Posted inଖେଳ

ନାଇକ୍‌ର ହାଇଟେକ୍‌ ବୁଟ୍‌ ଉପରେ ଲାଗିପାରେ ବ୍ୟାନ୍‌

ମୋନାକୋ,୧୮।୧- ବିଶ୍ୱର ଅନ୍ୟତମ କ୍ରୀଡ଼ା ଉପକରଣ ପ୍ରସ୍ତୁତକାରୀ କମ୍ପାନୀ ନାଇକ୍‌ର ଅତି ଉନ୍ନତର ଭାପୋରଫ୍ଲାଇ ବୁଟ୍‌ ଉପରେ ଲାଗିପାରେ ବ୍ୟାନ୍‌। ଅତି ଉନ୍ନତ ଟେକ୍‌ନୋଲୋଜି ବ୍ୟବହାର ହୋଇଥିବାରୁ ବୁଟ୍‌ର ବିକ୍ରି ବଢ଼ିଯାଇଛି। ଭାପୋରଫ୍ଲାଇ ବୁଟ୍‌ରେ ଅଧିକ ସ୍ପ୍ରିଙ୍ଗ୍‌, କାର୍ବନ ପ୍ଲେଟ୍‌ ଓ ଫୋମର ବ୍ୟବହାର କରାଯାଇଛି, ଯାହାକି ରନରଙ୍କ ପ୍ରତ୍ୟେକ ଷ୍ଟେପର ବ୍ୟବଧାନ ବୃଦ୍ଧି କରିବାରେ ସାହାଯ୍ୟକରେ। ଏହାକୁ ବ୍ୟବହାରକରି ଚାମ୍ପିୟନ କେନୀୟ ରନର ଇଲିଡ କିପଚୋଗ ଓ ବ୍ରିଗିଡ କୋସଗେଇ ଗତବର୍ଷ ଚମତ୍କାର ପ୍ରଦର୍ଶନ କରିଥିଲେ। କିନ୍ତୁ ଏନ୍‌ପିଡି ଗ୍ରୁପ୍‌ର ପରାମର୍ଶଦାତା ମାଟ୍ଟ ପାଓ୍ବେଲ କହିଛନ୍ତି, ବିବାଦ ଯୋଗୁ ବୁଟ୍‌ର ବିକ୍ରି ବଢ଼ିବ। ଭାପୋରଫ୍ଲାଇ ବୁଟ୍‌ ଅଧିକ ପ୍ରସ୍ତୁତ କରାଯାଇନାହିଁ। ଏଣୁ ବ୍ୟାନ୍‌ ହେଲେ ଆର୍ଥିକ କ୍ଷତି ହେବ ନାହିଁ। ଆମେଚର ରନରମାନେ ଏହାକୁ ଏବେ ମଧ୍ୟ ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି। ବିଶ୍ୱ ଆଥ୍‌ଲେଟିକ୍ସ ଏହି ହାଇଟେକ ବୁଟ୍‌କୁ ମାସ ହେଲା ପରୀକ୍ଷା କରୁଛି। ଏଣୁ ବୁଟ୍‌ର ହୋଲ୍‌ସେଲ ବିକ୍ରି ଉପରେ ବ୍ୟାନ୍‌ ଲଗାଯାଇପାରେ କିମ୍ବା ବୁଟ୍‌ରେ ବ୍ୟବହୃତ କାର୍ବନ ପ୍ଲେଟ୍‌ ଓ ଫୋମ ସୋଲ ଟେକ୍‌ନୋଲୋଜି ବ୍ୟବହାରର ସୀମା ଧାର୍ଯ୍ୟ କରାଯାଇପାରେ। ଉଲ୍ଲେଖଥାଉ, ଭାପୋରଫ୍ଲାଇ ବୁଟ୍‌ ବ୍ୟବହାରକରି କିପଚୋଗ ଇତିହାସରେ ପ୍ରଥମ ଥର ପାଇଁ ମାରାଥନକୁ ୨ ଘଣ୍ଟା ମଧ୍ୟରେ ଶେଷ କରିଥିଲେ। ଉକ୍ତ ବୁଟ୍‌ର ମୂଲ୍ୟ ୨୫୦ ଡଲାର। ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୭.୭ ହଜାର ଟଙ୍କାରୁ ଊର୍ଦ୍ଧ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri