ନିଷ୍ପତ୍ତି ନେଲାନି ବାସ୍ତବ ରୂପ

ପୁରୀ ଅଫିସ,୧୦।୨: ପୁରୀ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଫେରିବାବେଳେ ଚତୁର୍ଦ୍ଧାବିଗ୍ରହଙ୍କ ଆବିର୍ଭାବ ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଷୟରେ ଅବଗତ ହେବେ। ଏଥିସହ ଗୋଟିଏ ଜାଗାରୁ ଜାଣିବେ ଶ୍ରୀମନ୍ଦିର ନିର୍ମାଣ, ଦାରୁବ୍ରହ୍ମଙ୍କ ସଂସ୍ଥାପନ, ମହାପ୍ରଭୁଙ୍କ ଯାନିଯାତ୍ରା, ବେଶ ଓ ରଥଯାତ୍ରା ପାଳନର ଟିକିନିଖି ତଥ୍ୟ। ଏମିତି ଏକ ମହତ୍‌ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଶ୍ରୀକ୍ଷେତ୍ର ସଂସ୍କୃତି ସଂଗ୍ରହାଳୟର ପରିକଳ୍ପନା କରିଥିଲେ। ଏଥିରେ ମହାପ୍ରଭୁଙ୍କ ସମ୍ପର୍କିତ ତୈଳଚିତ୍ର ପ୍ରମାଣ ସହ ଶୋଭାପାଇବ। ପୁଣି ଶ୍ରୀକ୍ଷେତ୍ରର ମଠ, ଜାଗା ଆଖଡ଼ା ବିଷୟରେ ମଧ୍ୟ ଲୋକେ ଏଠାରୁ ଜାଣିପାରିବେ। ବିଶେଷକରି ଶ୍ରୀମନ୍ଦିରକୁ ପ୍ରବେଶ କରିପାରୁ ନ ଥିବା ଅଣହିନ୍ଦୁମାନେ ମଧ୍ୟ ଏଠାରୁ ମହାପ୍ରଭୁଙ୍କ ସମ୍ପର୍କରେ ଅନେକ କିଛି ଉପଲବ୍ଧି କରିପାରିବେ। ଏଥିପାଇଁ ବଳିଆପଣ୍ଡାସ୍ଥିତ ଏଏସ୍‌ଆଇ ଶାଖା କାର୍ଯ୍ୟାଳୟ ନିକଟରେ ଜମି ଚିହ୍ନଟ ହୋଇ ଶିଳାନ୍ୟାସ କରାଯାଇଥିଲା। ହେଲେ ଫଳକରେ ହିଁ ସୀମିତ ରହିଯାଇଛି ଶ୍ରୀକ୍ଷେତ୍ର ସଂସ୍କୃତି ସଂଗ୍ରହାଳୟ ପରିକଳ୍ପନା। ବାସ୍ତବ ରୂପ ନେଇପାରିନି ସରକାରଙ୍କ ଏହି ନିଷ୍ପତ୍ତିି। ଅନ୍ୟପକ୍ଷେ ପ୍ରସ୍ତାବିତ ଜମି ଏବେ ପାଲଟିଛି ମୁକ୍ତ ଶୌଚାଳୟ।
ପ୍ରତିଦିନ ବହୁ ସଂଖ୍ୟାରେ ଯାତ୍ରୀ ଓ ପର୍ଯ୍ୟଟକ ଆସୁଛନ୍ତି। ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆହୁରି ସୁଦୂରପ୍ରସାରୀ କରିବା ଲାଗି ଶ୍ରୀକ୍ଷେତ୍ର ସଂସ୍କୃତି ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା। ଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବୁଦ୍ଧିଜୀବୀ ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିଲେ। ପରେ ବଳିଆପଣ୍ଡାରେ ପ୍ରାୟ ୩ ଏକର ଜମି ଚିହ୍ନଟ କରାଯାଇ ପାଚେରି ବୁଲାଯାଇଥିଲା। ୨୦୦୮ ଫେବୃୟାରୀ ୨୯ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ତତ୍କାଳୀନ ବାଚସ୍ପତି ମହେଶ୍ୱର ମହାନ୍ତି ଶିଳାନ୍ୟାସ କରିଥିବାବେଳେ ସଂସ୍କୃତି ମନ୍ତ୍ରୀ ଓ କୃଷି ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଶିଳାନ୍ୟାସ ପରେ ରାଜ୍ୟ ସରକାର ଏହାର ନିର୍ମାଣ ଦିଗରେ ଆଗ୍ରହ ପ୍ରକାଶ କରି ନ ଥିଲେ। ଫଳରେ ଧୀରେ ଧୀରେ ଏହି ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିବାବେଳେ ପ୍ରସ୍ତାବିତ ଜମିରେ ଲୋକେ ଶୌଚ କରୁଛନ୍ତି। ଫାଟକ ଓ ପାଚେରି ଭାଙ୍ଗି ପଡ଼ିଛି। ଏପରି କି ସ୍ଥାନୀୟ ଲୋକେ ଜମିକୁ ଜବରଦଖଲ ମଧ୍ୟ କଲେଣି।
ଯେ, ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଐତିହ୍ୟ କରିଡର୍‌ କରାଯିବ। ଏଥିରେ ମହାପ୍ରଭୁଙ୍କ ସମ୍ପର୍କିତ ବିଭିନ୍ନ କାହାଣୀ ସ୍ଥାନ ପାଇବ। ଏହାକୁ ଦେଖି ଯେ କେହି ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଜାଣିପାରିବେ। ଐତିହ୍ୟ କରିଡର୍‌ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ତେବେ ଏହା କେତେଦୂର ବାସ୍ତବତାର ରୂପ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର। କାରଣ ଇତିମଧ୍ୟରେ ଦୀର୍ଘ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ଶ୍ରୀକ୍ଷେତ୍ର ସଂସ୍କୃତି ସଂଗ୍ରହାଳୟ କାମ ଆଗେଇ ପାରିଲାନାହିଁ। ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଗବେଷକ ଓ ବୁଦ୍ଧିଜୀବୀ। ଏ ସଂକ୍ରାନ୍ତରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ଶ୍ରୀକ୍ଷେତ୍ର ସଂସ୍କୃତି ସଂଗ୍ରହାଳୟ ପରିକଳ୍ପନା ଏକ ଭଲ ନିଷ୍ପତ୍ତି ଥିଲା। ଏହା ବାସ୍ତବତାର ରୂପ ନେଇଥିଲେ ବାହାରୁ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଗୋଟିଏ ସ୍ଥାନରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପାଇପାରିଥାନ୍ତେ। ଏହାଦ୍ୱାରା ବାହାରେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଆହୁରି ପ୍ରଚାର ପ୍ରସାର ହୋଇପାରିଥାନ୍ତା। କାହିଁକି ଅଟକିଲା ଏହି ପ୍ରକଳ୍ପ, ସେ ନେଇ ତର୍ଜମା କରାଯାଇ ପୁନଶ୍ଚ ଏ ଦିଗରେ ପଦକ୍ଷେପ ନିଆଯିବା ଦରକାର। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କହିଛନ୍ତି, ଫୀନୀ ବାତ୍ୟାରେ ଏହାର ପାଚେରି ଭାଙ୍ଗି ଯାଇଥିଲା। ତେଣୁ ପାଚେରି ତିଆରି କରିବା ଲାଗି ଆର୍‌ଆଣ୍ଡ୍‌ବିକୁ ଦିଆଯାଇଛି। ଆଇକନିକ ସିଟି ଯୋଜନାରେ ନାଲ୍‌କୋ ଏହି ସଂଗ୍ରହାଳୟ ତିଆରି କରିବା ଲାଗି ନିଷ୍ପତ୍ତି ହୋଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ନାଲ୍‌କୋ କୌଣସି ପଦକ୍ଷେପ ନେଇନାହିଁ। ତେଣୁ ପୁନର୍ବାର ରାଜ୍ୟ ସରକାରଙ୍କୁ ଏ ଦିଗରେ ଅନୁରୋଧ କରାଯିବ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?