Posted inଖେଳ

ଦେଶର ଶ୍ରେଷ୍ଠ ଫୁଟ୍‌ବଲରଙ୍କ ପରଲୋକ

କୋଲକାତା, ୨୦।୩(ପି.ଟି.)- ଭାରତୀୟ ଫୁଟ୍‌ବଲର ଏକ ଯୁଗର ଅନ୍ତ ହୋଇଛି। ଦେଶର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଖେଳାଳି ୮୩ ବର୍ଷୀୟ ପି.କେ. ବାନାର୍ଜୀଙ୍କ ଶୁକ୍ରବାର ପରଲୋକ ଘଟିଛି। ନିମୋନିଆ କାରଣରୁ ତାଙ୍କର ବିଭିନ୍ନ ଅଙ୍ଗ ଅକ୍ଷମ ହୋଇପଡ଼ିଥିଲା। ଚଳିତ ମାସ ୨ତାରିଖଠାରୁ ସେ ମେଡିକାଲରେ ଲାଇଫ ସପୋର୍ଟରେ ଥିଲେ। ପାର୍କିନସନ ଓ ଡିମେନ୍ସିଆରେ ପୀଡ଼ିତ ହେବା ସହ ତାଙ୍କର ହୃଦ୍‌ରୋଗ ସମସ୍ୟା ମଧ୍ୟ ଥିଲା। ସେ ଶୁକ୍ରବାର ମଧ୍ୟାହ୍ନ ୧୨.୪୦ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୧୯୩୬ ଜୁନ୍‌ ୨୩ ତାରିଖରେ ପି.କେ. ଓ୍ବେଷ୍ଟ ବେଙ୍ଗଲର ଜଲପାଇଗୁଡ଼ିରେ ଜନ୍ମ ନେଇଥିଲେ। ଦେଶ ବିଭାଜନ ପୂର୍ବରୁ ତାଙ୍କ ପରିବାର ଜାମସେଦପୁର ଚାଲିଯାଇଥିଲା। ୧୯୫୨ରେ ବିହାର ପକ୍ଷରୁ ସନ୍ତୋଷ କପ୍‌ରେ ପଦାର୍ପଣ କରିଥିଲେ। ଏହାର ୧୦ ବର୍ଷ ମଧ୍ୟରେ ସେ ଜାତୀୟ ଦଳର ପ୍ରତିଷ୍ଠିତ ଖେଳାଳି ହୋଇସାରିଥିଲେ। ୧୯୬୨ ଏସିଆନ ଗେମ୍ସ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଏହା ଭାରତୀୟ ଫୁଟ୍‌ବଲର ଜାଜ୍ୱଲ୍ୟମୟ ସମୟ ଥିଲା। ଦେଶ ପକ୍ଷରୁ ୮୪ ମ୍ୟାଚ୍‌ ଖେଳି ୬୫ ଗୋଲ ସ୍କୋର କରିଥିଲେ। ଭାରତୀୟ ଫୁଟବଲ ପ୍ରତି ତାଙ୍କ ଯୋଗଦାନକୁ ଫିଫା ମଧ୍ୟ ପ୍ରଶଂସା କରିଥିଲା। ଏଥିସହ ବାନାର୍ଜୀଙ୍କୁ ୨୦ ଦଶକର ଶ୍ରେଷ୍ଠ ଭାରତୀୟ ଖେଳାଳି ବିବେଚିତ କରିଥିଲା। ଦୁଇଥର ଅଲିମ୍ପିଆନ ୧୯୬୨ ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟୀ ଭାରତର ଏକମାତ୍ର ଗୋଲସ୍କୋରର ଭାବେ ଜୀବିତ ଥିଲେ। ଉକ୍ତ ମ୍ୟାଚରେ ବାନାର୍ଜୀ ଭାରତୀୟ ଦଳ ପାଇଁ ଖାତା ଖୋଲିଥିଲେ। ସେ ଅଧିନାୟକ ଭାବେ ୧୯୬୦ ରୋମ ଅଲିମ୍ପିକ୍ସରେ ଖେଳିଥିଲେ। ତାଙ୍କ କ୍ୟାରିୟରର ଆଉ ଏକ ଉଲ୍ଲେଖନୀୟ ଘଟଣା ହେଉଛି ୧୯୫୬ ମେଲବୋର୍ନ ଅଲିମ୍ପିକ୍ସ। ଅଲିମ୍ପିକ୍ସର ସେହି ସଂସ୍କରଣରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା। ସେଥର ଭାରତ ୪-୧ରେ ଅଷ୍ଟ୍ରେଲିଆକୁ ହରାଇଥିଲା। ୧୯୬୭ରେ ପେସାଦାର ଫୁଟ୍‌ବଲରୁ ଅବସର ନେବା ପରେ କୋଚ୍‌ ଭାବେ ୫୪ ଟ୍ରଫି ହାସଲ କରିଥିଲେ। ୧୯୭୭ ସେ କୋଚ୍‌ ଥିବାବେଳେ ନ୍ୟୁୟର୍କ କସ୍‌ମସ୍‌ ବିପକ୍ଷ ଏକ ପ୍ରଦର୍ଶନୀ ମ୍ୟାଚ୍‌କୁ ମୋହନ ବାଗାନ ୨-୨ ଗୋଲରେ ବରାବର ରଖିଥିଲା। ଉକ୍ତ ମ୍ୟାଚ୍‌ରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ପେଲେ ଖେଳିଥିଲେ। ୧୯୭୦ରେ ସେ ଜାତୀୟ ଦଳର କୋଚ ଦାୟିତ୍ୱରେ ଥିଲେ। ସେହି ବର୍ଷ ଏସିଆଡ୍‌ରେ ଭାରତ ବ୍ରୋଞ୍ଜ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ…

କାଜୁ ଜଙ୍ଗଲରେ ଝୁଲିପଡ଼ିଲେ ସଞ୍ଜୟ: ବଢୁଛି ସନ୍ଦେହ

ମହାକାଳପଡ଼ା,୨୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ପିତାପାଟ ଚୌଧୁରୀ କାଜୁ ଜଙ୍ଗଲରେ ଜଣେ ଯୁବକ ଗୁରୁବାର…

ଟୋକନ୍ ନ ମିଳିଲେ ରାଜପଥ ଅବରୋଧ କରିବୁ, DRCS ଅଫିସ ଆଗରେ ଧାରଣା ଦେଇ ଚେତାବନୀ ଦେଲେ…

ବରଗଡ଼, ୨୭।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି।…

ମିଳିବ ୩୦୦ ୟୁନିଟ୍‌ର ମାଗଣା ବିଜୁଳି; ଜାଣନ୍ତୁ କେମିତି କରିବେ ଏହି ସରକାରୀ ଯୋଜନାରେ ଆବେଦନ…

ନୂଆଦିଲ୍ଲୀ,୨୬।୬: ବର୍ତ୍ତମାନ ସମୟରେ ଗରମ ନିଜ ଚରମରେ ପହଞ୍ଚି ସାରିଛି । ମଝିରେ ମଝିରେ ବର୍ଷା ହେଉଥିଲେ ମଧ୍ୟ ଗରମ ଉପରେ କୌଣସି ପ୍ରକାରର ପ୍ରଭାବ ପଡୁଥିବା…

ଗୋଷ୍ଠୀକେନ୍ଦ୍ର ଗୃହ ନିର୍ମାଣରେ ଅର୍ଥ ଆତ୍ମସାତ: ଜିଲାପାଳଙ୍କ ନିକଟରେ ଦାବି କଲେ ଗ୍ରାମବାସୀ

କେସିଙ୍ଗା,୨୭।୬( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ରତନପଡ଼ାସ୍ଥିତ ଦୁର୍ଗା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC) ଆର୍ଥିକ ବର୍ଷ…

ଆମେରିକାର ବୈଦେଶିକ ସଚିବ ରୁବିଓଙ୍କ ବଡ଼ ଘୋଷଣା: ଭାରତ ଆସିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୭।୬: ଭାରତ ଏବଂ ଆମେରିକା ମଧ୍ୟରେ ରଣନୈତିକ ଏବଂ ବାଣିଜ୍ୟିକ ସମ୍ପର୍କରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହା ଆମେରିକାର ବୈଦେଶିକ ସଚିବ ମାର୍କୋ…

ଭେନେଜୁଏଲା ପରେ ଥରିଲା ପାକିସ୍ତାନ

ଇସଲାମାବାଦ,୨୭।୬: ଶନିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାଦ୍ୱାରା ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ…

ଅଲୋଡା ହେଲା ନବଜାତ ଶିଶୁପୁତ୍ର: ବୁଦା ମୂଳରୁ ଉଦ୍ଧାର

ପାଟଣା,୨୭।୬(ବୀର କିଶୋର ଦାଶ): ଏକ ବୁଦା ମୂଳରୁ ଶନିବାର ସକାଳୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ରଘୁନାଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri