ନାୟିକାର ନଁ। ଟିକିନା

ପ୍ରଥମେ କମେଡି ତା’ପରେ ମୁଖ୍ୟ ଭୂମିକା। ନିଜର ଦାୟିତ୍ୱକୁ ବେଶ୍‌ ସୂଚାରୁ ରୂପରେ ତୁଲାଇ ଜଲିଉଡ୍‌ରେ ନିଜକୁ ଜଣେ ଆଗଧାଡ଼ିର ଅଲରାଉଣ୍ଡର ନାୟିକା ଭାବରେ ପରିଚିତ କରାଇପାରିଛନ୍ତି ସେ। ରୋଲ୍‌ ରୋମାଣ୍ଟିକ ହେଉ ଅବା ଇମୋଶନାଲ-ସେଗୁଡ଼ିକରେ ସେ ଶତ ପ୍ରତିଶତ ସକ୍‌ସେସ ହୋଇଛନ୍ତି। ଏହି ନାୟିକା ଜଣକ ହେଲେ ଟିକିନା। ମାତ୍ର ୧୨ ବର୍ଷ ବୟସରେ ମଞ୍ଚ ଉପରେ ଟିକିନା ପାଦ ଦିଅନ୍ତି। ଜୟଦୁର୍ଗା ଗଣନାଟ୍ୟରେ ତାଙ୍କୁ ମିଳିଥିବା ସୁଯୋଗକୁ ଆଦୌ ହାତଛଡ଼ା କରି ନ ଥିଲେ ଟିକିନା। ତା’ପରେ ଓଡ଼ିଶା ଅପେରା, ଶିବାନୀ ଗଣନାଟ୍ୟ, ମା’ ତାରିଣୀ, ରଙ୍ଗମହଲ, ଇଷ୍ଟର୍ନ ରେଡ୍‌, ସ୍ବର୍ଣ୍ଣମହଲରେ ଅଭିନୟ କରିବା ପରେ ଏବେ ବିଶ୍ୱଦରବାରରେ ଅଭିନୟ ଜାରି ରଖିଛନ୍ତି। ବିଶେଷଭାବରେ କମେଡ଼ି ଚରିତ୍ରରେ ନିଜର ଦମ୍‌ ଦେଖାଇବା ପରେ ହାତୀ ମୁଣ୍ଡରେ ସୁନା କଳସ ଢାଳିବା ପରି ତାଙ୍କୁ ନାୟିକା ସାଜିବାର ସୁଯୋଗ ମିଳିଥିଲା। ତା’ପରେ ଯାହା ଘଟିଥିଲା ତାହା ଇତିହାସ। ଟିକିନାଙ୍କ ଅଭିନୟ ଦର୍ଶକଙ୍କୁ କେତେ ପ୍ରଭାବିତ କରିଛି ତାହାର ଉଦାହରଣ ମଧ୍ୟରେ ରହିଥିବା ପ୍ରମୁଖ ନାଟକଗୁଡ଼ିକ ହେଲା ‘ଫଗୁଣ ଦେଇଛି ପହିଲି ଚିଠି, ଶୂନ ଫୋଟକା, ବେତାଳ କଥା, ଆକାଶ କଇଁଆ ଚିଲିକା ମାଛ, ବର୍ଷା ରାତିର ସାଥୀ, ତୁମ କଥା ଭାରି ମନେ ପଡୁଛି ଏବଂ ଗୁପ୍ତ ସମ୍ପର୍କ’। ଅଭିନୟ ଜୀବନର ବର୍ଷ କେଇଟା ପରେ ଖଳନାୟକ ଶୁଭେନ୍ଦୁଙ୍କ ସହ ଘର ସଂସାର କରିଥିଲେ ଟିକିନା। ତେବେ ଦର୍ଶକଙ୍କୁ ନିଜ ଅଭିନୟ ମାୟାରେ ବାନ୍ଧି ରଖିଥିବା ଟିକିନା ଭବିଷ୍ୟତରେ ଜଲିଉଡ୍‌ରେ କି କମାଲ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri