ଦୋଛକିରେ ଭାରତମାଳା ପ୍ରକଳ୍ପ

ଭଦ୍ରକ ଅଫିସ,୧୮ା୧୧- କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପ ଏବେ ଦିଗହରା ହୋଇ ପଡିଛି। ଏହି ପ୍ରକଳ୍ପ ସକାଶେ ବିଜ୍ଞପ୍ତି ଜାରି ସତ୍ତ୍ୱେ ଏହାର କାର୍ଯ୍ୟକାରିତା ନେଇ ଆଉ କିଛି ସୂଚନା ମିଳୁ ନାହିଁ। ଭଦ୍ରକ ଜିଲାର ଧାମରା ବନ୍ଦରଯାଏ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସକାଶେ ପରିବହନ ଓ ରାଜପଥ ବିଭାଗ ପକ୍ଷରୁ ଉକ୍ତ ପ୍ରକଳ୍ପ ପରିକଳ୍ପନା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାମଝାଡିରୁ ଧାମରା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ ବୋଲି ଯୋଜନା କରାଯାଇ ପ୍ରାଥମିକ ପର୍ଯ୍ୟାୟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଦିଗରେ ବର୍ଷେ ହେଲା କିଛି ଅଗ୍ରଗତି ନ ହେବାରୁ ଏବେ ପୂର୍ତ୍ତବିଭାଗ ସେହି ରାସ୍ତାରେ କାର୍ଯ୍ୟାରମ୍ଭ କରିଛି। ଭାରତମାଳା ପ୍ରକଳ୍ପ ଅଧୀନରେ ଚାରିଥାକିଆ ରାସ୍ତା କରାଯିବା ଯୋଜନା ଥିବା ବେଳେ ଏବେ ତିନିଥାକିଆ ରାସ୍ତା ହେଉଛି। ଏଣୁ ଭାରତମାଳା ପ୍ରକଳ୍ପର ଭାଗ୍ୟ ଦୋଛକିରେ ଅଟକ ରହିିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି।
ଉଲ୍ଲେଖନୀୟ ଯେ, ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଜାମଝାଡ଼ିଠାରୁ ଧାମରା ପର୍ଯ୍ୟନ୍ତ ପ୍ରାୟ ୬୧.୬୬୦ କି.ମି. ରାସ୍ତା ଭାରତମାଳା ପ୍ରକଳ୍ପ ମାଧ୍ୟମରେ କରାଯିବାକୁ ସ୍ଥିର ହୋଇଥିଲା। ତଦନୁଯାୟୀ ଏନ୍‌ଏଚ୍‌ଏଆଇ ପକ୍ଷରୁ ଏହି ରାସ୍ତାର ନାମକରଣ ଜାତୀୟ ରାଜପଥ ସଂଖ୍ୟା ୩୧୬(ଏ) ରଖାଯାଇଥିଲା। ଏଥିପାଇଁ ଭଦ୍ରକର ଭୂଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳଙ୍କୁ ପ୍ରାଧିକୃତ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା। ରାସ୍ତା ନିର୍ମାଣ ହେଲେ ବାସୁଦେବପୁର ବ୍ଲକର ୩୭ ଓ ଚାନ୍ଦବାଲି ବ୍ଲକର ୧୯ ଗାଁକୁ ମିଶାଇ ମୋଟ ୫୬ ଗାଁ ପ୍ରଭାବିତ ହେବ ବୋଲି ଦର୍ଶାଯାଇଥିଲା। ଭଦ୍ରକ ଜିଲାର ହରିଶରଣ ବିନ୍ଧାରୁ ଧାମରା ଜୟ ଦୁର୍ଗାପାଟଣା ପର୍ଯ୍ୟନ୍ତ ଏହି ରାସ୍ତା ଲମ୍ବିବ । ପ୍ରାଥମିକ ଆକଳନ ଅନୁଯାୟୀ ପ୍ରଥମ ଦଫାରେ ୨୮ ଗାଁର ୫୩୫ ଏକର ୮ ଡେସିମିଲ ବା ୨୧୬.୫୪୯ ହେକ୍ଟର ଜମି ଅଧିଗ୍ରହଣ କରାଯିବା ସକାଶେ ଜାତୀୟ ରାଜପଥ ଧାରା ୩ (କ) ଅନୁଯାୟୀ ପ୍ରାଧିକୃତ ଅଧିକାରୀଙ୍କ ପକ୍ଷରୁ ଭାରତ ସରକାରଙ୍କ ନିକଟକୁ ଭୁବନେଶ୍ୱର ଏନ୍‌ଏଚ୍‌ ଏଆଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ମାଧ୍ୟମରେ ପ୍ରସ୍ତାବ ପଠାଯାଇଥିଲା। ରାସ୍ତା ସକାଶେ ମୋଟ ୧୫୦୦ ହିତାଧିକାରୀଙ୍କ ୧୬୬୧ ଟି ପ୍ଲଟ ପ୍ରଭାବିତ ହେବ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ରିପୋର୍ଟ ଦିଆଯାଇଥିଲା। ଏହାମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ବି ଏହି ପ୍ରକଳ୍ପର ଭାଗ୍ୟ କେବଳ ବିଜ୍ଞପ୍ତିରେ ସୀମିତ ରହିଛି। ଫଳରେ ଜମି ହରାଉଥିବା ଲୋକେ ଏବେ ଜମିରେ ଚାଷ କରିପାରୁ ନାହାନ୍ତି କି ଏହାକୁ ବିକ୍ରିବଟା କରିପାରୁ ନାହାନ୍ତି ବୋଲି ଅଭିଯୋଗ କରୁଛନ୍ତି। ଅପରପକ୍ଷେ ଉକ୍ତ ପ୍ରକଳ୍ପ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଭାବେ ନିଯୁକ୍ତି ପାଇଥିବା ୪ ଜଣ କର୍ମଚାରୀ ଦୀର୍ଘ ୫ ମାସ ଧରି ଦରମା ପାଇନାହାନ୍ତି। ଏଭଳି ସ୍ଥିତିରେ ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ ରାସ୍ତା ନିର୍ମାଣ ସକାଶେ ଟେଣ୍ଡର କରାଯାଇ ତିନିଥାକିଆ ରାସ୍ତା କାମ ଆରମ୍ଭ ହୋଇଛି। ପୂର୍ତ୍ତ ବିଭାଗ, ଡିପିସିଏଲ୍‌(ଆଦାନୀ) ଓ ପ୍ରତିରକ୍ଷା ବିଭାଗ (ଡିଆର୍‌ଡିଓ) ଉପରେ ଏହାର ମିଳିତ ନିର୍ମାଣ ଦାୟିତ୍ୱ ନ୍ୟସ୍ତ ହୋଇଥିବା କୁହାଯାଉଛି। ଭୁବନେଶ୍ୱରର ଏକ ଘରୋଇ କମ୍ପାନୀ ଦ୍ୱାରା ପ୍ରକଳ୍ପର ପ୍ରାଥମିକ ପର୍ଯ୍ୟାୟ ବ୍ୟୟ ଅଟକଳ ୨୧୨ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ଏ ସମ୍ପର୍କରେ ପୂର୍ତ୍ତବିଭାଗ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର୍‌ ଅମୀୟ ପଟ୍ଟନାୟକଙ୍କୁ ପଚାରିିବାରୁ କହିଛନ୍ତି, ଭାରତମାଳା ପ୍ରକଳ୍ପ ବାବଦରେ ଏକ ରାଜ୍ୟସ୍ତରୀୟ କମିଟି ଗଢାଯାଇ ଅସ୍ଥାୟୀ ଭାବେ ଏହାକୁ ବନ୍ଦ ରଖାଯିବା ପରେ ଏବେ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ କାର୍ଯ୍ୟାରମ୍ଭ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତମାଳା ପ୍ରକଳ୍ପ କାର୍ଯ୍ୟ କରିବ ବୋଲି ସେ ଦର୍ଶାଇଛନ୍ତି। ଭଦ୍ରକ ଭୂ-ଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ କହିଛନ୍ତି, ଉକ୍ତ ପ୍ରକଳ୍ପ ପାଇଁ ବିଜ୍ଞପ୍ତି ଜାରି ହେବା ପରେ ଏହାକୁ ଅନୁମୋଦନ ଦେବା ଲାଗି ଏକବର୍ଷ ପୂର୍ବେ ପ୍ରସ୍ତାବ ପଠାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ଚିଠି ଆସିନାହିଁ। ଆସିବା ପରେ ଏହି ପ୍ରକଳ୍ପ ନେଇ ସ୍ପଷ୍ଟ ଚିତ୍ର ମିଳି ପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?