Posted inଖେଳ

ଦୂତୀଙ୍କୁ ଏ ବର୍ଷ ମିଳିବ ନାହିଁ ଅର୍ଜୁନ ସମ୍ମାନ

ନୂଆଦିଲ୍ଲୀ,୨୪।୭- ଷ୍ଟାର ସ୍ପିଣ୍ଟର ଦୂତୀ ଚାନ୍ଦ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ଅଧିକାରୀ ହୋଇପାରିବେ ନାହିଁ। ତାଙ୍କ ବ୍ୟତୀତ ପୁରୁଷ ୮୦୦ ମିଟର ଦୌଡ଼ରେ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ମନଜିତ ସିଂ ମଧ୍ୟ ଏହି ସମ୍ମାନ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ନିୟମ ଅନୁଯାୟୀ ଏକ କ୍ରୀଡ଼ା ସଂଘଠନ ଅର୍ଜୁନ ପୁରସ୍କାର ପାଇଁ କେବଳ ୩ ଜଣ ଆଥ୍‌ଲେଟଙ୍କ ନାମ ସୁପାରିସ କରିପାରିବ। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ପକ୍ଷରୁ ମୋଟ ଉପରେ ୫ ଜଣଙ୍କ ନାମ ପ୍ରସ୍ତାବ ଦିଆଯାଇଛି। ଦୂତୀ ଓ ମନଜିତଙ୍କ ବ୍ୟତୀତ ତାଲିକାରେ ଶଟ୍‌ପୁଟର ତେଜିନ୍ଦର ପାଲ ସିଂ ତୁର, ହେପ୍ଟାଥଲେଟ୍‌ ସ୍ବପ୍ନା ବର୍ମନ ଓ ଟ୍ରିପଲ ଜମ୍ପର ଅର୍ପିନ୍ଦର ସିଂ ସ୍ଥାନ ପାଇଛନ୍ତି। ଏହି ଆଥ୍‌ଲେଟଙ୍କ ନାମ ପ୍ରସ୍ତାବ ଦିଆଯିବା ପୂର୍ବରୁ ଫେଡେରେଶନ ପକ୍ଷରୁ ବିଭିନ୍ନ ଅନ୍ତର୍ଜାତୀୟ ଇଭେଣ୍ଟରେ ଆଥ୍‌ଲେଟଙ୍କ ପ୍ରଦର୍ଶନକୁ ଭିତ୍ତି କରି ର଼୍ୟାଙ୍କିଙ୍ଗ୍‌ ପ୍ରସ୍ତୁତ କରାଯାଏ। ଏହି ତାଲିକାରେ ମନ୍‌ଜିତ ୪ର୍ଥ ସ୍ଥାନରେ ଥିବାବେଳେ ଦୂତୀ ୫ମରେ ରହିଛନ୍ତି। ଏଣୁ ଟପ୍‌ ୩ରେ ଥିବା ତୁର, ବର୍ମନ ଓ ଅର୍ପିନ୍ଦରଙ୍କ ନାମ ମନୋନୀତ କରାଯାଇଛି। ଓଡ଼ିଆ ଧାବିକା ଏସିଆନ ଗେମ୍ସରେ ୧୦୦ ମି. ଓ ୨୦୦ମି. ଦୌଡ଼ରେ ଡବଲ ରୌପ୍ୟ ପଦକ ଜିତିଥିଲେ। କିନ୍ତୁ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୌଣସି ପଦକ ହାତେଇ ପାରି ନ ଥିଲେ। ଏଥିଯୋଗୁ ଅର୍ଜୁନ ସମ୍ମାନ ଲାଗି ତାଙ୍କ ଦାବି ଦୁର୍ବଳ ହୋଇଥିଲା। ତେବେ ଦୂତୀଙ୍କ ନାମକୁ ଓଡ଼ିଶା ସରକାର ପକ୍ଷରୁ ପଠାଯାଇଥିଲା। ମାତ୍ର କୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଧାର୍ଯ୍ୟ ତାରିଖର ଏକ ମାସ ପରେ ପ୍ରସ୍ତାବ ଦିଆଯାଇଥିବାରୁ ତାହା ଖାରଜ ହୋଇଥିଲା। ଉଲ୍ଲେଖଥାଉ କି, କ୍ରୀଡ଼ା ମନ୍ତ୍ରଣାଳୟ ଏବେ ଖେଳରତ୍ନ ଓ ଅର୍ଜୁନ ସମ୍ମାନ ଲାଗି ଯୋଗ୍ୟ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରୁଛି। ମନୋନୀତ ନାମଗୁଡ଼ିକ ପରେ କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁଙ୍କ ମଞ୍ଜୁରୀ ପାଇଁ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋତେ ମୋ ପ୍ରେମିକର କର୍ତ୍ତବ୍ୟ ମଧ୍ୟ ପାଳନ କରିବାକୁ ପଡିବ…’ କାହିଁକି ଏମିତି କହିଲେ ଜଷ୍ଟିନ ଟ୍ରୁଡୋ? ଜାଣନ୍ତୁ ଏହା ପଛର ରହସ୍ୟ

ଓଟାଓ୍ବା,୧୪।୬: ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବର୍ତ୍ତମାନ ତାଙ୍କ ପ୍ରେମ ଜୀବନ ଏବଂ ଫିଫା ବିଶ୍ୱକପ 2026 ପାଇଁ ଖବରରେ ଅଛନ୍ତି। ବିଶ୍ୱକପ ଉଦଘାଟନୀ ଦିନରେ…

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା, ହେଜବୋଲା ଉପରେ ଆକ୍ରମଣ କଲା ଇସ୍ରାଏଲ

ଜେରୁଜେଲମ,୧୪।୬: ଯେତେବେଳେ ଆମେରିକା ଏବଂ ଇରାନ ଶାନ୍ତି ଆଲୋଚନା ବିଷୟରେ ଦାବି କରୁଛନ୍ତି, ସେତେବେଳେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଇସ୍ରାଏଲ ହେଜବୋଲା ପଦାଧିକାରୀମାନଙ୍କ ଉପରେ…

ଦିଦିଙ୍କ ହାତରୁ ଗଲା ଟିଏମସି? କାକୋଲି କହିଲେ, ‘ନୂଆ ଦଳ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିବୁ’

କୋଲକାତା,୧୪।୬: ୧୫ ବର୍ଷ ଧରି ପଶ୍ଚିମବଙ୍ଗରେ ଶାସନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ହରାଉଥିବା ଜଣାପଡ଼ିଛି। ୨୦ ରୁ…

ପହିଲି ରଜରେ ଅଘଟଣ: ବଜ୍ରପାତରେ ଚାଲିଗଲା ବାପା-ମା’ଙ୍କର ଏକମାତ୍ର ପୁଅର ଜୀବନ

ରାଜନଗର,୧୪ା୬(ଭାସ୍କର ରାଉତରାୟ): ପହିଲି ରଜରେ ଅଘଟଣ। ବଜ୍ରପାତରେ ଚାଲିଗଲା ବାପା-ମା’ଙ୍କର ଏକମାତ୍ର ପୁଅର ଜୀବନ। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଘଡ଼ିଆମାଳ ଗାଁର ଦୈତାରୀ…

ଦାମୀଗାଡ଼ିରେ ଗଞ୍ଜେଇ ଚାଲାଣ, ପାଟ୍ରୋଲିଂବେଳେ ଦୁଇ ଅଭିଯୁକ୍ତଙ୍କୁ…

ବଲାଙ୍ଗୀର,୧୪ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଅବକାରୀ ବିଭାଗ ରବିବାର ଭୋରରୁ ତୁଷୁରା-ଆଟଗାଁ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଏକ ଧଳା ରଙ୍ଗର ଦାମୀ ଥାର ଗାଡ଼ିରେ ଚାଲାଣ ହେଉଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତାର ରାଜ ଖୋଲିଲେ କୋଚ, ଆପଣବି ଜାଣିଲେ…

ନୂଆଦିଲ୍ଲୀ,୧୪।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ମୋହିତ କରିଛନ୍ତି। କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସମସ୍ତେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

ବଜ୍ରପାତରେ ୪ ନାବାଳକ ଆହତ, ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ଲାଞ୍ଜିଗଡ଼,୧୪ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କୁନାକାଡୁ ଗ୍ରାମର ୪ ଜଣ ନାବାଳକ ବଜ୍ରପାତରେ ଆହତ…

ଗଞ୍ଜାମରୁ ସୋମନାଥ ମନ୍ଦିର ଯାତ୍ରା: ଶୁଭାରମ୍ଭ କଲେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୪।୬ (ଦିଲ୍ଲୀପ ସାମଲ): ‘ସୋମନାଥ ସ୍ୱାଭିମାନ ଯାତ୍ରା’ ଅଭିଯାନରେ ଗଞ୍ଜାମ ଜିଲାର ୫୨ ଜଣ ତୀର୍ଥଯାତ୍ରୀ ଶନିବାର ଛତ୍ରପୁର ନୂଆ ବସ୍‌ଷ୍ଟାଣ୍ଡରୁ ଗୁଜରାଟସ୍ଥିତ ପବିତ୍ର ସୋମନାଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri