Posted inଫୁରସତ

ଦ୍ୱନ୍ଦ୍ୱ ସୃଷ୍ଟି କଲା କାଠ ବାଘ: ଉଦ୍ଧାର ପାଇଁ ପହଞ୍ଚିଲା ହେଲିକ‌ପ୍ଟର‌, ପୋଲିସ

ନୂଆଦିଲ୍ଲୀ:- ଏକ କାଠ ତିଆରି ବାଘ ଯୋଗୁ ନାକେଦମ ହୋଇଛି ପୋଲିସ ଅବିକଳ ବାଘ ଭଳି ଦେଖାଯାଉଥିବା ମୂର୍ତ୍ତିକୁ ଜୀବନ୍ତ ବାଘ ବୋଲି ଭାବି ସଶସ୍ତ୍ର ପୋଲିସ ଫୋର୍ସ, ହେଲିକ‌ପ୍ଟର‌ ଏହାକୁ ଉଦ୍ଧାର ପାଇଁ ପହଞ୍ଚିବା ଭଳି ଆଶ୍ଚର୍ଯ୍ୟକର ଘଟଣା ଲଣ୍ଡନର କେଣ୍ଟ ଅଞ୍ଚଳରେ ଦେଖିବାକୁ ମିଳିଛି । କେଣ୍ଟରେ ରହୁଥିବା ମାର୍ଥା ସିମ୍ପସନ ନାମକ ଜଣେ ଟ୍ବିଟର ବ୍ୟବହାରକାରୀ ଏପରି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି।
ଗଣମାଧ୍ୟମକୁ ସେ ଦେଇଥିବା ସୂଚନା ମୁତାବକ, ତାଙ୍କ ଜେଜେ ମା ଜୁଲିଏଟ ସିମ୍ପସନ ଜଣେ ନିଖୁଣ ମୂର୍ତ୍ତି କାରିଗର। ୨୦ ବର୍ଷ ପୂର୍ବେ ଜୁଲିଏଟଙ୍କ ଦ୍ୱାରା ତିଆରି ହୋଇଥିବା ମୂର୍ତ୍ତିଟି ବେଶ ଜୀବନ୍ତ ହୋଇଥିଲା। ଏହା ଘର ନିକଟରେ ଥିବାରୁ ରାସ୍ତାରେ ଯାଉଥିବା କେତେଜଣ ଲୋକ ମୂର୍ତ୍ତିଟିକୁ ସତସତିକା ବାଘ ବୋଲି ଭାବି ନେଇଥିଲେ।  ସେମାନେ ଭୟଭୀତ ହେବା ସହ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ।  ଖବରପାଇ ବାଘ ଉଦ୍ଧାର ପାଇଁ ସେଠାରେ ୧୦ ସଶସ୍ତ୍ର ପୋଲିସ ଅଧତ୍କାରୀ ଓ ଏକ ହେଲିକପ୍ଟ୍‌‌ର‌ ପହଞ୍ଚିଯାଇଥିଲା।  ମାର୍ଥା ବାହାରକୁ ଆସି ପୋଲିସ ସେଠାରେ ପହଞ୍ଚିବାର କାରଣ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।  ପୋଲିସ ମୂର୍ତ୍ତିକୁ ଅତିପାଖରୁ ଦେଖିବା ପରେ ସେଠାରୁ ଚାଲିଯାଇଥିଲା।  ତେବେ ଏମିତି ଆଗରୁ କେବେ ଘଟି ନ ଥିଲା ବୋଲି ମାର୍ଥା କହିଛନ୍ତି। ଏହି ଘଟଣା ସାମନାକୁ ଆସିବା ପରେ ଅନେକ ଲୋକ ଟୁଇଟ କରି ଏପରି ଆଶ୍ଚର୍ଯ୍ୟକର ମୂର୍ତ୍ତିକାରଙ୍କୁ ଖୁବ୍ ପ୍ରଂଶସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri