ନାଟକ ମାଧ୍ୟମରେ ଭାଇଚାରା ପ୍ରତିଷ୍ଠା ହେଉଛି

ବଲାଙ୍ଗୀର ଅଫିସ, ୨୨ା୧ – ସର୍ବଭାରତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବର ତୃତୀୟ ସନ୍ଧ୍ୟା ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ପୂର୍ତ୍ତ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନାଟକ ମାଧ୍ୟମରେ ଭାଇଚାରା ପ୍ରତିଷ୍ଠା ସମ୍ଭବ ବୋଲି କହିଥିଲେ ା ମଠଖାଇ ମହୋତ୍ସବ ମାଧ୍ୟମରେ ଆମ ସମାଜରେ ସାଂସ୍କୃତିକ ଓ ସାମାଜିକ ଆନ୍ଦୋଳନ ହେଉଛି ଓ ଏହାଦ୍ୱାରା ଆମେ ସମସ୍ତେ ଲାଭବାନ୍‌ ହେଉଛୁଁ ବୋଲି କହିଥିଲେ। ଏଭଳି କାର୍ଯ୍ୟକ୍ରମ ପାଇଁ ସେ ଏବଂ ତାଙ୍କ ବିଭାଗ ଆଗକୁ ମଧ୍ୟ ସମର୍ଥନ ଓ ସହଯୋଗ ଜାରି ରଖିବେ ବୋଲି କହିଥିଲେ ା ମହୋତ୍ସବ କମିଟି ଅଧ୍ୟକ୍ଷ ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ମନ୍ତ୍ରୀ ମଲ୍ଲିକଙ୍କ ସହ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କ୍ରୀଡାବିତ୍‌ ଆନନ୍ଦିନୀ ଦର୍ଜୀ ଅତିଥିଭାବେ ମଞ୍ଚାସୀନ ଥିଲେ ା ଅତିଥି ଦର୍ଜୀ ତାଙ୍କ ଅଭିଭାଷଣରେ ମଠଖାଇ ମହୋତ୍ସବ ସାଂସ୍କୃତିକ ଚେତନା ଜାଗ୍ରତ କରୁଛି ବୋଲି କହିଥିଲେ ା ସଭାପତୀୟ ଅଭିଭାଷଣରେ ବିଧାୟକ ମିଶ୍ର ମଠଖାଇ ମହୋତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିବାକୁ ଯାଇ ନାଟକ, କଳା ଓ ସାଂସ୍କତି ଜରିଆରେ ସମାଜରେ ଭାଇଚାରା ପ୍ରତିଷ୍ଠା ଓ ବଲାଙ୍ଗୀରର ଉନ୍ନତି ହିଁ ଲକ୍ଷ୍ୟ ବୋଲି କହିଥିଲେ ା ଏଥିରେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସହଯୋଗ ଓ ବଲାଙ୍ଗୀରବାସୀଙ୍କ ସମର୍ଥନକୁ ପ୍ରଶଂସା କରିଥିଲେ ା ଏହି ଅବସରରେ ଗିନିଜ୍‌ ବୁକ୍‌ ରେକର୍ଡ ଅଧିକାରୀ ଅମନ୍‌ ଛତ୍ରିଆଙ୍କୁ ଅତିଥିମାନେ ମଠଖାଇ ସମ୍ମାନରେ ସମ୍ମାନିତ କରିଥିଲେ ା ଏହା ସହିତ କୋଶଲୀ ଚଳଚ୍ଚିତ୍ର ଝରନ୍‌ର କଳାକାରମାନଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା ା ସଭା ପ୍ରାରମ୍ଭରେ ବଲାଙ୍ଗୀର ଢ଼ୋଲ ମୁହୁରୀ ଅନୁଷ୍ଠାନ ତରଫରୁ ବଜନିଆ ନୃତ୍ୟ ପରିବେଷଣ କରାଯାଇଥିଲା ା ମଠଖାଇ ମହୋତ୍ସବର ତୃତୀୟ ଦିନ ମଞ୍ଚକୁ ଦିବଙ୍ଗତ ଯୁବ କଳାକାର ତଥା ଭୂମିକା ସଦସ୍ୟ ମନୋଜ ମିଶ୍ରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା ା ତୃତୀୟ ଦିନର ସଭାକୁ ଅଖିଳ ହୋତା ପରିଚାଳନା କରିଥିଲେ ା ପୂର୍ବାହ୍ନରେ କୋଶଳ କଳାମଣ୍ଡଳ ପୁରୁଣା ମଞ୍ଚରେ ଏନ୍‌ଏସ୍‌ଡିଏନ୍‌ ରାମଚନ୍ଦ୍ର ସାହୁ ହାଇସ୍କୁଲ ଓ କଲେଜ ଛାତ୍ରୀଛାତ୍ରଙ୍କୁ ପ୍ରଦର୍ଶନ ଭିତ୍ତିକ ବକ୍ତୃତା ଦେଇ ମଞ୍ଚ ନାଟକ ସମ୍ପର୍କରେ ଆଲୋଚନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri