ନାରୀ ନିର୍ଯାତନା

ଡା. ସୁରେନ୍ଦ୍ରନାଥ ପତି
ଆମ ଦେଶରେ ମହିଳାମାନଙ୍କ ପ୍ରତି ବଳାତ୍କାର ଦିନକୁ ଦିନ ବଢ଼ିବା ଲକ୍ଷ୍ୟ କରାଯାଉଛି। ଏଣିକି ଗଣମାଧ୍ୟମର ଏହା ପ୍ରମୁଖ ସମାଚାର ପାଲଟିଲାଣି। ପ୍ରାୟ ସବୁ ବୟସର ମହିଳା ଏହାର ଶିକାର ହେଉଛନ୍ତି। ୯ ମାସର କନ୍ୟାଠାରୁ ଆରମ୍ଭ କରି ୭୦ ବର୍ଷର ବୃଦ୍ଧା ମଧ୍ୟ ଏଥିରୁ ନିସ୍ତାର ପାଉନାହାନ୍ତି। ପୁରାଣଯୁଗରେ କେତେକ ଅସୁର ପ୍ରକୃତିର ଲୋକ ଏପରି କାର୍ଯ୍ୟ କ୍ୱଚିତ୍‌ କରିଥିବାର ପ୍ରମାଣ ଅଛି। କିନ୍ତୁ ଆଜିର ଏହି ଅତ୍ୟାଧୁନିକ ସଭ୍ୟ ବିଜ୍ଞାନଯୁଗରେ ନାରୀମାନଙ୍କ ପ୍ରତି ବଳାତ୍କାର ଏକ ଧାରାବାହିକ ଘଟଣାଭାବେ ଘଟୁଛି। ପୃଥିବୀର ପ୍ରତ୍ୟେକ ଦେଶରେ ବିଶେଷତଃ ଅନୁନ୍ନତ, ଦରିଦ୍ର, କୁସଂସ୍କାରଗ୍ରସ୍ତ ବାତାବରଣରେ ଏହାର ସଂଖ୍ୟା ଅଧିକ। ଭାରତରେ ପ୍ରତି ୨୦ ମିନିଟ୍‌ରେ ଗୋଟିଏ ଯୌନ ନିର୍ଯାତନା ଘଟୁଛି। ୧୨ରୁ ୪୦ ବର୍ଷ ବୟସର ମହିଳା ଅଧିକ ପୀଡିତ ହେଉଛନ୍ତି। ଜାତିସଂଘର ରିପୋର୍ଟ ଅନୁଯାୟୀ ସର୍ବାଧିକ ଘଟଣା ଅନୁନ୍ନତ ଇଥିଓପିଆରେ ଦେଖାଯାଏ। ସର୍ବାଧିକ ଉନ୍ନତ ଉତ୍ତର ଆମେରିକାରେ ପ୍ରତି ୬ଜଣ ମହିଳାଙ୍କ ମଧ୍ୟରେ ଜଣେ ବଳାତ୍କାରର ଶିକାର ହୋଇଥାନ୍ତି। ଇଂଲଣ୍ଡ, ଫ୍ରାନ୍ସ, କାନାଡା, ଅଷ୍ଟ୍ରେଲିଆରେ ମଧ୍ୟ ଏହା କମ୍‌ ଘଟୁନାହିଁ। ଭାରତରେ ୧ଲକ୍ଷ ଲୋକସଂଖ୍ୟାରେ ୬.୩ଟି ବଳାତ୍କାର କେସ୍‌ ରିପୋର୍ଟ ହୁଏ। ଶତକଡା ୯୯ଟି ମାମଲା ଲୋକଲୋଚନରୁ ଦୂରରେ ରହୁଛି। National Crime Records Bureauଙ୍କ ଏହା ମତ। ୨୦୧୨ ଡିସେମ୍ବରରେ ଘଟିଥିବା ‘ନିର୍ଭୟା’ ବଳାତ୍କାର ପରେ ସହସା ରିପୋର୍ଟ ହେଉଥିବା କେସ୍‌ ସଂଖ୍ୟା ବୃଦ୍ଧିପାଇ ଶତକଡ଼ା ୨୬ଟି ହୋଇଥିଲା। ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶରୁ ଅଧିକ ସଂଖ୍ୟାରେ ଖବର ମିଳିଥିଲା। ସେହିପରି ଜମ୍ମୁ-କଶ୍ମୀରର କଠୁଆ ବଳାତ୍କାର, ଉତ୍ତରପ୍ରଦେଶର ଉନ୍ନାଓର, ଗୁଜରାଟ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗରେ ଲୋମହର୍ଷଣକାରୀ ରେପ୍‌ କେସ୍‌ର ଖବର ମିଳିବାରେ ଲାଗିଛି।
ବଳାତ୍କାର କ’ଣ? ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ୧୮ ବର୍ଷ ବା ଅଧିକ ବୟସର ମହିଳାଙ୍କ ସହିତ ତାଙ୍କ ବିନା ସମ୍ମତିରେ ଏବଂ ୧୮ ବର୍ଷରୁ କମ୍‌ ବୟସର ମହିଳାଙ୍କ ସହିତ, ତାଙ୍କର ବିନା ସମ୍ମତିରେ ବା ସମ୍ମତି ପ୍ରଦାନ କରିଥିଲେ ମଧ୍ୟ ଜଣେ ବ୍ୟକ୍ତି ଯୌନକ୍ରିୟା କରିଥିଲେ ତାକୁ ‘ରେପ୍‌’ ଆଖ୍ୟା ଦିଆଯିବ। ପୂର୍ବରୁ ଏହି ବୟସର ସୀମା ୧୬ ବର୍ଷ ଥିଲା। ରେପ୍‌ ସଂଜ୍ଞା ବିଷୟରେ ବହୁ ଆଇନଗତ ବ୍ୟାଖ୍ୟା ଅଛି। ଯାହା ଅତି ଦୀର୍ଘ। ବ୍ୟକ୍ତି ରେପ୍‌ କରେ କାହିଁକି? ଜଣେ ବ୍ୟକ୍ତି ତା’ର ଯୌନ ଆକାଙ୍‌କ୍ଷାକୁ ଚରିତାର୍ଥ କରିବା ପାଇଁ ମହିଳାକୁ ବଳାତ୍କାର କରେ। ସେ ବିବାହିତ ବା ଅବିବାହିତ ହୋଇପାରେ। ଧାର୍ମିକ ମନୋଭାବର ଅଭାବ, ମାନସିକ ବିକୃତି, ନିଃସଙ୍ଗତା, ନିଶାଦ୍ରବ୍ୟ ସେବନ ଓ ମଦ୍ୟପାନ, ସାମାଜିକ ଚଳଣିରେ ଅନଭ୍ୟସ୍ତ, ବଦନାମକୁ ବେଖାତିର ମନୋଭାବ ଆଦି ରେପ୍‌ କରିବାର ପ୍ରଧାନ କାରଣ। ବିଖ୍ୟାତ ମନୋବିଜ୍ଞାନୀମାନେ ମତଦିଅନ୍ତି- ସ୍ତ୍ରୀ ଜାତି ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ବ୍ୟକ୍ତି ବଳପୂର୍ବକ ଅନ୍ୟ ଜଣେ ସ୍ତ୍ରୀକୁ ବଳାତ୍କାର କରି ପୂର୍ବ ଲଜ୍ଜାରୁ ମୁକ୍ତି ପାଇବାକୁ ଇଚ୍ଛାକରେ, ପୁରୁଷ ନାରୀଠାରୁ ଉଚ୍ଚତର ହେବାକୁ ଇଚ୍ଛା କରେ। ଏହା ନ ହୋଇପାରିଲେ ସେ ରେପ୍‌ କରି ସୁପିରିୟର ହେଲା ବୋଲି ମନେକରେ। ପ୍ରତିଶୋଧ ନେବା ପାଇଁ ସେହିପରି ଶାରୀରିକ ଦୃଷ୍ଟିରୁ ଦୁର୍ବଳ ଦେଖାଯାଉଥିବା, ଅନ୍ୟ ଏକ ସମାନ ଚେହେରା ବିଶିଷ୍ଟ ମହିଳାକୁ ବଳାତ୍କାର କରିବା, ନିଜ ଜୀବନରେ ସଂଯମ ହାସଲ କରି ନ ପାରିବା ବ୍ୟକ୍ତି ଅବଳାକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ମଧ୍ୟ ଏକ ମନୋବୈଜ୍ଞାନିକ କାରଣ ହୋଇପାରେ।
କିନ୍ତୁ ପ୍ରତ୍ୟେକ ବଳାତ୍କାର କେସ୍‌ ଅନ୍ୟ କେସ୍‌ଠାରୁ ଭିନ୍ନ, ତା’ର ପଶ୍ଚାତ୍‌ଭାଗରେ ଲୁଚି ରହିଥବା ଉଦ୍ଦେଶ୍ୟ ମଧ୍ୟ ଭିନ୍ନ ହୋଇଥାଏ। କିନ୍ତୁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଏପରି ବଳାତ୍କାର ଦ୍ୱାରା ଏକ ମାନସିକ ଆବଶ୍ୟକତା ପୂରଣ ହୁଏ। ସାଇକୋଲଜିଷ୍ଟ ଡାଭିଡ୍‌ ଲିସାକ୍‌ କହିଥିଲେ- ମନୁଷ୍ୟର ଗୋଟିଏ ଗ୍ରୁପ୍‌ ଅନ୍ୟ ଦୁର୍ବଳ ଗ୍ରୁପ୍‌କୁ ଉଦ୍ଦେଶ୍ୟମୂଳକ ଭାବେ ଆକ୍ରାନ୍ତ କରିବା କିଛି ଅବାସ୍ତବ କଥା ନୁହେଁ। ନାଜି ଜର୍ମାନ କ୍ୟାମ୍ପ୍‌ରେ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିଲା, ତାହା ମଧ୍ୟ ରେପ୍‌।
ଆମ ଦେଶରେ ଘଟୁଥିବା ଅନେକ ନାରୀ ନିର୍ଯାତନା ଘଟଣା ଲୋକଲୋଚନକୁ ଆସିପାରୁନାହିଁ। ଏହାର କାରଣ ସାମାଜିକ ଲଜ୍ଜା, ପ୍ରତିପକ୍ଷ ଦ୍ୱାରା ଭୟ ପ୍ରଦର୍ଶନ। ଆପୋସ ସମାଧାନ, ଥାନାଠାରୁ ଦୂରରେ ଘଟୁଥିବା ଘଟଣାମାନ- ଏହିପରି କାରଣ ବହୁତ ଅଛି। ଅଭିଯୁକ୍ତ ଫେରାର ଥିବାରୁ, ବିଚାରପତିଙ୍କ ଅଭାବ ଯୋଗୁ, ଫାଷ୍ଟ ଟ୍ରାକ୍‌ କୋର୍ଟ ଖୋଲିଥିଲେ ମଧ୍ୟ ଅପରାଧୀଙ୍କୁ ଦଣ୍ଡବିଧାନ ହୋଇପାରୁନାହିଁ। ପୋକ୍‌ସୋ ଆକ୍ଟ ପ୍ରଣୀତ ହେବା ପରେ ୧୨ ବର୍ଷରୁ କମ୍‌ ବୟସର ନାବାଳିକା ବଳାତ୍କାର ପାଇଁ ମୃତ୍ୟୁଦଣ୍ଡର ପ୍ରାବଧାନ କରାଯାଇଛି। ଏହା ସତ୍ତ୍ୱେ ବଳାତ୍କାରୀଙ୍କ ମଧ୍ୟରେ ଭୟର ସଞ୍ଚାର ହୋଇଥିବା ମନେହୁଏ ନାହିଁ।
ରେଣୁକା ଏନ୍‌କ୍ଲେଭ୍‌, ପୁରୀ, ମୋ-୯୪୩୭୪୯୪୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri