Posted inଜାତୀୟ

ଦେଶରେ ୨୯ କରୋନା ସଂକ୍ରମିତ: ପ୍ରସ୍ତୁତ ରହିବାକୁ ଡବ୍ଲ୍ୟୁଏଚ୍‌ଓର ପରାମର୍ଶ

ନୂଆଦିଲ୍ଲୀ,୫।୩: ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୧୬ ଇଟାଲୀ ପର୍ଯ୍ୟଟକ ଅଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବୁଧବାର ପ୍ରକାଶ କରିଛନ୍ତି। ବାହାର ଦେଶରୁ ଭାରତକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ବିମାନବନ୍ଦରଗୁଡ଼ିକରେ କଡ଼ା ଯାଞ୍ଚ କରାଯାଉଥିବା ସେ କହିଛନ୍ତି। ଦିଲ୍ଲୀର ମୟୂରବିହାରରେ ଜଣେ ଯୁବକ(୪୫), ଆଗ୍ରାରେ ଥିବା ତାଙ୍କର ୬ ସମ୍ପର୍କୀୟ କରୋନା ଭାଇରସ୍‌ରେ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ସଫଦର୍‌ଗଞ୍ଜ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ହାଇଦ୍ରାବାଦର ଜଣେ ଯୁବକ (୨୪)ଙ୍କଠାରେ ଏହି ଭୂତାଣୁ ଚିହ୍ନଟ କରାଯିବା ପରେ ତାଙ୍କୁ ଅଲଗା କରାଯାଇ ସ୍ବତନ୍ତ୍ର ଚିକିତ୍ସା କରାଯାଉଛି। ଇଟାଲିରୁ ଆସିଥିବା ୧୬ ଜଣିଆ ପର୍ଯ୍ୟଟକ ଦଳ ଓ ସେମାନଙ୍କ ସହ ଥିବା ଭାରତୀୟ ଡ୍ରାଇଭର କରୋନା ଆକ୍ରାନ୍ତ ଅଛନ୍ତି। ସେହିଭଳି ଜୟପୁରରେ ଇଟାଲୀୟ ଦମ୍ପତି କରୋନା ଆକ୍ରାନ୍ତ ହୋଇ ଏସ୍‌ଏମ୍‌ଏସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବୁଧବାର ରାତିରେ ଗୁରୁଗ୍ରାମସ୍ଥିତ ପେଟିଏମ୍‌ ଅଫିସ୍‌ର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ପୂର୍ବରୁ କେରଳରେ ଚିହ୍ନଟ ହୋଇଥିବା ୩ କରୋନା ଭାଇରସ୍‌ ରୋଗୀଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରେ ତେଲଙ୍ଗାନାରେ ୨ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ଚାଇନା, ଦକ୍ଷିଣ କୋରିଆ, ଜାପାନ, ଇରାନ ଆଦି ଦେଶରେ କରୋନା ଉଗ୍ରରୂପ ଧାରଣ କରିଥିବା ବେଳେ ଭାରତରେ ସ୍ଥିତି କ୍ରମଶଃ ଜଟିଳ ଆଡ଼କୁ ଗତିକରୁଛି। ରାଜଧାନୀ ଦିଲ୍ଲୀ-ଏନ୍‌ସିଆର୍‌ରେ ସ୍କୁଲଗୁଡ଼ିକୁ ଏଥିଲାଗି ଛୁଟି ଘୋଷଣା କରାଯାଇଛି। କେତେକ ସ୍କୁଲ କରୋନା ସ୍ଥିତିକୁ ଦେଖି ଆଗୁଆ ଛୁଟି ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି କରାଯିବା ସହ ବିମାନ ବନ୍ଦରଗୁଡ଼ିକରେ ଯାଞ୍ଚ୍‌ କଡ଼ାକଡ଼ି କରାଯାଇଛି। ୨୧ ବିମାନ ବନ୍ଦରରେ ପ୍ରାୟ ୬ ଲକ୍ଷ ଲୋକଙ୍କୁ ଯାଞ୍ଚ କରାଯାଇଥିବା ରିପୋର୍ଟ ମିଳିଛି। ମାସ୍କ, ମେଡିସିନ ଓ ଚିକିତ୍ସା ସୁବିଧା ସହ ସ୍ଥିତି ଯାଞ୍ଚ କରାଯାଉଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୈନିକ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ବିଭିନ୍ନ ରାଜ୍ୟ ସରକାର ଏନେଇ ପ୍ରସ୍ତୁତ ରହିବା ଲାଗି ପରାମର୍ଶ ଦିଆଯାଇଛି। ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଦୂରେଇ ରହିବା ଓ ଶାରୀରିକ ଯୋଗାଯୋଗ ବିଚ୍ଛିନ୍ନ କରିବା ଲାଗି ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ସିବିଏସ୍‌ଇ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର୍ଥୀଙ୍କୁ ଏଥିଲାଗି ପ୍ରତିଷେଧକ ସାମଗ୍ରୀ ନେବା ଲାଗି ବୋର୍ଡ ସଚିବ ଅନୁରାଗ ତ୍ରିପାଠୀ ପରାମର୍ଶ ଦେଇଛନ୍ତି। ଫେସ୍‌ ମାସ୍କ, ସାନିଟାଇଜର ବ୍ୟବହାର ଲାଗି ସେ ଗୁରୁତ୍ୱାରୋପ କରିଛନ୍ତି।
ମିଡିଆକୁ ସମ୍ବୋଧନ କରି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ବିଭିନ୍ନ ମନ୍ତ୍ରଣାଳୟ ଏନେଇ ସତର୍କ ଅଛନ୍ତି। ୪୨ ପରୀକ୍ଷାଗାରରେ ଏବେ କରୋନା ଭାଇରସ୍‌ ଯାଞ୍ଚ୍‌ କରାଯାଉଛି। ଇରାନ୍‌ରେ କରୋନା ଆକ୍ରାନ୍ତ ଭାରତୀୟଙ୍କ ଲାଗି ପରୀକ୍ଷାଗାର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ବିଶ୍ୱବ୍ୟାପୀ କରୋନା ମୃତ୍ୟୁସଂଖ୍ୟା ୩,୧୨୩ରେ ପହଞ୍ଚିଥିବା ବେଳେ ଚାଇନାରେ ୨,୯୮୧, ଇରାନରେ ୭୭ ଲୋକଙ୍କ ପ୍ରାଣହାନି ଘଟିଲାଣି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୯୧,୭୮୩ ଛୁଇଁଲାଣି। ପ୍ରକାଶଥାଉ କି, ବିଶ୍ୱରେ ୬୬ ଦେଶକୁ କରୋନା ପ୍ରଭାବିତ ହୋଇସାରିଲାଣି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଏନେଇ ଗଭୀର ଚିନ୍ତା ବ୍ୟକ୍ତ କରାଯାଇଛି। ବିଶେଷକରି ଦକ୍ଷିଣ-ପୂର୍ବ ଏସିଆରେ ସ୍ଥିତି ଜଟିଳ ହେଉଥିବାରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ୍‌ କ୍ଷେତ୍ରପାଲ ସିଂ ଦର୍ଶାଇଛନ୍ତି। ଭାରତ, ମାଲେସିଆ, ଇଣ୍ଡୋନେସିଆ ଭଳି ଦେଶରେ ଏହା କାୟାବିସ୍ତାର କରିବାର ଆଶଙ୍କା ଥିବା ସେ ପ୍ରକାଶ କରିଛନ୍ତି। ଫ୍ଲୁ ଠାରୁ ଧୀରେ ଧୀରେ ଏହା ବ୍ୟାପୁଥିଲେ ହେଁ କରୋନା ସବୁଠାରୁ ମାରାତ୍ମକ ବୋଲି ସେ ଚେତାଇଛନ୍ତି। ଜ୍ୱର, କାଶ, କଫ, ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଏହାର ପ୍ରାରମ୍ଭିକ ସୂଚନା ଦେଇଥାଏ। ସଚେତନତା, ଆତ୍ମସୁରକ୍ଷା ଓ ଡାକ୍ତରୀ ଚିକିତ୍ସା ସହ ବ୍ୟାପକ ପ୍ରସ୍ତୁତି ଏଥିଲାଗି ଆବଶ୍ୟକ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର କ୍ଷତରେ ଲୁଣ ଲଗାଇଲା ଇଂଲଣ୍ଡ, ଅଧିନାୟକ ହ୍ୟାରି ବ୍ରୁକ କହିଲେ, ‘ମୁଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି…’

ନୂଆଦିଲ୍ଲୀ,୧୦।୭: ବ୍ରିଷ୍ଟଲରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତୀୟ କ୍ରିକେଟ ଦଳକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୩-୦ରେ ସିରିଜ…

ପ୍ରଧାନମନ୍ତ୍ରୀଙ୍କ ପଛରେ ଠିଆ ହୋଇଥିବା ଝିଅ ଦେଲେ ଏମିତି ସଙ୍କେତ; ପଛକୁ ବୁଲି ଚାହିଁଲେ ମୋଦି, ଆଉ ତାପରେ…

ନୂଆଦିଲ୍ଲୀ,୧୦।୭:ଅଷ୍ଟ୍ରେଲିଆର ମେଲବୋର୍ନର ମାର୍ଭେଲ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରୁଥିବା ସମୟରେ ଏକ ଅନନ୍ୟ ଦୃଶ୍ୟ ଦେଖାଯାଇଥିଲା। ଭାଷଣ ସମୟରେ, ମଞ୍ଚ ଉପରେ ତାଙ୍କ…

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଅଦିନିଆ ରଥଯାତ୍ରା ଉପରେ ରୋକ: ନିର୍ଦ୍ଦେଶ ଦେଲେ ଜିଲାପାଳ

ଭୁବନେଶ୍ୱର,୧୦।୭: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଯାଇଛି। ସିକର ଜିଲ୍ଲା ମାଜିଷ୍ଟ୍ରେଟ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଅଦିନ ରଥଯାତ୍ରା…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଟ୍ରମ୍ପଙ୍କୁ ହତ୍ୟା ପାଇଁ ପୁଣି ବଡ଼ ଷଡ଼ଯନ୍ତ୍ର! ଇରାନର ନୂଆ ଚକ୍ରାନ୍ତକୁ ନେଇ ଆମେରିକାକୁ ଚେତାଇଲା…

ୱାଶିଂଟନ,୧୦।୭: ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ସୈନ୍ୟ ସଂଘାତ ମଧ୍ୟରେ ଏକ ଗମ୍ଭୀର ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଗୁପ୍ତଚର ସଂସ୍ଥା…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ, ବିଶ୍ୱର ୯୨% ଲୋକଙ୍କ ଉପରେ ପଡ଼ୁଛି କର୍କଟ ରୋଗର ପ୍ରଭାବ

ନୂଆଦିଲ୍ଲୀ,୧୦ା୭(ପି.ଟି.): ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୨% ଲୋକ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ପକ୍ଷେ ଥରେ କର୍କଟ ରୋଗ ବା କ୍ୟାନ୍‌ସରର ସିଧାସଳଖ କିମ୍ବା ପରୋକ୍ଷ ପ୍ରଭାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri