Posted inଜାତୀୟ

ଦେଶରେ ୧୫୧, ବିଦେଶରେ ୨୭୬ ଭାରତୀୟଙ୍କୁ କରୋନା

ନୂଆଦିଲ୍ଲୀ, ୧୯।୩ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଧବାର ସନ୍ଧ୍ୟା ସୁଦ୍ଧା ୧୫୧କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏମାନଙ୍କ ସଂସ୍ପଶର୍ର୍ରେ ଆସିଥିବା ୫,୭୦୦ ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଦିଲ୍ଲୀରେ ଅଦ୍ୟାବଧି ଜଣେ ବିଦେଶୀଙ୍କୁ ମିଶାଇ ୧୦ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ ୧୬, ମହାରାଷ୍ଟ୍ରରେ ୩ ବିଦେଶୀଙ୍କୁ ମିଶାଇ ୪୧, କେରଳରେ ୨ ବିଦେଶୀଙ୍କୁ ମିଶାଇ ୨୭, କର୍ନାଟକରେ ୧୧, ଲଦାଖରେ ୮, ଜମ୍ମୁ-କଶ୍ମୀରରେ ୩, ତେଲଙ୍ଗାନାରେ ୨ ବିଦେଶୀଙ୍କୁ ମିଶାଇ ୫, ରାଜସ୍ଥାନରେ ୨ ବିଦେଶୀଙ୍କୁ ମିଶାଇ ୪, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ଓଡିଶା, ଉତ୍ତରାଖଣ୍ଡ ଓ ପଞ୍ଜାବରେ ଜଣେ ଲେଖାଏ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ହରିୟାଣାରେ ୧୪ ବିଦେଶୀଙ୍କୁ ମିଶାଇ ୧୬ ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ୧୪ ସଂକ୍ରମିତ ବ୍ୟକ୍ତିଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଭାରତରେ ଏପର୍ଯ୍ୟନ୍ତ ୩ ଜଣ କରୋନା ସଂକ୍ରମଣ ଦ୍ୱାରା ପ୍ରାଣ ହରାଇଛନ୍ତି।
ଥର ଲାଗି ଜଣେ ଭାରତୀୟ ଯବାନ(୩୪)ଙ୍କୁ କରୋନା ଭାଇରସ୍‌ ସଂକ୍ରମିତ ହୋଇଛି। ଏହି ଯବାନ ଲେହସ୍ଥିତ ଲଦାଖ ସ୍କାଉଟ୍ସର ବୋଲି ଜଣାପଡ଼ିଛି। ତାଙ୍କ ବାପା ଇରାନରୁ ଫେରିଥିଲେ। ଯବାନଙ୍କୁ କରୋନା ସଂକ୍ରମଣ କରିବା ପରେ ଏବେ ସେନାରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ଲଦାଖ ସ୍କାଉଟ୍ସ ରେଜିମେଣ୍ଟାଲ ସେଣ୍ଟରରୁ ବାହାରକୁ ଯିବାଆସିବା କରିବାରେ ପ୍ରତିବନ୍ଧକ ଲଗାଯାଇଛି।
ବିଶ୍ୱବ୍ୟାପୀ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ବିଦେଶରେ ରହୁଥିବା ୨୭୬ ଭାରତୀୟ ଏଥିରେ ସଂକ୍ରମିତ ଥିବା ସରକାର ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରେ କେବଳ ଇରାନରେ ୨୫୫ ଭାରତୀୟ କରୋନା ସଂକ୍ରମିତ। ଏହାବାଦ୍‌ ୟୁଏଇରେ ୧୨, ଇଟାଲୀରେ ୫, ହଂକଂ, କୁଏଟ୍‌, ର୍ବାଣ୍ଡା ଏବଂ ଶ୍ରୀଲଙ୍କାରେ ଜଣେ ଲେଖାଏ ଭାରତୀୟ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ୍‌ ପ୍ରକାଶ କରିଛନ୍ତି।
ପ୍ରାୟ ୬ ହଜାର ଭାରତୀୟ ଅଛନ୍ତି। ଲଦାଖ, ଜମ୍ମୁ-କଶ୍ମୀର, ମହାରାଷ୍ଟ୍ରର ୧୧୦୦ ତୀର୍ଥଯାତ୍ରୀ ଅଛନ୍ତି। ଜମ୍ମୁ-କଶ୍ମୀରର ୩୦୦ ଛାତ୍ରୀଛାତ୍ର, କେରଳ, ତାମିଲନାଡ଼ୁ, ଗୁଜରାଟର ୧୦୦୦ ମତ୍ସ୍ୟଜୀବୀ ସେଠାରେ ରହିଥିବା ସେ ଉଲ୍ଲେଖ କରିଛନ୍ତି। ବିଦେଶରେ ରହୁଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଥିବା ସେ ପ୍ରକାଶ କରିଛନ୍ତି। ଭାରତର ୬ ଚିକିତ୍ସାଧିକାରୀ ଦଳ ଇରାନରେ ରହି ପରୀକ୍ଷା ଓ ସହାୟତା କରୁଛନ୍ତି। ସେଠାରୁ ମୋଟ ୧,୭୦୬ ସାମ୍ପଲ ସଂଗ୍ରହ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଭାରତୀୟଙ୍କୁ ମେଡିକାଲ ଓ ଦୂତାବାସ ସହାୟତା ଯୋଗାଇ ଦିଆଯାଉଛି। ପ୍ରକାଶଥାଉ କି, ଇରାନରେ କରୋନା ଏକ ହଜାର ମୁଣ୍ଡ ନେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri