Posted inଖେଳ

ଧୋନୀଙ୍କଠାରେ ଏବେ ବି ବହୁତ କ୍ରିକେଟ ବାକି ଅଛି: ଅନିରୁଦ୍ଧ

ନୂଆଦିଲ୍ଲୀ,୩୦।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମର୍ଥନରେ ବାହାରିଛନ୍ତି। ଧୋନୀଙ୍କ ପାଖରେ ଏବେବି ବହୁତ କ୍ରିକେଟ ବାକି ରହିଛି ବୋଲ ସେ କହିଛନ୍ତି। କ୍ରିକେଟ ନେଇ ତାଙ୍କ ଚିନ୍ତାଧାରା ଉଚ୍ଚକୋଟୀର। ଧୋନୀ ଏବେବି ଫିଟ୍‌ ଅଛନ୍ତି। ସେ ଭାରତର ଶ୍ରେଷ୍ଠ ଉଇକେଟକିପର ମଧ୍ୟ। ପଡିଆରେ ବିଭିନ୍ନ ପ୍ରକାର ପରିସ୍ଥିତିରେ ସେ ଠିକ୍‌ ନିଷ୍ପତ୍ତି ନେବାର ବେଶ୍‌ ଧୁରନ୍ଧର। ତେଣୁ ତାଙ୍କ କ୍ୟାରିୟର ଏବେ ଶେଷ ହୋଇଛି ଭାବିବା ଠିକ୍‌ ହେବ ନାହିଁ ବୋଲି ସେ କହିଛନ୍ତି।

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ହେବା ଉଚିତ୍‌। ଏହା ଆର୍ଥିକ ଦୃଷ୍ଟିକୋଣରୁ ଓ ଘରୋଇ କ୍ରିକେଟରଙ୍କ ପାଇଁ ବିଶେଷ ଭାବେ ଗୁରୁତ୍ୱ ବହନ କରେ। ଆଇପିଏଲ୍‌ ନେଇ ଗଭର୍ନିଂ କାଉନସିଲ୍‌ ନିଷ୍ପତ୍ତି ନେବ। ତେବେ ଆଇପିଏଲ୍‌ ପାଇଁ ଉପଯୁକ୍ତ ପରିବେଶ ଓ ପରିସ୍ଥିତି ଆବଶ୍ୟକ ବୋଲି ସେ କହିଛନ୍ତି। ଚଳିତ ବର୍ଷ ଆଇପିଏଲର ୧୩ତମ ଗତ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବା କାର୍ଯ୍ୟକ୍ରମ ଥିଲା। କୋଭିଡ୍‌-୧୯ କାରଣରୁ ଏହା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି। ଯୁବ ମହିଳା ବ୍ୟାଟ୍ସମ୍ୟାନ ଶେଫାଳୀ ବର୍ମାଙ୍କୁ ସେ ପ୍ରଶଂସା କରିଛନ୍ତି। ୧୬ବର୍ଷୀୟ ଶେଫାଳୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ। ଭାରତରେ ଶେଫାଳୀ କ୍ରିକେଟ ବିପ୍ଳବ ଆଣିବେ ବୋଲି ଅନିରୁଦ୍ଧ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ…

କୋହଲିଙ୍କୁ କ୍ଷତି, ମାଲାମାଲ ହେଲେ ଗିଲ୍‌: ଆଗକୁ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୭।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ନୂଆ ଦିନିକିଆ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ରାଙ୍କିଙ୍ଗରେ ଭାରତୀୟ…

‘ମୋତେ ଏବେ ହିଁ ନିଦ ଲାଗୁଛି…’, ପ୍ରଥମ ମ୍ୟାଚ ଜିତିବା ପରେ କାହିଁକି ଏମିତି କହିଲେ ଶ୍ରେୟସ ଆୟର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପରେ ଶ୍ରେୟସ ଆୟର କହିଥିଲେ ଯେ ସେ ଏକ ଶତକ ହାସଲ କରିବାକୁ ସ୍ବପ୍ନ ଦେଖୁଥିଲେ ଏବଂ ସେହି…

ଟେଷ୍ଟ, ଦିନିକିଆ, ଟି-୨୦ ତିନୋଟିଯାକ ଫର୍ମାଟରେ ଶତକ ହାସଲ କରି ଏମିତି ଯୋଗ୍ୟତା ଅର୍ଜନ କଲେ ଏହି ଭାରତୀୟ ଖେଳାଳି, ଛୁଟୁଛି ପ୍ରଶଂସା

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଇତିହାସ ସୃଷ୍ଟି କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟର ତିନୋଟିଯାକ ଫର୍ମାଟରେ ଶତକ ହାସଲ କରିବାରେ…

‘ଇତିହାସ ସର୍ବଦା…’: ଅଜିତ ଅଗରକରଙ୍କୁ ବିଦାୟ ଜଣାଇ ଏମିତି କ’ଣ କହିଲେ ଗୌତମ ଗମ୍ଭୀର, ଓଦା ହୋଇଯାଉଛି ଆଖି!

ନୂଆଦୀଲ୍ଲୀ,୭।୧୦: ଗୌତମ ଗମ୍ଭୀର ଅଜିତ ଅଗରକରଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ବାର୍ତ୍ତା ଲେଖିଛନ୍ତି, ଯିଏ ନିକଟରେ ମୁଖ୍ୟ ଚୟନକର୍ତ୍ତା (Chief Selector) ଭାବରେ ନିଜର କାର୍ଯ୍ୟକାଳ…

ପରସ୍ପର ସହ ଆଖି ମିଳାଇଲେ ନାହିଁ ସ୍ମୃତି ମନ୍ଧାନା-ହରମନପ୍ରୀତ କୌର ; ଡ୍ରେସିଂ ରୁମର ପରିବେଶକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଭାରତୀୟ ମହିଳା କ୍ରିକେଟ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦରୁ ଓହରି ଯାଇଥିଲେ ଏବଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?