାଏବା ସମସିଆ ସଂଗେ ଯୁଝୁଛନ୍‌। ହେଲେ ଇ ଦୁଖି ପରିବାର ସବୁପରକାର ସରକାରୀ ଯୋଜନାରୁ ବଁଚିତ୍‌ ହେଇଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ ଗଲା ୩ ବଛର୍‌ ତଲେ କେହେନ୍‌ସି କାରନ୍‌ରୁ ଗଙ୍ଗା ମାଝୀକଁର ମୁର୍‌ତୁ ହେଇଯାଇଥିଲା। ଆପନେ ଆରପାରକେ ଚାଲିଗଲା ଉତାରୁ ୫ ନାବାଲକ୍‌ ଛୁଆକର ବୋଝ୍‌ ବୁଦାଏକଁର ଉପରେ ପଡ଼ିଥିଲା। ଇଆଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ସଁପତି କହେଲେ ଘରଡିହ ଖଁଡ଼େ। ଫିଦିନ୍‌ ସଖାଲ ପାଏଲେ ପରହର କାମ୍‌ବୁତା କଲେଯାଇ ଘରର ଚୁଲି ଜଲୁଛେ। ଇଆଡ଼େ ସରକାରୀ ଯୋଜନା ହିସାବେ ଘରର କମାନିଆଁ ଲୋକ୍‌ର ମୁର୍‌ତୁ ହେଲେ କେନ୍ଦ୍ର ସରକାରକଁର ଜାତୀୟ ପରିବାର ମଙ୍ଗଳ ଯୋଜନାରୁ ୨୦ ହଜାର ଟଁକା ସାହାଯ୍‌ ଦେବାର ନିୟମ ରହିଛେ। ହେଲେ ଦୁଖର କଥା ବୁଦାଏକଁର ଲେଖେଁ ଝନେ ହକ୍‌ଦାର ହିତାଧିକାରୀ ଇ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ସରକାରୀ ଯୋଜନାର ଲାଭ ପାଏବାର ଲାଗି ଗଲା ୩ ବଛର ହେଲା ସେ ଭିନେ ଭିନେ ଅଫିସ କିଁଦ୍‌ରୁଛନ୍‌। ହେଲେ କେହି ତାକର ଦୁଖ ନାଇଁ ବୁଝ୍‌ବାର କି ଗୁହାରି ନାଇଁ ଶୁନୁଥବାର ସେ ଅଭିଯୋଗ କରିଛନ୍‌। ରାଏଜ୍‌ ସରକାରକଁର ‘ପିଠା’ କାଯ୍‌କରମରେ ତାହାକୁ ଭତା ଦିଆଯିବା ବଲି ପରତିଶୁରତି ମିଲିଥିଲା। ହେଲେ ପରତିଶୁରତି ତାରବାଟେ ରହିଗଲା। ଇ ବାବ୍‌ଦେ ଥୁ.ରାମପୁର ବ୍ଲକର ସାମାଜିକ ସୁରକ୍ଷା ଅଧ୍‌କାରୀ ଜୟନ୍ତ କୁମାର ପ୍ରହରାଜକୁଁ ପଚରାଲାରୁ ନିରବାଚନ୍‌ ଆଚରନ୍‌ବିଧିର ଲାଗି ସବୁ ବଁଦ୍‌ ଥିଲା। ଏହେଦେ ଆଚରନ୍‌ବିଧି ଉଠ୍‌ଲାନ, ଯେତେ ଜଲଦି ହେବା ତାହାକୁ ଭତା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ହେଲେ ନିରବାଚନ୍‌ ଆଚରନ୍‌ବିଧି ଉଠ୍‌ବାର ପାଖାପାଖି ମାସେ ହେଇଯାଇଥିଲେ ବି ନିସାହା ବୁଦାଏ ବଓ୍ବୋକଁର ଉପରେ କହାରି ନଜର ନାଇଁ ପଡ଼ବାରଟା ନିହାତି ଦୁଖର କଥା ଆଏ। ଯେତେ ଜଲଦି ହେବା ଇ ନିସାହା ବିଧବା ମହିଲାକୁଁ ସବୁପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri