ନିଜ ଦୁଃଖକୁ ଚାପି ବ୍ୟଙ୍ଗ ପରିବେଷଣ କରେ

ବ୍ୟଙ୍ଗକବି ଗୁଣରଞ୍ଜନ ସାଲିମା। ଏକାଧାରରେ ସେ ଜଣେ ଗୀତିକାର, ବ୍ୟଙ୍ଗକବି ଓ ମଞ୍ଚ ସଂଯୋଜକ। ସମ୍ବଲପୁର ମହାନଗର ନିଗମର ମୁଖ୍ୟ କିରାଣି ଭାବେ କାର୍ଯ୍ୟରତ ଗୁଣରଞ୍ଜନ ସ୍କୁଲ ଜୀବନରୁ ହିଁ ସମ୍ବଲପୁରୀ କବିତା ଲେଖିବା ଆରମ୍ଭ କରିଥିଲେ। ସ୍କୁଲ ମୁଖପତ୍ର ‘ବୈଜନ୍ତୀ’ରେ ତାଙ୍କର ପ୍ରଥମ କବିତା ‘ଆମର୍‌ ସମ୍ବଲପୁର’ ପ୍ରକାଶିତ ହୋଇଥିଲା। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ବର୍ତ୍ତମାନ ସୁଦ୍ଧା ସେ ୩ଶହରୁ ଊର୍ଦ୍ଧ୍ୱ କବିତା ରଚନା କରିସାରିଛନ୍ତି। ୫ଟି ବ୍ୟଙ୍ଗ କବିତା ସଂକଳନ ତାଙ୍କର ପ୍ରକାଶ ପାଇ ସାରିଛି। ସେଥିମଧ୍ୟରୁ ହସରିଁ ବମ୍‌, ହେତୁ, ସାଲିମା ଚଟନି, ସୁନ ସାଏରି ସମ୍ବଲପୁରୀ, ଗୁଣ ସାଲିମାଙ୍କ ଏଚ୍‌କେ- ୪୭ ପାଠକଙ୍କ ଆଦୃତି ଲାଭ କରିଛି। ୩ଟି ପୁସ୍ତକ ମୁଇଁ ଆର୍‌ ମୋର ଆଈ, ତାକଁର୍‌ ମୁଲକି ହସା, ଛଟକା ଫଟକା ପ୍ରକାଶନ ଅପେକ୍ଷାରେ ଅଛି। ଏଥିସହିତ ୨୦୦୦ ମସିହାରୁ ଗୁଣରଞ୍ଜନ ସମ୍ବଲପୁର ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ ଗୀତିକାରର ମାନ୍ୟତା ପାଇଛନ୍ତି। ଏଥର ଧରିତ୍ରୀ ଆଳାପ ସ୍ତମ୍ଭରେ ତାଙ୍କ କଥା…

ବ୍ୟଙ୍ଗ କବିତା ଲେଖିବାକୁ କାହିଁକି ଇଚ୍ଛାପ୍ରକାଶ କଲେ?
ସାମାଜିକ ଜୀବନରେ ଦୁଃଖ ଯନ୍ତ୍ରଣା ଭରିରହିଛି। ମଳିନ ମୁଖମଣ୍ଡଳରେ ଚେନାଏ ହସ ଫୁଟାଇବାକୁ ବ୍ୟଙ୍ଗ କବିତା ରଚନା କରିବାକୁ ଆଗ୍ରହ ପ୍ରକାଶ କରିଥିଲି।
ଆପଣଙ୍କ ପ୍ରିୟ କବି ଓ ଲେଖକ କିଏ ?
ହିନ୍ଦୀ ସାହିତ୍ୟ ଜଗତର ଶ୍ରେଷ୍ଠ ହାସ୍ୟକବି ସୁରେନ୍ଦ୍ର ଶର୍ମାଜୀ ମୋର ପ୍ରିୟ କବି ଓ ଆଦର୍ଶ। ତାଙ୍କ ସହ ସାକ୍ଷାତ୍‌ର ସୁଯୋଗ ପାଇଛି। ବ୍ୟଙ୍ଗ କବିତା ସଂକ୍ରାନ୍ତରେ ତାଙ୍କ ସହ ଆଲୋଚନା କରିଛି।
କବିତା ଲେଖିବାକୁ ସମୟ କେମିତି ପାଆନ୍ତି ?
ରାତ୍ରିର ନିଃଶବ୍ଦରେ କବିତା ଲେଖିଥାଏ। ପୂର୍ବରୁ ରାତି ସାରା କବିତା ଲେଖୁଥିଲି। ସ୍ବାସ୍ଥ୍ୟ ସ୍ବୀକୃତି ଦେଲା ନାହିଁ, ପରିବାର ଲୋକ ମଧ୍ୟ ବାରଣ କଲେ। ତେଣୁ ବର୍ତ୍ତମାନ ପ୍ରତିଦିନ ରାତି ୧୨ଟାରୁ ୧ଟା ପର୍ଯ୍ୟନ୍ତ କବିତା ପାଇଁ ସମୟ ଦେଇଥାଏ।
ବ୍ୟଙ୍ଗ କବିତା ସହ ଅନ୍ୟ କ’ଣ କରନ୍ତି ?
ହାସ୍ୟବ୍ୟଙ୍ଗ କବିତା ଲେଖିବା ସହ ମଞ୍ଚ ସଂଯୋଜନା କରିବାକୁ ଭଲ ପାଏ। ପ୍ରାୟ ୧୫ ବର୍ଷ ମେଲୋଡିରେ ସଂଯୋଜନା କରିଛି। ବିଶିଷ୍ଟ କଣ୍ଠଶିଳ୍ପୀ ଫକୀରମୋହନ ପଟ୍ଟନାୟକ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଡ. କ୍ରିଷ୍ଣା ପଟେଲ, ଦିଲୀପ ବାଗ, ଚିତ୍ତ ବେହେରା, ମୋହନ ସେଠ, ଶଙ୍କର ଦତ୍ତ, ଶତ୍ରୁଘନ ଲୁହା, ପଦ୍ମିନୀ ଦୋରା ମୋର ମଞ୍ଚ ସଂଯୋଜନାରେ ସଙ୍ଗୀତ ଗାନ କରିଛନ୍ତି। ପୂର୍ବରୁ ସମ୍ବଲପୁରୀ ଅଡିଓ କ୍ୟାସେଟ୍‌ରେ ମୋର ଗୀତ ରସିଆ ନମ୍ବର-୧, ବାବୁର୍‌ ମାଆ, ସାଙ୍ଗର୍‌ ଜୁଲି, ପାଟପନିଆଁ, ମନ୍‌ ମୟୂରୀ, ପିର୍‌ତି ନିଶା ପ୍ରଭୃତି ସୁପରହିଟ୍‌ ହୋଇଛି। ସମ୍ପ୍ରତି ସମ୍ବଲପୁରୀ ଗୀତରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯାଉଛି। ତେଣୁ ଗୀତ ଲେଖିବା ବନ୍ଦ କରିଦେଇଛି। ଏଥିସହ ହାସ୍ୟ ରସାତ୍ମକ ଅଡିଓ କ୍ୟାସେଟ୍‌ ଜିଁ ଛ ତ୍‌ ହସିଁ ଥ, ଅଲ୍‌ ଓଡ଼ିଶା ରଙ୍ଗ ବୈଠକ, ଉଜା ମନ୍‌ କରା କରାବାର୍‌ ମଧ୍ୟ ସୁପରହିଟ୍‌ ହୋଇଛି।
କେଉଁ ରଙ୍ଗର ପୋଷାକ ପସନ୍ଦ କରନ୍ତି ?
ପିଲାଟି ଦିନୁ ଧଳା ରଙ୍ଗ ଉପରେ ପ୍ରିଣ୍ଟ ଶାର୍ଟ ଓ ସ୍କାଏ ବ୍ଲୁ ରଙ୍ଗର ଜିନ୍ସ ପିନ୍ଧିବାକୁ ପସନ୍ଦ କରିଥାଏ। ବିଗତ କିଛିବର୍ଷ ହେବ ଧଳା ସମ୍ବଲପୁରୀରେ ବାନ୍ଧ ଡିଜାଇନ୍‌ ଶାର୍ଟ ପିନ୍ଧୁଛି।
ଛୁଟିଦିନ କିପରି କଟାନ୍ତି ?
ବ୍ୟସ୍ତବହୁଳ ଜୀବନ ଭିତରେ ଛୁଟି ପାଇଲେ ପରିବାର ସଦସ୍ୟଙ୍କ ସହ ବୁଲିବାକୁ ଯାଇଥାଏ। ପ୍ରାକୃତିକ ଶୋଭାରାଜି, ରଙ୍ଗବେରଙ୍ଗ ଫୁଲକୁ ନିରୋଳାରେ ବସି ଦେଖିବାକୁ ଇଚ୍ଛା ହୁଏ। ରାଜ୍ୟ ବାହାରେ ରହୁଥିବା ପୁଅ ଆଦର୍ଶ ଓ ଝିଅ ସି୍ନଗ୍ଧା ସହ ଫୋନ୍‌ରେ କିଛି ସମୟ କଥାବାର୍ତ୍ତା କରିଥାଏ।
ଆପଣଙ୍କ କିଛି ଅନୁଭୂତି ?
ଜୀବନରେ ଦୁଃଖ ଓ ସୁଖ ଅଛି। ମୁଁ ନିଜେ ଦୁଃଖରେ ଥାଇ ମଧ୍ୟ ଅନ୍ୟଙ୍କୁ ବ୍ୟଙ୍ଗ କବିତା ଶୁଣାଇ ଥାଏ। ୨୦୧୬ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ମୋତେ ଡ. ନୀଳମାଧବ ପାଣିଗ୍ରାହୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମ୍ବଲପୁରୀ ସାହିତ୍ୟରେ ଏହା ସର୍ବୋଚ୍ଚ ସମ୍ମାନ ଅଟେ। ସେହି ଅନୁଭୂତିକୁ ମୁଁ ଭୁଲିପାରିନାହିଁ। ତାହା ଚିରସ୍ମରଣୀୟ ହୋଇ ରହିବ।
ଆପଣଙ୍କ ପ୍ରିୟ ଖାଦ୍ୟ ?
ବାସି ପଖାଳ ସହ ଶୁଖୁଆ, ଛୋଟ ମାଛ, ହେଣ୍ଡୁଆ, ପାତଳଘଣ୍ଟା, ଆମ୍ବିଳ, ଶାଗବଡି ମୋର ବହୁତ ପ୍ରିୟ ଖାଦ୍ୟ। ଅପରପକ୍ଷେ ଜଳଖିଆରେ ପକୁଡି, ମୁଢ଼ି ଓ କଞ୍ଚାଲଙ୍କା ଖାଇବାକୁ ପସନ୍ଦ କରେ।
ସ୍ତ୍ରୀଙ୍କ କେଉଁ ଗୁଣଟି ଭଲ ଲାଗେ ?
ମୋର ସହଧର୍ମଣୀ ତପସ୍ବିନୀ ସାଲିମା ବ୍ୟଙ୍ଗ କବିତା ଲେଖିବାକୁ ପ୍ରେରଣା ଦେଇଥାନ୍ତି। ପରିବାରର ସବୁ ଦାୟିତ୍ୱ ସେ ବହନ କରିଥାନ୍ତି। ତାଙ୍କର ସହନଶୀଳତା ଗୁଣ ମୋତେ ଭଲ ଲାଗେ।
ଭବିଷ୍ୟତର ଲକ୍ଷ୍ୟ କ’ଣ?
ଭବିଷ୍ୟତରେ ହାସ୍ୟ ପାଠାଗାର କରିବାକୁ ଯୋଜନା ରଖିଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ କବି ଓ ଲେଖକଙ୍କ ୫ଶହ ପୁସ୍ତକ ସଂଗ୍ରହ କରିଛି। ୨୦୨୦ ମସିହା ସୁଦ୍ଧା ପାଠାଗାରଟିଏ କାର୍ଯ୍ୟକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?