ନିର୍ଭୟା ଦୋଷୀଙ୍କ ଆୟ ୧.୩୭ ଲକ୍ଷ

ନୂଆଦିଲ୍ଲୀ: ନିର୍ଭୟାଙ୍କୁ ମିଳିଛି ନ୍ୟାୟ। ତିହାର ଜେଲ୍‌ରେ ଫାଶୀରେ ଝୁଲିଛନ୍ତି ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଦୋଷୀ। ଆଉ ତା’ ସହିତ ଶେଷ ହୋଇଛି ଦୀର୍ଘ ୭ବର୍ଷର ଆଇନଗତ ପ୍ରକ୍ରିୟା ଏବଂ ସବୁ ଦ୍ୱନ୍ଦ୍ୱରେ ପଡ଼ିଛି ଯବନିକା। ହେଲେ ତିହାର ଜେଲ୍‌ରେ ବନ୍ଦୀଜୀବନ କାଟୁଥିବାବେଳେ ଅପରାଧୀମାନେ ସଞ୍ଚିଛନ୍ତି ୧ ଲକ୍ଷ ୩୭ ହଜାର ଟଙ୍କା, ଯାହା ସେମାନଙ୍କ ପରିବାର ସଦସ୍ୟଙ୍କୁ ପ୍ରଦାନ କରାଯିବ।
ଜେଲରେ କାରାବାସ ସମୟରେ ଅଭିଯୁକ୍ତ ଚାହିଁଲେ କାମ କରିପାରିବେ। ଏଥିଲାଗି ସେମାନଙ୍କୁ ପାରିଶ୍ରମିକ ଦିଆଯିବା ବ୍ୟବସ୍ଥା ରହିଛି। ଏହିକ୍ରମରେ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ୬୯ ହଜାର ଟଙ୍କା ଆୟ କରିଛନ୍ତି। ସେହିପରି ବିନୟ ଶର୍ମା ୩୯ ହଜାର, ପବନ ଗୁପ୍ତାଙ୍କୁ ୨୯ ହଜାର ଟଙ୍କା ପାରିଶ୍ରମିକ ବାବଦରେ ସଞ୍ଚୟ କରିଛନ୍ତି। ତେବେ ମୁକେଶ ସିଂ କାମ ପାଇଁ ଆବେଦନ କରି ନ ଥିବା ଜଣାପଡ଼ିଛି। ସେହିପରି ଜେଲରେ ଦଣ୍ଡ ଭୋଗୁଥିବା ସମୟରେ ୨୦୧୬ରେ ମୁକେଶ, ପବନ ଏବଂ ଅକ୍ଷୟ ୧୦ମ ଶ୍ରେଶୀରେ ନାମ ଲେଖାଇଥିଲେ। ହେଲେ ସେମାନେ କୃତକାର୍ଯ୍ୟ ହୋଇପାରି ନ ଥିଲେ। ସେହିପରି ୨୦୧୫ରେ ବିନୟ ବର୍ଷିକିଆ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ହେଲେ ଆଇନଗତ ପ୍ରକ୍ରିୟା, ମାମଲାର ଶୁଣାଣି କାରଣରୁ ସେ ଏହାକୁ ସମ୍ପୂର୍ଣ୍ଣ କରିପାରି ନ ଥିଲେ।
ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଫାଶୀ ପାଇଥିବା ସମ୍ପୃକ୍ତ ୪ ଦୋଷୀ ଜେଲ୍‌ରେ ଥିବା ସମୟରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଛନ୍ତି। ଜେଲ୍‌ ନିୟମ ଭଙ୍ଗ କରି ଅକ୍ଷୟ ଥରେ ଦଣ୍ଡିତ ହୋଇଛନ୍ତି। ସେହିପରି ମୁକେଶଙ୍କୁ ୩ ଥର, ପବନଙ୍କୁ ୮ଥର ଏବଂ ବିନୟଙ୍କୁ ସର୍ବାଧିକ ୧୧ ଥର ଦଣ୍ଡ ଦିଆଯାଇଛି। ଅନ୍ୟ କଏଦୀଙ୍କୁ ଗାଳିଗୁଲଜ କରିବା, ଜେଲର ଆସିବା ସମୟରେ ଠିଆ ନ ହେବା, ତମାଖୁ ଖାଇବା, ମାର୍‌ପିଟ୍‌ କରିବା ଆଦି ଅଭିଯୋଗରେ ଏହି ଦଣ୍ଡ ବିଧାନ କରାଯାଇଥିଲା। ଦଣ୍ଡ ସ୍ବରୂପ ସେମାନଙ୍କୁ ଜେଲରେ ଯୋଗାଇ ଦିଆଯାଉଥିବା ସୁବିଧାକୁ ହଟାଇ ନିଆଯାଇଥିଲା। ସୂଚନାଯୋଗ୍ୟ, ବନ୍ଦୀଙ୍କ ଆଚରଣକୁ ଜେଲରେ ଅନୁଧ୍ୟାନ କରାଯାଇଥାଏ। ଏ ନେଇ ଜେଲ୍‌ କର୍ତ୍ତୃପକ୍ଷ ସେସନ୍ସ କୋର୍ଟକୁ ଅବଗତ କରାଇଥାନ୍ତି। ଏହାର ସମୀକ୍ଷା କରାଯାଇ ଦଣ୍ଡକୁ ସାମାନ୍ୟ କୋହଳ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri