ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଯନ୍ତ୍ରଣା ସତ୍ତ୍ୱେ….

ମାଞ୍ଚେଷ୍ଟର,୨୫।୭: ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମାଞ୍ଚେଷ୍ଟର ଗ୍ରାଉଣ୍ଡରେ ଏକ ଐତିହାସିକ ଇନିଂସ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ପନ୍ତଙ୍କ ପାଦରେ ଆଘାତ ଲାଗିଥିଲା, ଯାହା ଯୋଗୁ ତାଙ୍କୁ ରିଟାୟାର ହର୍ଟ ହେବାକୁ ପଡିଥିଲା। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ପନ୍ତ ପୁଣି ଥରେ ବ୍ୟାଟିଂ କରିବାକୁ ଆସିଥିଲେ, ତା’ପରେ ସେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଏକ ଐତିହାସିକ ରେକର୍ଡ ଭାଙ୍ଗିଥିଲେ। ପନ୍ତ ଏକ ସିରିଜ୍ରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ ହୋଇଛନ୍ତି।

ରିଷଭ ପନ୍ତ ମାଞ୍ଚେଷ୍ଟର ଟେଷ୍ଟର ପ୍ରଥମ ଇନିଂସ୍‌ରେ ୭୫ ବଲରେ ୫୪ ରନ୍‌ରେ ଏକ ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ପନ୍ତ ଇଂଲଣ୍ଡ ବିପକ୍ଷ ଏହି ସିରିଜ୍‌ରେ ଏହି ପଞ୍ଚମ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ସହିତ, ପନ୍ତ ଏକ ସିରଜ୍‌ରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ହୋଇଥିଲେ। ପୂର୍ବରୁ ଏହି ରେକର୍ଡ ଭାରତର କିମ୍ବଦନ୍ତୀ ଖେଳାଳି ଫାରୁକ ଇଞ୍ଜିନିୟର ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ଥିଲା।

ଭାରତର ପୂର୍ବତନ କିମ୍ବଦନ୍ତୀ ଖେଳାଳି ଫାରୁକ ଇଞ୍ଜିନିୟର ୧୯୭୨-୭୩ରେ ଇଂଲଣ୍ଡ ବିପକ୍ଷ ସମାନ ସିରିଜ୍ରେ ୪ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏବଂ କ୍ରିକେଟର ଏମ ଏସ ଧୋନୀ ଦୁଇଥର ଏହି କୃତିତ୍ୱ ହାସଲ କରିଛନ୍ତି। ଧୋନୀ ପ୍ରଥମେ ୨୦୦୮-୦୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାରୋଟି ଅର୍ଦ୍ଧଶତକ ମାରିଥିଲେ। ଦ୍ୱିତୀୟ ଥର ପାଇଁ ୨୦୧୪ରେ ଇଂଲଣ୍ଡ ବିପକ୍ଷରେ ଚାରୋଟି ଅର୍ଦ୍ଧଶତକ ମାରିଥିଲେ।

ବର୍ତ୍ତମାନ ଭାରତର ଟେଷ୍ଟ ଦଳର ଉପ-ଅଧିନାୟକ ରିଷଭ ପନ୍ତ ଏହି ସିରିଜର ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସ ପର୍ଯ୍ୟନ୍ତ ୫ଟି ଅର୍ଦ୍ଧଶତକ ମାରିଛନ୍ତି। ବର୍ତ୍ତମାନ ପନ୍ତଙ୍କ ପାଖରେ ଏହି ସିରିଜରେ ତିନୋଟି ଇନିଂସ ବାକି ଅଛି। ପନ୍ତ ଏହି ରେକର୍ଡକୁ ଆହୁରି ଭଲ କରିପାରିବେ।

ମାଞ୍ଚେଷ୍ଟର ଟେଷ୍ଟର ପ୍ରଥମ ଦିନରେ ଜୋଫ୍ରା ଆର୍ଚରଙ୍କ ଏକ ବଲରେ ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ପନ୍ତ ଏକ ସ୍ବିପ ସଟ ଖେଳୁଥିଲେ, କିନ୍ତୁ ବଲ ବ୍ୟାଟ ବାଜିବା ପରିବର୍ତ୍ତେ ତାଙ୍କ ଆଙ୍ଗୁଠିରେ ବାଜିଥିଲା। ଏହି ଆଘାତ ଯୋଗୁ ରିଷଭ ପନ୍ତ ଯନ୍ତ୍ରଣାରେ ଥିଲେ। ପରେ ତାଙ୍କୁ ରିଟାୟାର ହର୍ଟ ହେବାକୁ ପଡିଥିଲା। ମ୍ୟାଚର ଦ୍ୱିତୀୟ ଦିନରେ ପନ୍ତଙ୍କ ପାଇଁ ବ୍ୟାଟିଂ କରିବାକୁ ଆସିବା କଷ୍ଟକର ମନେ ହେଉଥିଲା, କିନ୍ତୁ ସେ ଛୋଟେଇ ଛୋଟେଇ ହୋଇ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଏକ ଐତିହାସିକ ଅର୍ଦ୍ଧଶତକ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

ବିଭିନ୍ନ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ନେଇ…

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ…

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri