ନାରୀ ନିର୍ଯାତନା

ଡା. ସୁରେନ୍ଦ୍ରନାଥ ପତି
ଆମ ଦେଶରେ ମହିଳାମାନଙ୍କ ପ୍ରତି ବଳାତ୍କାର ଦିନକୁ ଦିନ ବଢ଼ିବା ଲକ୍ଷ୍ୟ କରାଯାଉଛି। ଏଣିକି ଗଣମାଧ୍ୟମର ଏହା ପ୍ରମୁଖ ସମାଚାର ପାଲଟିଲାଣି। ପ୍ରାୟ ସବୁ ବୟସର ମହିଳା ଏହାର ଶିକାର ହେଉଛନ୍ତି। ୯ ମାସର କନ୍ୟାଠାରୁ ଆରମ୍ଭ କରି ୭୦ ବର୍ଷର ବୃଦ୍ଧା ମଧ୍ୟ ଏଥିରୁ ନିସ୍ତାର ପାଉନାହାନ୍ତି। ପୁରାଣଯୁଗରେ କେତେକ ଅସୁର ପ୍ରକୃତିର ଲୋକ ଏପରି କାର୍ଯ୍ୟ କ୍ୱଚିତ୍‌ କରିଥିବାର ପ୍ରମାଣ ଅଛି। କିନ୍ତୁ ଆଜିର ଏହି ଅତ୍ୟାଧୁନିକ ସଭ୍ୟ ବିଜ୍ଞାନଯୁଗରେ ନାରୀମାନଙ୍କ ପ୍ରତି ବଳାତ୍କାର ଏକ ଧାରାବାହିକ ଘଟଣାଭାବେ ଘଟୁଛି। ପୃଥିବୀର ପ୍ରତ୍ୟେକ ଦେଶରେ ବିଶେଷତଃ ଅନୁନ୍ନତ, ଦରିଦ୍ର, କୁସଂସ୍କାରଗ୍ରସ୍ତ ବାତାବରଣରେ ଏହାର ସଂଖ୍ୟା ଅଧିକ। ଭାରତରେ ପ୍ରତି ୨୦ ମିନିଟ୍‌ରେ ଗୋଟିଏ ଯୌନ ନିର୍ଯାତନା ଘଟୁଛି। ୧୨ରୁ ୪୦ ବର୍ଷ ବୟସର ମହିଳା ଅଧିକ ପୀଡିତ ହେଉଛନ୍ତି। ଜାତିସଂଘର ରିପୋର୍ଟ ଅନୁଯାୟୀ ସର୍ବାଧିକ ଘଟଣା ଅନୁନ୍ନତ ଇଥିଓପିଆରେ ଦେଖାଯାଏ। ସର୍ବାଧିକ ଉନ୍ନତ ଉତ୍ତର ଆମେରିକାରେ ପ୍ରତି ୬ଜଣ ମହିଳାଙ୍କ ମଧ୍ୟରେ ଜଣେ ବଳାତ୍କାରର ଶିକାର ହୋଇଥାନ୍ତି। ଇଂଲଣ୍ଡ, ଫ୍ରାନ୍ସ, କାନାଡା, ଅଷ୍ଟ୍ରେଲିଆରେ ମଧ୍ୟ ଏହା କମ୍‌ ଘଟୁନାହିଁ। ଭାରତରେ ୧ଲକ୍ଷ ଲୋକସଂଖ୍ୟାରେ ୬.୩ଟି ବଳାତ୍କାର କେସ୍‌ ରିପୋର୍ଟ ହୁଏ। ଶତକଡା ୯୯ଟି ମାମଲା ଲୋକଲୋଚନରୁ ଦୂରରେ ରହୁଛି। National Crime Records Bureauଙ୍କ ଏହା ମତ। ୨୦୧୨ ଡିସେମ୍ବରରେ ଘଟିଥିବା ‘ନିର୍ଭୟା’ ବଳାତ୍କାର ପରେ ସହସା ରିପୋର୍ଟ ହେଉଥିବା କେସ୍‌ ସଂଖ୍ୟା ବୃଦ୍ଧିପାଇ ଶତକଡ଼ା ୨୬ଟି ହୋଇଥିଲା। ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶରୁ ଅଧିକ ସଂଖ୍ୟାରେ ଖବର ମିଳିଥିଲା। ସେହିପରି ଜମ୍ମୁ-କଶ୍ମୀରର କଠୁଆ ବଳାତ୍କାର, ଉତ୍ତରପ୍ରଦେଶର ଉନ୍ନାଓର, ଗୁଜରାଟ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗରେ ଲୋମହର୍ଷଣକାରୀ ରେପ୍‌ କେସ୍‌ର ଖବର ମିଳିବାରେ ଲାଗିଛି।
ବଳାତ୍କାର କ’ଣ? ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ୧୮ ବର୍ଷ ବା ଅଧିକ ବୟସର ମହିଳାଙ୍କ ସହିତ ତାଙ୍କ ବିନା ସମ୍ମତିରେ ଏବଂ ୧୮ ବର୍ଷରୁ କମ୍‌ ବୟସର ମହିଳାଙ୍କ ସହିତ, ତାଙ୍କର ବିନା ସମ୍ମତିରେ ବା ସମ୍ମତି ପ୍ରଦାନ କରିଥିଲେ ମଧ୍ୟ ଜଣେ ବ୍ୟକ୍ତି ଯୌନକ୍ରିୟା କରିଥିଲେ ତାକୁ ‘ରେପ୍‌’ ଆଖ୍ୟା ଦିଆଯିବ। ପୂର୍ବରୁ ଏହି ବୟସର ସୀମା ୧୬ ବର୍ଷ ଥିଲା। ରେପ୍‌ ସଂଜ୍ଞା ବିଷୟରେ ବହୁ ଆଇନଗତ ବ୍ୟାଖ୍ୟା ଅଛି। ଯାହା ଅତି ଦୀର୍ଘ। ବ୍ୟକ୍ତି ରେପ୍‌ କରେ କାହିଁକି? ଜଣେ ବ୍ୟକ୍ତି ତା’ର ଯୌନ ଆକାଙ୍‌କ୍ଷାକୁ ଚରିତାର୍ଥ କରିବା ପାଇଁ ମହିଳାକୁ ବଳାତ୍କାର କରେ। ସେ ବିବାହିତ ବା ଅବିବାହିତ ହୋଇପାରେ। ଧାର୍ମିକ ମନୋଭାବର ଅଭାବ, ମାନସିକ ବିକୃତି, ନିଃସଙ୍ଗତା, ନିଶାଦ୍ରବ୍ୟ ସେବନ ଓ ମଦ୍ୟପାନ, ସାମାଜିକ ଚଳଣିରେ ଅନଭ୍ୟସ୍ତ, ବଦନାମକୁ ବେଖାତିର ମନୋଭାବ ଆଦି ରେପ୍‌ କରିବାର ପ୍ରଧାନ କାରଣ। ବିଖ୍ୟାତ ମନୋବିଜ୍ଞାନୀମାନେ ମତଦିଅନ୍ତି- ସ୍ତ୍ରୀ ଜାତି ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ବ୍ୟକ୍ତି ବଳପୂର୍ବକ ଅନ୍ୟ ଜଣେ ସ୍ତ୍ରୀକୁ ବଳାତ୍କାର କରି ପୂର୍ବ ଲଜ୍ଜାରୁ ମୁକ୍ତି ପାଇବାକୁ ଇଚ୍ଛାକରେ, ପୁରୁଷ ନାରୀଠାରୁ ଉଚ୍ଚତର ହେବାକୁ ଇଚ୍ଛା କରେ। ଏହା ନ ହୋଇପାରିଲେ ସେ ରେପ୍‌ କରି ସୁପିରିୟର ହେଲା ବୋଲି ମନେକରେ। ପ୍ରତିଶୋଧ ନେବା ପାଇଁ ସେହିପରି ଶାରୀରିକ ଦୃଷ୍ଟିରୁ ଦୁର୍ବଳ ଦେଖାଯାଉଥିବା, ଅନ୍ୟ ଏକ ସମାନ ଚେହେରା ବିଶିଷ୍ଟ ମହିଳାକୁ ବଳାତ୍କାର କରିବା, ନିଜ ଜୀବନରେ ସଂଯମ ହାସଲ କରି ନ ପାରିବା ବ୍ୟକ୍ତି ଅବଳାକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ମଧ୍ୟ ଏକ ମନୋବୈଜ୍ଞାନିକ କାରଣ ହୋଇପାରେ।
କିନ୍ତୁ ପ୍ରତ୍ୟେକ ବଳାତ୍କାର କେସ୍‌ ଅନ୍ୟ କେସ୍‌ଠାରୁ ଭିନ୍ନ, ତା’ର ପଶ୍ଚାତ୍‌ଭାଗରେ ଲୁଚି ରହିଥବା ଉଦ୍ଦେଶ୍ୟ ମଧ୍ୟ ଭିନ୍ନ ହୋଇଥାଏ। କିନ୍ତୁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଏପରି ବଳାତ୍କାର ଦ୍ୱାରା ଏକ ମାନସିକ ଆବଶ୍ୟକତା ପୂରଣ ହୁଏ। ସାଇକୋଲଜିଷ୍ଟ ଡାଭିଡ୍‌ ଲିସାକ୍‌ କହିଥିଲେ- ମନୁଷ୍ୟର ଗୋଟିଏ ଗ୍ରୁପ୍‌ ଅନ୍ୟ ଦୁର୍ବଳ ଗ୍ରୁପ୍‌କୁ ଉଦ୍ଦେଶ୍ୟମୂଳକ ଭାବେ ଆକ୍ରାନ୍ତ କରିବା କିଛି ଅବାସ୍ତବ କଥା ନୁହେଁ। ନାଜି ଜର୍ମାନ କ୍ୟାମ୍ପ୍‌ରେ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିଲା, ତାହା ମଧ୍ୟ ରେପ୍‌।
ଆମ ଦେଶରେ ଘଟୁଥିବା ଅନେକ ନାରୀ ନିର୍ଯାତନା ଘଟଣା ଲୋକଲୋଚନକୁ ଆସିପାରୁନାହିଁ। ଏହାର କାରଣ ସାମାଜିକ ଲଜ୍ଜା, ପ୍ରତିପକ୍ଷ ଦ୍ୱାରା ଭୟ ପ୍ରଦର୍ଶନ। ଆପୋସ ସମାଧାନ, ଥାନାଠାରୁ ଦୂରରେ ଘଟୁଥିବା ଘଟଣାମାନ- ଏହିପରି କାରଣ ବହୁତ ଅଛି। ଅଭିଯୁକ୍ତ ଫେରାର ଥିବାରୁ, ବିଚାରପତିଙ୍କ ଅଭାବ ଯୋଗୁ, ଫାଷ୍ଟ ଟ୍ରାକ୍‌ କୋର୍ଟ ଖୋଲିଥିଲେ ମଧ୍ୟ ଅପରାଧୀଙ୍କୁ ଦଣ୍ଡବିଧାନ ହୋଇପାରୁନାହିଁ। ପୋକ୍‌ସୋ ଆକ୍ଟ ପ୍ରଣୀତ ହେବା ପରେ ୧୨ ବର୍ଷରୁ କମ୍‌ ବୟସର ନାବାଳିକା ବଳାତ୍କାର ପାଇଁ ମୃତ୍ୟୁଦଣ୍ଡର ପ୍ରାବଧାନ କରାଯାଇଛି। ଏହା ସତ୍ତ୍ୱେ ବଳାତ୍କାରୀଙ୍କ ମଧ୍ୟରେ ଭୟର ସଞ୍ଚାର ହୋଇଥିବା ମନେହୁଏ ନାହିଁ।
ରେଣୁକା ଏନ୍‌କ୍ଲେଭ୍‌, ପୁରୀ, ମୋ-୯୪୩୭୪୯୪୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri