Posted inଭଦ୍ରକ

ନକଲି ସାର୍ଟିଫିକେଟରେ ଷ୍ଟାଇପେଣ୍ଡ ଲୁଟ୍‌ ଘଟଣା: ପ୍ରଶାସନିକ ସ୍ତରରେ ତନାଘନା

ଭଦ୍ରକ ଅଫିସ, ୯।୧୨- ଭଦ୍ରକ ଜିଲାରେ ନକଲି ଜାତିଗତ ପ୍ରମାଣପତ୍ର ଦେଇ ସରକାରୀ ଷ୍ଟାଇପେଣ୍ଡ ଲୁଟୁଛନ୍ତି କେତେକ ଘରୋଇ ଶିକ୍ଷାନୁଷ୍ଠାନ। ଏ ସମ୍ପର୍କରେ ଗତ ନଭେମ୍ବର ୨୬ ତାରିଖରେ ‘ନକଲି ସାର୍ଟିଫିକେଟ୍‌ରେ ଚାକିରି, ଷ୍ଟାଇପେଣ୍ଡ ଲୁଟ୍‌’ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ବେଶ୍‌ ତତ୍ପର ହୋଇଉଠିଛି। ପ୍ରଶାସନ ପକ୍ଷରୁ ତନାଘନା ଚାଲିଛି। ଜିଲାପାଳଙ୍କ କାର୍ଯ୍ୟାଳୟର ତୃତୀୟ ମହଲାରେ ଥିବା ଜିଲା ମଙ୍ଗଳ ଅଧିକାରୀଙ୍କ ଅଫିସ୍‌ରେ ସିସିଟିଭି ଲଗାଯାଇଛି। ସେହିପରି ଭାରପ୍ରାପ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ଜିଲା ମଙ୍ଗଳ ଅଧିକାରୀଙ୍କ ସମେତ ସମସ୍ତ ବ୍ଲକର ମଙ୍ଗଳ ଅଧିକାରୀଙ୍କୁ ଡାକି ଯେଭଳି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଷ୍ଟାଇପେଣ୍ଡ ଟଙ୍କା ହରିଲୁଟ୍‌ ନ ହେବ ସେନେଇ କଡ଼ା ନିର୍ଦ୍ଦେଶାନାମା ଜାରି କରିଛନ୍ତି। ପ୍ରତି ବ୍ଲକସ୍ତରୀୟ ଅଧିକାରୀ ସେମାନଙ୍କ ଅଞ୍ଚଳରେ ଥିବା ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନରୁ ଯେଭଳି ନକଲି ଜାତିଗତ ପ୍ରମାଣପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ମାଧ୍ୟମରେ ଷ୍ଟାଇପେଣ୍ଡ ନେବା ପାଇଁ ଆବେଦନ ନ କରନ୍ତି ସେଥିପ୍ରତି ଅଧିକ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସହାୟକ ଜିଲାପାଳ କାର୍ତ୍ତିକନାଥ ମଣ୍ଡଳଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇ ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ଜେନାଙ୍କୁ ନେଇ ନିକଟରେ ଭଦ୍ରକ ଉପକଣ୍ଠର ଏକ ଡିପ୍ଲୋମା ଇଞ୍ଜିନିୟରିଂ କଲେଜରେ ଚଢ଼ାଉ କରାଯାଇଛି। ସରକାରୀ ୱେବ୍‌ସାଇଟ୍‌ ପ୍ରେରଣାରେ ଏହି କଲେଜ ମାଧ୍ୟମରେ କେତେ ପିଲା ଷ୍ଟାଇପେଣ୍ଡ ପାଇଁ ଆବେଦନ କରିଥିଲେ, କେତେଜଣ ଉକ୍ତ ଦିନ ପରୀକ୍ଷା ଚାଲିଥିବା ବେଳେ ଉପସ୍ଥିତ ଥିଲେ ଏବଂ ଉପସ୍ଥିତ ପିଲାଙ୍କ ଦସ୍ତଖତ ସମ୍ବଳିତ ଉପସ୍ଥାନର ନକଲ ଏହି ଟିମ୍‌ ଜବତ କରି ନେଇଥିବା ସୂଚନା ମିଳିଛି।
୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇଥିବା ଷ୍ଟାଇପେଣ୍ଡ ବାବଦ ଟଙ୍କାରୁ ନକଲି ଜାତିଗତ ସାର୍ଟିଫିକେଟ୍‌ ଦେଇ ବହୁ ଘରୋଇ ଶିକ୍ଷାନୁଷ୍ଠାନ ଲୁଟିଥିବା ଅଭିଯୋଗ ହୋଇଛି। ଏ ନେଇ ଜିଲା ପ୍ରଶାସନ ନିକଟରେ ବହୁବାର ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିଲା। ଧରିତ୍ରୀରେ ଖବର ପ୍ରକାଶ ପରେ ଦୁଇବର୍ଷ ଧରି କିଭଳି ନକଲି ସାର୍ଟିଫିକେଟ୍‌ ମାଧ୍ୟମରେ ଟଙ୍କା ଲୁଟ୍‌ କରାଯାଇଛି ତାହାର ବିଧିବଦ୍ଧ ତଦନ୍ତ ସକାଶେ ଭାରପ୍ରାପ୍ତ ଜିଲାପାଳ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଏବେ କେତେକ ଶିକ୍ଷାନୁଷ୍ଠାନରେ ଭୟ ସୃଷ୍ଟି ହୋଇଛି। ଏପରିକି ଶିକ୍ଷାନୁଷ୍ଠାନର ଦଲାଲମାନେ ଆତ୍ମଗୋପନ କଲେଣି। ଗତବର୍ଷର ଷ୍ଟାଇପେଣ୍ଡ ନେଇଥିବା ପିଲାଙ୍କ ସାର୍ଟିଫିକେଟ୍‌ କେତେ ଅସଲି ଓ ନକଲି ସେ ନେଇ ଜିଲାର ବିଭିନ୍ନ ବ୍ଲକରୁ ଦକ୍ଷ ମଙ୍ଗଳ ଅଧିକାରୀଙ୍କୁ ଡକାଯାଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦିନରାତି ଯାଞ୍ଚ କରାଯାଉଛି। ଯାଞ୍ଚ ପ୍ରକ୍ରିୟା ସରିବା ପରେ ଏ ସମ୍ପର୍କରେ ସ୍ପଷ୍ଟ ହେବ ବୋଲି ଭାରପ୍ରାପ୍ତ ଜିଲାପାଳ ମିଶ୍ର କହିଛନ୍ତି। ଆବଶ୍ୟକ ସ୍ଥଳେ ଅସାଧୁ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ, ଘରୋଇ ଶିକ୍ଷାନୁଷ୍ଠାନ ଓ ଛାତ୍ରୀଛାତ୍ରଙ୍କ ବିରୋଧରେ ଏତଲା ଦାଏର କରାଯିବ ବୋଲି ଜିଲା ମଙ୍ଗଳ ଅଧିକାରୀ ଜେନା ପ୍ରକାଶ କରିଛନ୍ତି। ଜିଲାପାଳଙ୍କ ଦସ୍ତଖତରେ ଏକ ଆଗୁଆ ସତର୍କ ସୂଚନା ଚିଠି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ପଠାଯାଇଥିବାବେଳେ ଏହାର ନକଲ ଏସ୍‌ପିଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ଭାଜପାରେ ମିଶିଲେ ୩୦ ପରିବାର

ଚାନ୍ଦବାଲି,୩୦ା୪(କିଷାନ ପାତ୍ର): ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଞ୍ଚାୟତରେ ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଧର ସାହୁଙ୍କ ନେତୃତ୍ୱରେ ୩୦ ପରିବାର ବିଜେଡି ଛାଡ଼ି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri