ନଦୀକୁ ବିଷାକ୍ତ କରୁଛି ସହରାଞ୍ଚଳ ଓ ଶିଳ୍ପାଞ୍ଚଳର ଦୂଷିତ ଜଳ : ରିପୋର୍ଟ ମାଗିଲେ ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ

କଟକ ସଦର,୧୭ା୬(ଡି.ଏନ୍‌.ଏ.) : ସହରାଞ୍ଚଳ ଓ ଶିଳ୍ପାଞ୍ଚଳରୁ ନିର୍ଗତ ଦୂଷିତ ଜଳ ଦ୍ୱାରା ରାଜ୍ୟର ପ୍ରମୁଖ ନଦୀଗୁଡ଼ିକୁ ବିଷାକ୍ତ କରୁଛିିି। ବିଶେଷକରି ମହାନଦୀ ଓ ତା’ର ଶାଖା ନଦୀଗୁଡ଼ିକର ଜଳ କ୍ରମଶଃ ବିଷାକ୍ତ ହେବାରେ ଲାଗିଛି। ଏହା ଉପରେ ନିର୍ଭର କରୁଥିବା ଲୋକେ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି। ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ଉପରେ କୁପ୍ରଭାବ ପଡୁଛି। ଏନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଜଳସମ୍ପଦ ବିଭାଗ ତତ୍ପରତା ପ୍ରକାଶ କରିଛି। ବିଭାଗୀୟ ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ ଅକ୍ଷୟ କୁମାର ବାନାର୍ଜୀ ପତ୍ର ସଂଖ୍ୟା ୧୬୧୨୮/୧୨ା୬ା୨୦୧୯ରେ ମୁଖ୍ୟ ଯନ୍ତ୍ରୀମାନଙ୍କୁ ରିପୋର୍ଟ ତଲବ କରିଛନ୍ତି। ମହାନଦୀ, ବ୍ରାହ୍ମଣୀ, ବୈତରଣୀକୁ ଦୂଷିତ ଜଳ ଛାଡୁଥିବା ସହରାଞ୍ଚଳ ପରିଷଦ ସମ୍ପର୍କରେ ସବିଶେଷ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, କଟକ ମହାନଗର ନିଗମ ଅଞ୍ଚଳରେ ନିଷ୍କାସନ ପାଇଁ ଚାଲିଥିବା ଜାଇକା (ଜାପାନ ଇଣ୍ଟରନ୍ୟାଶନାଲ କୋ ଅପରେଟିଭ ଏଜେନ୍ସି) ପ୍ରକଳ୍ପର ପାଣି ବିଶୋଧନାଗାର(ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ)ଟି କାଠଯୋଡି ନଦୀର ବଗୁଲାପଡ଼ାଠାରେ ଜାଲ ଏନ୍‌ଓସି ବଳରେ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ୯ବର୍ଷ ପରେ ଧରିତ୍ରୀରେ ୧୨ା୩ା୧୯ରେ ପ୍ରକାଶିତ ହୋଇଥିଲା। ଏହି ଖବରକୁ ଆଧାର କରି ଜଳସମ୍ପଦ ବିଭାଗର ପ୍ରିନି୍ସପାଲ ସେକ୍ରେଟାରୀ ପ୍ରଦୀପ କୁମାର ଜେନା ସେହିଦିନ ବିଭାଗୀୟ ଯନ୍ତ୍ରୀମାନଙ୍କ ହ୍ବାଟସଆପ ଗ୍ରୁପରେ କୈଫିୟତ ମାଗିଥିଲେ। ଏହି ନିର୍ଦ୍ଦେଶନାମାକୁ ଆଧାର କରି ମହାନଦୀ ସାଉଥ ଜଳସେଚନ ଡିଭିଜନର ନିର୍ବାହୀଯନ୍ତ୍ରୀ ବସନ୍ତ କୁମାର ରାଉତ ପତ୍ର ସଂଖ୍ୟା ୨୬୮୪/୧୩ା୩ା୧୯ରେ ଉତ୍ତର ଦେଇଥିଲେ। ଏହି ପତ୍ରରେ ମତ୍ତଗଜପୁର ପରିବର୍ତ୍ତେ ବଗୁଲାପଡା ଗ୍ରାମରେ ଟ୍ରିଟମେଣ୍ଟ ପ୍ଲାଣ୍ଟ କାଠଯୋଡି ନଦୀ ପଠାରେ ନିର୍ମାଣ କରାଯାଉଥିବା ଉଲ୍ଲେଖ ଥିଲା। ଚିଠି ସମ୍ପର୍କରେ ବିଭାଗ କ’ଣ ନିଷ୍ପତ୍ତି ଗ୍ରହଣ କରିଛି ବୋଲି ଜଣେ ସୂଚନା ଅଧିକାର କର୍ମୀ ମେ’ ମାସରେ ତଥ୍ୟ ଜାଣିବାକୁ ଚାହିଁଥିଲେ। ରାଜ୍ୟରେ ନଦୀକୁ ଦୂଷିତ କରୁଥିବା ସମ୍ପର୍କରେ ତଥ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି ବୋଲି ଜଳସମ୍ପଦ ବିଭାଗର ଜନ ସୂଚନା ଅଧିକାରୀ ସମ୍ପୃକ୍ତ ସୂଚନା ଅଧିକାରୀ କର୍ମୀଙ୍କୁ ଇ-ମେଲ ଯୋଗେ ଚିଠିର ଅବିକଳ ନକଲ ସହ ଅବଗତ କରାଇଛନ୍ତି। ସମସ୍ତ କେନାଲ, ଯୋରକୁ ଦୂଷିତ ଜଳ ଛାଡୁଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ଓ ଚିକିତ୍ସାଳୟମାନଙ୍କର ମଧ୍ୟ ସୂଚନା ସଂଗ୍ରହ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri