ଦୋକାନର ନାଁ ‘ଗବର୍‌’ କଫିର ନାଁ ‘ବାସନ୍ତୀ’

କଟକ ଅଫିସ,୧୬।୩: କଟକ ମହାନଦୀ ବିହାର ଛକରେ ରହିଛି ଏକ ଦୋକାନ। ଯାହାର ନାଁ ହେଉଛି ଗବର୍‌। ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗବର ଇଜ୍‌ ବ୍ୟାକ୍‌’ରୁ ଅନୁପ୍ରାଣିତ ହୋଇ ଏଭଳି ନିଆରା ଦୋକାନ କରିଛନ୍ତି ରଞ୍ଜନ କୁମାର ପରିଡ଼ା ନାମକ ଜଣେ ଯୁବକ। ଫିଲ୍ମ ଷ୍ଟାଇଲରେ ଦୋକାନ ଓ ବିଭିନ୍ନ ଖାଦ୍ୟ ତାଲିକାର ନାଁ ରଖି ଗ୍ରାହକଙ୍କ ଆକର୍ଷଣକୁ ବଢାଉଛନ୍ତି। କିଛିଦିନ ତଳେ ଆରମ୍ଭ ହୋଇଥିବା ଏହି ଦୋକାନରେ ପ୍ରତ୍ୟେହ ଶତାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ତେବେ ଏଠାରେ ମିଳୁଥିବା ବିଭିନ୍ନ ସାମଗ୍ରୀର ନାଁ ବି ନିଆରା। ଯେମିତିକି ବାସନ୍ତୀ ସ୍ପେସାଲ କଫି, ବିବିକ୍ୟୁ ସ୍ପାଇସି ପନିର ବର୍ଗର, ଜୟ-ଭୀରୁ ସ୍ପେସାଲ ମ୍ୟାଗି, ଗବର ସ୍ପେଶାଲ ଲସି।
ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ ୨୦୧୩ରେ ଆଇଟିଏମ୍‌ ବିଭାଗରେ ପାଠପଢା ଶେଷ କରି ଏକ ଘରୋଇ ବ୍ୟାଙ୍କରେ ଚାକିରି କରୁଥିଲେ ରଞ୍ଜନ। ହେଲେ ଚାକିରିରୁ ଆତ୍ମସନ୍ତୋଷ ନ ମିଳିବାରୁ ବ୍ୟବସାୟ କରିବାକୁ ମନସ୍ଥ କରିଥିଲେ। କିଛିମାସ ତଳେ ମହାନଦୀ ବିହାରରେ ଏକ ଦୋକାନ କରିଥିଲେ। ଏହି ବ୍ୟବସାୟରେ ପ୍ରଥମେ ତାଙ୍କ ବାପା ଭାଗୁ ଚରଣ ପରିଡା ଏବଂ ମା’ ଟୁନିଲତା ପରିଡା ସାହାଯ୍ୟ କରୁଥିଲେ। ଏବେ ଦୁଇଜଣ ପିଲା ରଖି ନିଜେ ଏହାର ଦାୟିତ୍ୱ ନେଉଛନ୍ତି। କଟକ ସହରରେ କିଛି ସ୍ବତନ୍ତ୍ର କରିବାର ଲକ୍ଷ୍ୟ ରଖି ଏହି କ୍ଷେତ୍ରରେ ପାଦ ଥାପିଥିବା ରଞ୍ଜନ କହିଛନ୍ତି। ସେ ଭବିଷ୍ୟତରେ ଅନ୍‌ଲାଇନ୍‌ରେ ଚା’ ବ୍ୟବସାୟ କରିବାକୁ ଆଶା ରଖିଛନ୍ତି। କେବଳ ବ୍ୟବସାୟ ନୁହେଁ ଏଠାରେ ସାଧାରଣ ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ରଞ୍ଜନ। ପ୍ରତ୍ୟେକ ଗ୍ରାହକଙ୍କୁ ସେ ପ୍ଲାଷ୍ଟିକ ବର୍ଜନ, ଧୂମ୍ରପାନ ସ୍ବାସ୍ଥ୍ୟପକ୍ଷେ ହାନିକାରକ, ନାରୀ ହିଂସା ରୋକିବା, ମଦ୍ୟପାନ କରି ଗାଡି ନ ଚଳାଇବା ଭଳି ବାର୍ତ୍ତା ଦେଇଥାନ୍ତି।

୫୦ରୁ ଊର୍ଦ୍ଧ୍ୱ ଫ୍ଲେବରର ଚା’
ଏହିି ଦୋକାନର ଚାହିଦା ସ୍ବତନ୍ତ୍ର। ଏଠାରେ ୫୦ରୁ ଅଧିକ ଫ୍ଲେଭର ଚା, ବିଭିନ୍ନ ପ୍ରକାରର କଫି, ମିଲ୍କ ସେକ୍‌ ଏବଂ ସ୍ନାକ୍ସ ମିଳୁଛି। କିନ୍ତୁ ତନ୍ଦୁରି ଚା’କୁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି। ଚା’ର ଦାମ ୧୦ଟଙ୍କାରୁ ୧୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ଅନ୍ୟ ଚା’ ମଧ୍ୟରେ କଡକ ମସଲା ଚା, ତନ୍ଦୁରୀ ମସଲା ଚା, ଚକଲେଟ ମସଲା ଚା, ତନ୍ଦୁରୀ ଚକଲେଟ ଚା, କୁଲାଡୱାଲା ଚା ଆଦି ମିଳେ। କଫିରେ ମସଲା କଫି, ହଟ କଫି, ନଟି ଆଲମଣ୍ଡ, ବାସନ୍ତୀ ସ୍ପେଶାଲ, ବାସନ୍ତୀ ସ୍ପେଶାଲ ତନ୍ଦୁରୀ କଫି, ସ୍ମୁକି ଚକୋ ଅରେଞ୍ଜ ରହିଛି। ସେହିପରି ଆମ୍ବ, ସପୁରି, ବାଦାମ, ଲିଚି, କଦଳୀ, ଗ୍ରୀନ ଆପେଲ ଆଦି ଫ୍ଲେଭରର ଲସି ଏଠାରେ ଉପଲବ୍ଧ ରହିଛି।
ରିପୋର୍ଟ: ଆଶୋକ କୁମାର ବାରିକ


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ…

NEET ପେପର ଲିକ ମାମଲାରେ ସଞ୍ଜୀବ ମୁଖିଆଙ୍କୁ କ୍ଲିନଚିଟ୍‌: ମିଳିଲାନି କୌଣସି ପ୍ରମାଣ

ନୂଆଦିଲ୍ଲୀ,୨୩।୭: NEET-UG 2024 ପେପର୍‌ ଲିକ ମାମଲାରେ CBI ସଞ୍ଜୀବ ମୁଖିଆଙ୍କୁ କ୍ଲିନ ଚିଟ ଦେଇଛି। ତଦନ୍ତକାରୀ ସଂସ୍ଥା କହିଛି ଯେ, ସଞ୍ଜୀବ କୁମାର ଓରଫ ସଞ୍ଜୀବ…

CJP Protest: ସର୍ତ୍ତ ମାନିନେଲେ ମୋଦି ସରକାର, ଜନ୍ତରମନ୍ତର ଯାଇ କରିବେ…

ନୂଆଦିଲ୍ଲୀ,୨୩।୭: NEET ପେପର ଲିକ୍ ପ୍ରସଙ୍ଗକୁ ନେଇ ରାଜରାସ୍ତାରୁ ସଂସଦ ପର୍ଯ୍ୟନ୍ତ ରାଜନୈତିକ ଉଷ୍ମତା ଜାରି ରହିଛି ।ଜନ୍ତରମନ୍ତରରେ CJP ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

Dharmendra Pradhan Love Story: ରାଜନୀତି ପଛରେ ଲୁଚିଥିବା ପ୍ରେମ କାହାଣୀ! ମଞ୍ଚରୁ ଆରମ୍ଭ ହୋଇଥିଲା….

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପ୍ରତି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ସାଜିଛନ୍ତି । ତାଙ୍କ ରାଜନୈତିକ ଯାତ୍ରା ସହିତ, ତାଙ୍କ ବ୍ୟକ୍ତିଗତ ଜୀବନର…

ମୋତେ ଚୁମ୍ବନ ଦେଇ… କରଣଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସାନଭି ତଲୱାର ଅଭିନେତା କରଣ କୁନ୍ଦ୍ରାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ‘ୟେ କହାନ ଆ ଗୟେ ହମ’ ଟିଭି ଶୋ’ର ଶୁଟିଂ ସମୟରେ…

ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା: ନୂଆ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ନୀତି ନିୟମ ଉପରେ ସଚେତନ କରାଇ…

ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ନିମନ୍ତେ ପ୍ରବେଶ ଉତ୍ସବ ଗୁରୁବାର ଅନୁଷ୍ଠିତ…

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri