ନିଷ୍ପତ୍ତି ନେଲାନି ବାସ୍ତବ ରୂପ

ପୁରୀ ଅଫିସ,୧୦।୨: ପୁରୀ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଫେରିବାବେଳେ ଚତୁର୍ଦ୍ଧାବିଗ୍ରହଙ୍କ ଆବିର୍ଭାବ ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଷୟରେ ଅବଗତ ହେବେ। ଏଥିସହ ଗୋଟିଏ ଜାଗାରୁ ଜାଣିବେ ଶ୍ରୀମନ୍ଦିର ନିର୍ମାଣ, ଦାରୁବ୍ରହ୍ମଙ୍କ ସଂସ୍ଥାପନ, ମହାପ୍ରଭୁଙ୍କ ଯାନିଯାତ୍ରା, ବେଶ ଓ ରଥଯାତ୍ରା ପାଳନର ଟିକିନିଖି ତଥ୍ୟ। ଏମିତି ଏକ ମହତ୍‌ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଶ୍ରୀକ୍ଷେତ୍ର ସଂସ୍କୃତି ସଂଗ୍ରହାଳୟର ପରିକଳ୍ପନା କରିଥିଲେ। ଏଥିରେ ମହାପ୍ରଭୁଙ୍କ ସମ୍ପର୍କିତ ତୈଳଚିତ୍ର ପ୍ରମାଣ ସହ ଶୋଭାପାଇବ। ପୁଣି ଶ୍ରୀକ୍ଷେତ୍ରର ମଠ, ଜାଗା ଆଖଡ଼ା ବିଷୟରେ ମଧ୍ୟ ଲୋକେ ଏଠାରୁ ଜାଣିପାରିବେ। ବିଶେଷକରି ଶ୍ରୀମନ୍ଦିରକୁ ପ୍ରବେଶ କରିପାରୁ ନ ଥିବା ଅଣହିନ୍ଦୁମାନେ ମଧ୍ୟ ଏଠାରୁ ମହାପ୍ରଭୁଙ୍କ ସମ୍ପର୍କରେ ଅନେକ କିଛି ଉପଲବ୍ଧି କରିପାରିବେ। ଏଥିପାଇଁ ବଳିଆପଣ୍ଡାସ୍ଥିତ ଏଏସ୍‌ଆଇ ଶାଖା କାର୍ଯ୍ୟାଳୟ ନିକଟରେ ଜମି ଚିହ୍ନଟ ହୋଇ ଶିଳାନ୍ୟାସ କରାଯାଇଥିଲା। ହେଲେ ଫଳକରେ ହିଁ ସୀମିତ ରହିଯାଇଛି ଶ୍ରୀକ୍ଷେତ୍ର ସଂସ୍କୃତି ସଂଗ୍ରହାଳୟ ପରିକଳ୍ପନା। ବାସ୍ତବ ରୂପ ନେଇପାରିନି ସରକାରଙ୍କ ଏହି ନିଷ୍ପତ୍ତିି। ଅନ୍ୟପକ୍ଷେ ପ୍ରସ୍ତାବିତ ଜମି ଏବେ ପାଲଟିଛି ମୁକ୍ତ ଶୌଚାଳୟ।
ପ୍ରତିଦିନ ବହୁ ସଂଖ୍ୟାରେ ଯାତ୍ରୀ ଓ ପର୍ଯ୍ୟଟକ ଆସୁଛନ୍ତି। ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆହୁରି ସୁଦୂରପ୍ରସାରୀ କରିବା ଲାଗି ଶ୍ରୀକ୍ଷେତ୍ର ସଂସ୍କୃତି ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା। ଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବୁଦ୍ଧିଜୀବୀ ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିଲେ। ପରେ ବଳିଆପଣ୍ଡାରେ ପ୍ରାୟ ୩ ଏକର ଜମି ଚିହ୍ନଟ କରାଯାଇ ପାଚେରି ବୁଲାଯାଇଥିଲା। ୨୦୦୮ ଫେବୃୟାରୀ ୨୯ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ତତ୍କାଳୀନ ବାଚସ୍ପତି ମହେଶ୍ୱର ମହାନ୍ତି ଶିଳାନ୍ୟାସ କରିଥିବାବେଳେ ସଂସ୍କୃତି ମନ୍ତ୍ରୀ ଓ କୃଷି ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଶିଳାନ୍ୟାସ ପରେ ରାଜ୍ୟ ସରକାର ଏହାର ନିର୍ମାଣ ଦିଗରେ ଆଗ୍ରହ ପ୍ରକାଶ କରି ନ ଥିଲେ। ଫଳରେ ଧୀରେ ଧୀରେ ଏହି ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିବାବେଳେ ପ୍ରସ୍ତାବିତ ଜମିରେ ଲୋକେ ଶୌଚ କରୁଛନ୍ତି। ଫାଟକ ଓ ପାଚେରି ଭାଙ୍ଗି ପଡ଼ିଛି। ଏପରି କି ସ୍ଥାନୀୟ ଲୋକେ ଜମିକୁ ଜବରଦଖଲ ମଧ୍ୟ କଲେଣି।
ଯେ, ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଐତିହ୍ୟ କରିଡର୍‌ କରାଯିବ। ଏଥିରେ ମହାପ୍ରଭୁଙ୍କ ସମ୍ପର୍କିତ ବିଭିନ୍ନ କାହାଣୀ ସ୍ଥାନ ପାଇବ। ଏହାକୁ ଦେଖି ଯେ କେହି ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଜାଣିପାରିବେ। ଐତିହ୍ୟ କରିଡର୍‌ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ତେବେ ଏହା କେତେଦୂର ବାସ୍ତବତାର ରୂପ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର। କାରଣ ଇତିମଧ୍ୟରେ ଦୀର୍ଘ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ଶ୍ରୀକ୍ଷେତ୍ର ସଂସ୍କୃତି ସଂଗ୍ରହାଳୟ କାମ ଆଗେଇ ପାରିଲାନାହିଁ। ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଗବେଷକ ଓ ବୁଦ୍ଧିଜୀବୀ। ଏ ସଂକ୍ରାନ୍ତରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ଶ୍ରୀକ୍ଷେତ୍ର ସଂସ୍କୃତି ସଂଗ୍ରହାଳୟ ପରିକଳ୍ପନା ଏକ ଭଲ ନିଷ୍ପତ୍ତି ଥିଲା। ଏହା ବାସ୍ତବତାର ରୂପ ନେଇଥିଲେ ବାହାରୁ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଗୋଟିଏ ସ୍ଥାନରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପାଇପାରିଥାନ୍ତେ। ଏହାଦ୍ୱାରା ବାହାରେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଆହୁରି ପ୍ରଚାର ପ୍ରସାର ହୋଇପାରିଥାନ୍ତା। କାହିଁକି ଅଟକିଲା ଏହି ପ୍ରକଳ୍ପ, ସେ ନେଇ ତର୍ଜମା କରାଯାଇ ପୁନଶ୍ଚ ଏ ଦିଗରେ ପଦକ୍ଷେପ ନିଆଯିବା ଦରକାର। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କହିଛନ୍ତି, ଫୀନୀ ବାତ୍ୟାରେ ଏହାର ପାଚେରି ଭାଙ୍ଗି ଯାଇଥିଲା। ତେଣୁ ପାଚେରି ତିଆରି କରିବା ଲାଗି ଆର୍‌ଆଣ୍ଡ୍‌ବିକୁ ଦିଆଯାଇଛି। ଆଇକନିକ ସିଟି ଯୋଜନାରେ ନାଲ୍‌କୋ ଏହି ସଂଗ୍ରହାଳୟ ତିଆରି କରିବା ଲାଗି ନିଷ୍ପତ୍ତି ହୋଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ନାଲ୍‌କୋ କୌଣସି ପଦକ୍ଷେପ ନେଇନାହିଁ। ତେଣୁ ପୁନର୍ବାର ରାଜ୍ୟ ସରକାରଙ୍କୁ ଏ ଦିଗରେ ଅନୁରୋଧ କରାଯିବ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri