Odisha Elections 2024

ଧାନବୋଝେଇ ଟ୍ରକରେ ଲାଗିଲା ନିଆଁ

ବରଗଡ଼ ଅଫିସ,୨୦ା୬ : ବରଗଡ଼ ଜିଲା ବିଜେପୁର-ଗାଇସିଲେଟ୍‌ ରାସ୍ତାର ନୂଆଁପାଲି ନିକଟରେ ଗୁରୁବାର ଅପରାହ୍ନରେ ଏକ ଧାନ ବୋଝେଇ ଟ୍ରକ(ଓଆର ୧୩ ଏମ୍‌ ୧୩୬୨)ରେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଥିଲା । ଟ୍ରକର ସମ୍ମୁଖ ଭାଗରେ ନିଆଁ ଲାଗି ଯିବାରୁ ସେଥିରେ ବୋଝେଇ ହୋଇଥିବା କିଛି ଧାନ ପୋଡ଼ି ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ଟ୍ରକ ଡ୍ରାଇଭର, ହେଲପର ଓହ୍ଲାଇ ପଡ଼ିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଖବର ପାଇ ବିଜେପୁର ଦମକଳ କେନ୍ଦ୍ରରୁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରକରେ ଲାଗିଥିବା ବ୍ୟାଟେରୀ ଶର୍ଟ୍‌ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଗାଇସିଲେଟ୍‌ ବ୍ଲକ ଅନ୍ତର୍ଗତ କୁଣ୍ଡାଖାଇ ପ୍ରାଥମିକ କୃଷି ସମବାୟ ସମିତିରୁ ଟ୍ରକଟି ଧାନ ବୋଝେଇ କରି ବିଜେପୁରର ଏକ ରାଇସ୍‌ ମିଲକୁ ଯିବା ବାଟରେ ଏହି ଘଟଣା ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛେଣ୍ଡିପଦା ବିଧାୟକଙ୍କ ଦାଦାଗିରି ଘଟଣା: ଏଡିଜି କହିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୨୫।୫: ଛେଣ୍ଡିପଦା ବିଧାୟକ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଶାନ୍ତ କୁମାର ବେହେରା ତାଙ୍କ ନିର୍ବାଚନମଣ୍ଡଳୀର ମତଦାନବେଳେ...

ଛେଣ୍ଡିପଦା ବିଧାୟକଙ୍କ ଦାଦାଗିରି, ଭାଜପା କର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗ

ସମ୍ବଲପୁର,୨୫ା୫: ଛେଣ୍ଡିପଦା ବିଧାୟକ ଭାଜପା କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଠାରେ ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଶାନ୍ତ କୁମାର ବେହେରା ଶନିବାର...

‘ଏଠି ମୁଖ୍ୟମନ୍ତ୍ରୀ ନାହାନ୍ତି, ପାଣ୍ଡିଆନ ସବୁ କବ୍‌ଜା କରିଛନ୍ତି’

ସମ୍ବଲପୁର,୨୩ା୫: ଦେଶ ତଥା ରାଜ୍ୟରେ ଚାଲିଛି ସାଧାରଣ ନିର୍ବାଚନ। ମତଦାତାମାନେ ଦୁଇଟି ପର୍ଯ୍ୟାୟରେ ସେମାନଙ୍କ ପ୍ରାର୍ଥୀ ବାଛି ସାରିଥିବା ବେଳେ ଆଉ ଦୁଇଟି ପର୍ଯ୍ୟାୟ ବାକି...

ଏହି ତାରିଖରେ ସବୁଦିନ ପାଇଁ ତାମିଲନାଡୁ ପଳାଇବେ ପାଣ୍ଡିଆନ୍‌: ବିଜେଡି ଉପରେ ବର୍ଷିଲେ ହିମନ୍ତ ବିଶ୍ୱଶର୍ମା

ସମ୍ବଲପୁର,୨୩।୫: ଓଡ଼ିଶାର ସମ୍ବଲପୁରରେ ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସମ୍ବଲପୁରରେ ମା’ ସମଲେଇ ଦର୍ଶନ ପରେ ବିଜେଡି ସରକାର ଉପରେ...

ସମ୍ବଲପୁରରେ ବଡ଼ ବୟାନ ଦେଲେ ଗିରିରାଜ ସିଂ, କହିଲେ- ”ନଜରବନ୍ଦୀ ଅଛନ୍ତି ନବୀନ”

ସମ୍ବଲପୁର,୨୨ା୫: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଵାକଯୁଦ୍ଧ ତୀବ୍ର ହୋଇଛି। ବୁଧବାର କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଗିରିରାଜ ସିଂଙ୍କ ସମ୍ବଲପୁରରେ...

ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ: ସାଂଘାତିକ କଥା କହିଦେଲେ ଗିରିରାଜ

ସମ୍ବଲପୁର,୨୨।୫: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ବୁଧବାର ସମ୍ବଲପୁରରେ ପ୍ରଚାର କରିଛନ୍ତି। ଏକ ରୋଡ ଶୋ’ ବେଳେ ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି,...

ରତ୍ନଭଣ୍ଡାର ଚାବି ହଜେଇଛି କିଏ? ସମ୍ବଲପୁରରୁ ଶାହାଙ୍କ ବଡ଼ ଖୁଲାସା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ବିଜେଡି ସରକାରଙ୍କୁ...

‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri