Posted inଫୁରସତ

ଧାର୍ମିକସ୍ଥଳୀ ଅଦୂର: ଜାଣନ୍ତୁ କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

କେରଳସ୍ଥିତ ଏକ ଧାର୍ମିକସ୍ଥଳୀ ହେଉଛି ଅଦୂର। ସଂସ୍କୃତି, ପରମ୍ପରା, ପର୍ବପର୍ବାଣି ତଥା ଆଧ୍ୟାତ୍ମିକ ସ୍ଥଳୀଗୁଡ଼ିକ ପାଇଁ ଏହି ସ୍ଥାନର ବେଶ୍‌ ଗୁରୁତ୍ୱ ରହିଛି…

କେରଳର ପଥାନାମାଥିଟ୍ଟା ଜିଲା ଅନ୍ତର୍ଗତ ଏକ ପ୍ରମୁଖ ସହର ହେଉଛି ଅଦୂର। ଏହା ସ୍ଥାନୀୟ ଏକ ଲୋକପ୍ରିୟ ଧାର୍ମିକସ୍ଥଳୀ ଭାବେ ଜଣାଶୁଣା। ଏଠାକାର ସଂସ୍କୃତି, ପରମ୍ପରା, ଚାଲିଚଳଣି, ପର୍ବପର୍ବାଣି ଯେତିକି ନିଆରା, ପର୍ଯ୍ୟଟନସ୍ଥଳୀଗୁଡ଼ିକ ବି ସେତିକି ଆକର୍ଷଣୀୟ। ଖାସ୍‌ ସେଇଥିପାଇଁ ତ ଏଠାରେ ପ୍ରାୟତଃ ବର୍ଷସାରା ପର୍ଯ୍ୟଟକଙ୍କର ଭିଡ଼ ଲାଗିଥାଏ।

କେବେ ଯିବେ
ଏଠାରେ ମାର୍ଚ୍ଚରୁ ମେ ଖରା, ଜୁନ୍‌ରୁ ଅଗଷ୍ଟ ବର୍ଷା ଏବଂ ଅକ୍ଟୋବରରୁ ଜାନୁୟାରୀ ଶୀତଋତୁ ଅନୁଭବ ହୋଇଥାଏ। ବର୍ଷାଦିନେ ଏଠାରେ ପ୍ରବଳ ବର୍ଷା ହେଉଥିବାବେଳେ ଶୀତ ଓ ଖରା ସାଧାରଣ ହୋଇଥାଏ। କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ଏଠାକୁ ସବୁ ସମୟରେ ଯିବା ପାଇଁ ସୁବିଧା ରହିଛି। କେହି କେହି ଖରାଦିନେ ତ କେହି କେହି ଶୀତରେ ପୁଣି ବର୍ଷାଦିନେ ବି ପର୍ଯ୍ୟଟକ ଏଠାକୁ ବୁଲି ଆସୁଥିବାର ନଜିର ରହିଛି।

କେମିତି ଯିବେ
ଥିରୁଭାନନ୍ଥପୁରମ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଏଠାକାର ନିକଟବର୍ତ୍ତୀ ବିମାନବନ୍ଦର, ଯାହା ଅଦୂରଠାରୁ ପ୍ରାୟ ୧୧୦ କି.ମି ଦୂରରେ ଅବସ୍ଥିତ। ସେହିପରି କାୟାମ୍‌କୁଲମ୍‌ ଜଙ୍କସନ୍‌ ରେଳଓ୍ବେ ଷ୍ଟେଶନ ଓ ଚେଙ୍ଗାନ୍ନୁର ରେଲଓ୍ବେ ଷ୍ଟେଶନ ହେଉଛି ଅଦୂରର ଦୁଇ ନିକଟତମ ରେଳଷ୍ଟେଶନ। ତା’ଛଡ଼ା ଦେଶର ବହୁ ପ୍ରମୁଖ ସହରରୁ ଟୁରିଷ୍ଟ ବସ୍‌ ବି ଅଦୂର ଅଭିମୁଖ ଯା’ଆସ କରିଥାଏ।

କ’ଣ ଦେଖିବେ
ପବିତ୍ର ସହର ଭାବେ ସାରା କେରଳରେ ଅଦୂରର ନାଁ ରହିଥିବାରୁ, ଏଠାରେ ପୂଜାର୍ଚ୍ଚନା କରିବା ପାଇଁ ଧାର୍ମିକପୀଠର ଅଭାବ ନାହିଁ। ଶ୍ରୀ ନାରାୟଣପୁରମ୍‌ ମହାବିଷ୍ଣୁ ମନ୍ଦିରଠାରୁ ଆରମ୍ଭ କରି ମନ୍ନାଡି ଦେବୀ, ଶ୍ରୀ ପାର୍ଥସାରଥି, ପଟ୍ଟୁପୁରକ୍କାଲ ଦେବୀ, ମହାଲିଙ୍ଗେଶ୍ୱର, ଥେଙ୍ଗୁମ୍‌ଥରା ଉମାମହେଶ୍ୱର ଇତ୍ୟାଦି ମନ୍ଦିର ଏଠାରେ ଦେଖିବାକୁ ମିଳିଥାଏ। ତା’ଛଡ଼ା ଏକାଧିକ ଚର୍ଚ୍ଚ ବି ଏଠାରେ ରହିଛି। ସବୁ ବର୍ଗର ତଥା ସବୁ ଧର୍ମର ପର୍ଯ୍ୟଟକଙ୍କ ପାଇଁ ଉତ୍ତମ ସୁବିଧାମାନ ମଧ୍ୟ ଏଠାରେ ଉପଲବ୍ଧ।

କଳା ଓ ସଂସ୍କୃତିରେ ଆଗୁଆ
କଳା, ସଂସ୍କୃତି ତଥା ପର୍ବପର୍ବାଣି ପାଳନ କରିବା କ୍ଷେତ୍ରରେ ଅଦୂରର ବେଶ୍‌ ଖ୍ୟାତି ରହିଛି। ଏଠାରେ ବହୁ ଖ୍ୟାତିସମ୍ପନ୍ନ ବ୍ୟକ୍ତି ଜନ୍ମ ହୋଇଥିବା ସୂଚନା ମଧ୍ୟ ରହିଛି। ତେବେ ଆଧ୍ୟାତ୍ମିକସ୍ଥଳୀ ଭାବେ ଲୋକପ୍ରିୟତା ହାସଲ କରିଥିବାରୁ ଏଠାରେ ପ୍ରାୟତଃ ମନ୍ଦିରଗୁଡ଼ିକରେ ସ୍ବତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ, ଯାହାକୁ ଦେଖିବା ପାଇଁ ଭକ୍ତଗଣଙ୍କର ବେଶ୍‌ ଭିଡ଼ ଜମିଥାଏ।

ବେପାର ଓ ବାଣିଜ୍ୟ
ଅଦୂରରେ ଖାସ୍‌ କରି ନଡ଼ିଆ, କଦଳୀ ତଥା ମୌସୁମୀଭଲ ଚାଷ କରାଯାଇଥାଏ। ବାହାରକୁ ରପ୍ତାନି କରି ସ୍ଥାନୀୟ ଲୋକେ ଏଥିରୁ ଟଙ୍କା ଉପାର୍ଜନ କରିଥାନ୍ତି। ତା’ଛଡ଼ା ଏଠାକାର କେତେକ ସ୍ଥାନରେ ରବର ଚାଷ ହେଉଥିବାର ନଜିର ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?