Posted inଫୁରସତ

ଦ୍ୱନ୍ଦ୍ୱ ସୃଷ୍ଟି କଲା କାଠ ବାଘ: ଉଦ୍ଧାର ପାଇଁ ପହଞ୍ଚିଲା ହେଲିକ‌ପ୍ଟର‌, ପୋଲିସ

ନୂଆଦିଲ୍ଲୀ:- ଏକ କାଠ ତିଆରି ବାଘ ଯୋଗୁ ନାକେଦମ ହୋଇଛି ପୋଲିସ ଅବିକଳ ବାଘ ଭଳି ଦେଖାଯାଉଥିବା ମୂର୍ତ୍ତିକୁ ଜୀବନ୍ତ ବାଘ ବୋଲି ଭାବି ସଶସ୍ତ୍ର ପୋଲିସ ଫୋର୍ସ, ହେଲିକ‌ପ୍ଟର‌ ଏହାକୁ ଉଦ୍ଧାର ପାଇଁ ପହଞ୍ଚିବା ଭଳି ଆଶ୍ଚର୍ଯ୍ୟକର ଘଟଣା ଲଣ୍ଡନର କେଣ୍ଟ ଅଞ୍ଚଳରେ ଦେଖିବାକୁ ମିଳିଛି । କେଣ୍ଟରେ ରହୁଥିବା ମାର୍ଥା ସିମ୍ପସନ ନାମକ ଜଣେ ଟ୍ବିଟର ବ୍ୟବହାରକାରୀ ଏପରି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି।
ଗଣମାଧ୍ୟମକୁ ସେ ଦେଇଥିବା ସୂଚନା ମୁତାବକ, ତାଙ୍କ ଜେଜେ ମା ଜୁଲିଏଟ ସିମ୍ପସନ ଜଣେ ନିଖୁଣ ମୂର୍ତ୍ତି କାରିଗର। ୨୦ ବର୍ଷ ପୂର୍ବେ ଜୁଲିଏଟଙ୍କ ଦ୍ୱାରା ତିଆରି ହୋଇଥିବା ମୂର୍ତ୍ତିଟି ବେଶ ଜୀବନ୍ତ ହୋଇଥିଲା। ଏହା ଘର ନିକଟରେ ଥିବାରୁ ରାସ୍ତାରେ ଯାଉଥିବା କେତେଜଣ ଲୋକ ମୂର୍ତ୍ତିଟିକୁ ସତସତିକା ବାଘ ବୋଲି ଭାବି ନେଇଥିଲେ।  ସେମାନେ ଭୟଭୀତ ହେବା ସହ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ।  ଖବରପାଇ ବାଘ ଉଦ୍ଧାର ପାଇଁ ସେଠାରେ ୧୦ ସଶସ୍ତ୍ର ପୋଲିସ ଅଧତ୍କାରୀ ଓ ଏକ ହେଲିକପ୍ଟ୍‌‌ର‌ ପହଞ୍ଚିଯାଇଥିଲା।  ମାର୍ଥା ବାହାରକୁ ଆସି ପୋଲିସ ସେଠାରେ ପହଞ୍ଚିବାର କାରଣ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।  ପୋଲିସ ମୂର୍ତ୍ତିକୁ ଅତିପାଖରୁ ଦେଖିବା ପରେ ସେଠାରୁ ଚାଲିଯାଇଥିଲା।  ତେବେ ଏମିତି ଆଗରୁ କେବେ ଘଟି ନ ଥିଲା ବୋଲି ମାର୍ଥା କହିଛନ୍ତି। ଏହି ଘଟଣା ସାମନାକୁ ଆସିବା ପରେ ଅନେକ ଲୋକ ଟୁଇଟ କରି ଏପରି ଆଶ୍ଚର୍ଯ୍ୟକର ମୂର୍ତ୍ତିକାରଙ୍କୁ ଖୁବ୍ ପ୍ରଂଶସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବୋଚ୍ଚ ସ୍ତରରେ ସମୁଦ୍ରର ଉଷ୍ମତା

ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri