‘ନକାରାତ୍ମକତାର ମୁକାବିଲା ଜରୁରୀ’

ନୂଆଦିଲ୍ଲୀ,୨୫ା୩(ପି.ଟି.): ଘାତକ କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ନୈରାଶ୍ୟବାଦ ଓ ନକାରାମତ୍କତାର ମୁକାବିଲା ଜରୁରୀ। ଗୁଜବ ପ୍ରସାର ନ ହେବା ଦିଗରେ ମଧ୍ୟ ଗଣମାଧ୍ୟମ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମଙ୍ଗଳବାର ବରିଷ୍ଠ ଖବରଦାତାମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ସମୟରେ ଲୋକଙ୍କୁ ସଚେତନ କରିବାରେ ପ୍ରିଣ୍ଟ ଗଣମାଧ୍ୟମର ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ଏହି ଭିଡିଓ କନ୍‌ଫରେନ୍ସିଂ କାର୍ଯ୍ୟକ୍ରମରେ ଓଡ଼ିଶାାରୁ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ ସମ୍ପାଦକ ତଥାଗତ ସତପଥୀ ଏବଂ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଗନେଇଥିଲେ।
ନୂଆଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସି ଜରିଆରେ ମୁଦ୍ରଣ ଗଣମାଧ୍ୟମ ସହିତ ଜଡ଼ିତ ବିଭିନ୍ନ ରାଜ୍ୟର ବରିଷ୍ଠ ଖବରଦାତାମାନଙ୍କ ସହ ଭାବ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ୍‌-୧୯ର ପ୍ରଭାବ ହ୍ରାସ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ନାଗରିକମାନଙ୍କୁ ଆଶ୍ୱସ୍ତ କରିବା ଦରକାର। ଜାତୀୟ ନିରାପତ୍ତାର ସୁରକ୍ଷା ଲାଗି ସାମାଜିକ ଏକତା ବୃଦ୍ଧି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଲୋଚନା ବେଳେ ମୋଦି ଗଣମାଧ୍ୟମକୁ ସରକାର ଓ ଲୋକଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବା ସହ ଜାତୀୟ ତଥା ଆଞ୍ଚଳିକ ସ୍ତରରେ ନିରନ୍ତର ଫିଡ୍‌ବ୍ୟାକ୍‌ ଦେବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସାମାଜିକ ଦୂରତ୍ୱର ମହତ୍ତ୍ୱକୁ ଗୁରୁତ୍ୱ ଦେଇ ସଚେତନା ସୃଷ୍ଟି, ରାଜ୍ୟଗୁଡ଼ିକ ପକ୍ଷରୁ କରାଯାଉଥିବା ଲକ୍‌ଡାଉନ୍‌ ନିଷ୍ପତ୍ତି ଉପରେ ଲୋକଙ୍କୁ ଅବଗତ କରାଇବା ପାଇଁ ଅନୁରୋଧ କରିଛନ୍ତି। ଏହାସହ ଖବରକାଗଜରେ କରୋନା ଭାଇରସ୍‌ର ବିସ୍ତାର ନେଇ ଅନ୍ତଜାତୀୟ ତଥ୍ୟକୁ ଅନ୍ତର୍ଭୁକ୍ତ ଏବଂ ଅନ୍ୟ ଦେଶଗୁଡ଼ିକର କେସ୍‌ ଷ୍ଟଡିଗୁଡ଼ିକର ଅବତାରଣା କରିବା ପାଇଁ ମୋଦି ଗୁରୁତ୍ୱାରୋପ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୋଗଦାନକାରୀମାନଙ୍କୁ ସେମାନଙ୍କ ଫିଡ୍‌ବ୍ୟାକ୍‌ ପାଇଁ ଧନ୍ୟବାଦ ଦେବା ସହ ବଞ୍ଚତ୍ତ ବର୍ଗର ଲୋକଙ୍କ ପ୍ରତି ସାମାଜିକ ଉତ୍ତରଦାୟିତ୍ୱ ତୁଲାଇବାକୁ ମଧ୍ୟ ସ୍ମରଣ କରାଇଛନ୍ତି। ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରଭାବଶାଳୀ ଭୂମିକାକୁ ପ୍ରିଣ୍ଟ ମିଡିଆର ଜର୍ନାଲିଷ୍ଟମାନେ ପ୍ରଶଂସା କରିଛନ୍ତି। ଦେଶର ୧୪ଟି ସ୍ଥାନରୁ ୧୧ଟି ଭାଷାରେ ପ୍ରକାଶିତ ଖବରକାଗଜର ୨୦ ଜଣ ଖବରଦାତା ପ୍ରଧାନମନ୍ତ୍ରୀଙ୍କ ସହ ଭାବବିନିମୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲ, ଆତିଶୀଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୩୦।୪: ଭାଜପା ଓ ଏହାର ସଦସ୍ୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସୋମବାର ଦିଲ୍ଲୀର ଏକ ଅଦାଲତରେ...

ତଳକୋର୍ଟରେ ଜାମିନ ଆବେଦନ କରିନ କାହିଁକି

ନୂଆଦିଲ୍ଲୀ,୩୦ା୪(ପି.ଟି.): ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତଳ କୋର୍ଟରେ ଜାମିନ...

ପନ୍ନୁନଙ୍କୁ ହତ୍ୟା ପାଇଁ ହିଟ୍‌ ଟିମ୍‌କୁ ଲଗାଇଥିଲେ ର’ ଅଫିସର

ନୂଆଦିଲ୍ଲୀ,୩୦ା୪: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁନଙ୍କୁ ହତ୍ୟା କରିବା ପାଇଁ ଭାରତ ଯୋଜନା କରିଥିଲା ବୋଲି ଅଭିଯୋଗ ହୋଇଆସୁଛି। ଆମେରିକା ଗଣମାଧ୍ୟମରେ ନିକଟରେ...

ତୃତୀୟ ପର୍ଯ୍ୟାୟରେ ୯% ମହିଳା ପ୍ରାର୍ଥୀ

ନୂଆଦିଲ୍ଲୀ, ୩୦।୪: ଆସନ୍ତା ମାସ ୭ରେ ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୯୫ଟି ଲୋକ ସଭା ଆସନରେ ୧୩୫୨...

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍‌ର ସମନ

ନୂଆଦିଲ୍ଲୀ,୨୯ା୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ...

ଭାଇରାଲ ହେଉଛି ଶାହାଙ୍କ ଫେକ୍‌ ଭିଡ଼ିଓ, ରେଭନ୍ଥ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୯ା୪ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିହାରର ବେଗୁସରାଇକୁ ଉଡ଼ାଣ ଭରୁଥିବାବେଳେ ହେଲିକପ୍ଟରଟି ଭାରସାମ୍ୟ ହରାଇଥିଲା। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri