ନିରାମୟ କେନ୍ଦ୍ରରେ କର୍ମଚାରୀ, ଔଷଧ ଅଭାବ

ପାରାଦୀପ,୧୦ା୬(ସ୍ବ.ପ୍ର.): ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିରାମୟ କେନ୍ଦ୍ର ଖୋଲାଯାଇ ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ସରକାରୀ ଔଷଧ ପ୍ରତି ଲୋକେ ବିଶେଷ ଆଗ୍ରହ ଦେଖାଉ ନ ଥିବାବେଳେ ଏବେ ସେଥିପ୍ରତି ଅଧିକ ଆସ୍ଥା ପ୍ରକଟ କରୁଛନ୍ତି। ତେଣୁ ଦିନକୁ ଦିନ ନିରାମୟ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳୁଛି।
କିନ୍ତୁ ସରକାରଙ୍କ ନିୟମାନୁସାରେ ଔଷଧ ବଣ୍ଟନ, ଷ୍ଟକ ରଖିବା, ଅନ୍‌ଲାଇନରେ ପ୍ରେସ୍‌କ୍ରିପ୍‌ଶନ ସ୍କାନିଂ କରି ଐଷଧ ବିବରଣୀ ଲିପିବଦ୍ଧ କରିବା ପାଇଁ ଆବଶ୍ୟକ କର୍ମଚାରୀ ନ ଥିବାରୁ ଅସୁବିଧା ହେଉଛି। ସେହିପରି ସରକାରଙ୍କ ପ୍ରଦତ୍ତ ଅନେକ ଔଷଧ ନିରାମୟ କେନ୍ଦ୍ରରେ ଉପଲବ୍ଧ ହେଉ ନ ଥିବା ଅଭିଯୋଗ ହେଉଛି। ପାରାଦୀପର ଏକମାତ୍ର ସରକାରୀ ବିଜୁ ମେମୋରିଆଲ ହସ୍ପିଟାଲରେ ଏଭଳି ଅସୁବିଧା ଦେଖିବାକୁ ମିଳୁଛି। ଏଠାରେ ଥିବା ନିରାମୟ କେନ୍ଦ୍ରରୁ ପୂର୍ବରୁ ଦୈନିକ ୫୦ରୁ ୧୦୦ ଲୋକ ଔଷଧ ନେଉଥିଲେ। ମାତ୍ର ଗତ ୬ମାସ ହେଲା ଏହି ସଂଖ୍ୟା ୩୫୦ରୁ ୪୦୦ରେ ରହୁଛି। ଆଉଟ୍‌ଡୋର ରୋଗୀଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ନିରାମୟ କେନ୍ଦ୍ରରୁ ଔଷଧ ନେବାକୁ ଆସୁଛନ୍ତି। ସେଠାରେ ଯେଉଁ ଔଷଧ ନ ମିଳୁଛି, ବାଧ୍ୟହୋଇ ବାହାର ଦୋକାନରୁ କିଣୁଛୁ ବୋଲି କହିଛନ୍ତି ମହାକାଳପଡ଼ା ବତୀଘର ଅଞ୍ଚଳରୁ ଆସିଥିବା ରୀତା ମଣ୍ଡଳ। ରୋଗୀଙ୍କ ପ୍ରେସ୍‌କ୍ରିପ୍‌ଶନ ସ୍କାନିଂ କରି କମ୍ପ୍ୟୁଟରରେ ଲିପିବଦ୍ଧ ରଖିବା, ଔଷଧ ଦେବା ପରେ ତା’ର ବ୍ୟବହାର ସମ୍ପର୍କରେ ବୁଝାଇବା ଆଦି କାମ ସମୟ ସାପେକ୍ଷ ହୋଇଥିବାରୁ ରୋଗୀଙ୍କୁ ଦୀର୍ଘ ସମୟ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡୁଛି। ଏଥିଯୋଗୁ କେତେଜଣ ପାଟିତୁଣ୍ଡ ମଧ୍ୟ କରୁଛନ୍ତି। ଜଣେ କର୍ମଚାରୀରେ ଏସବୁ କାମ କରିବାରେ ଅସୁବିଧା ହେଉଛି ବୋଲି ଫାର୍ମାସିଷ୍ଟ ଧର୍ମାନନ୍ଦ ସାହୁ କହିଛନ୍ତି। ମେଡିକାଲ ଇନ୍‌ଚାର୍ଜ ଅଫିସର ଡା. ବସନ୍ତ ରାଉତ କହିଛନ୍ତି ଯେ ଯେତିକି କର୍ମଚାରୀ ଅଛନ୍ତି, ସେଥିରେ କାମ କରିବାକୁ ପଡୁଛି। ଔଷଧ ଅଭାବ ପ୍ରସଙ୍ଗଗରେ ସେ କହିଛନ୍ତି ଯେ, ସେମିତି ହୋଇ ନ ଥିବ। କଁା ଭଁା ଗୋଟିଏ ଦୁଇଟି ପ୍ରକାର ଔଷଧ ସ୍ବଳ୍ପ ସମୟ ପାଇଁ ସରିଯାଇଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

ଆଶାଠାରୁ ଅଧିକ ଗରମ ହେଲାଣି ପ୍ରଶାନ୍ତ ମହାସାଗର; ଭାରତକୁ ମାଡି ଆସୁଛି ପ୍ରଚଣ୍ଡ ଗରମ ସହ ମରୁଡ଼ିର ବିପଦ…

ନୂଆଦିଲ୍ଲୀ,୧୭।୫: ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏକ ନୂତନ ଚେତାବନୀ ବର୍ତ୍ତମାନ ବିଶ୍ୱବ୍ୟାପୀ ପାଣିପାଗ ବିଭାଗ ମଧ୍ୟରେ ନିରନ୍ତର ଆଲୋଚନାର ବିଷୟ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡୁଛି ଯେ ଆଗାମୀ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ସୁନା କ୍ରୟକୁ ନେଇ ଆସିଲା ବଡ଼ ଖବର, ମୋଦିଙ୍କ ଅପିଲ ପରେ ୧୦ରୁ ୬ ଜଣ ବଦଳାଇଲେ ନିଷ୍ପତ୍ତି: ସର୍ଭେ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ପରେ, ଦେଶରେ ସୁନା କ୍ରୟ ସମ୍ପର୍କରେ ସାଧାରଣ ଲୋକଙ୍କ ଭାବନା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। LocalCircles ଦ୍ୱାରା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri