ଦୁର୍ବଳ ହେବ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ,୧୩।୪ : ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ଖେଳାଇଛି। ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଲକ୍ଷାଧିକ ଲୋକଙ୍କ ଜୀବନ ଗଲାଣି। ଏହାର ପ୍ରଭାବ ସବୁ ରାଷ୍ଟ୍ରର ଅର୍ଥନୀତିକୁ ଦୋହଲାଇ ଦେଇଛି। ବିଶେଷକରି ଭାରତ ସମେତ ଦକ୍ଷିଣ ଏସିଆର ୮ ରାଷ୍ଟ୍ରର ଅର୍ଥନୈତିକ ଅବସ୍ଥା ଗତ ୪୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ ସ୍ଥିତିରେ ରହିବ। ସେହିପରି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଅତୀତରେ ମିଳିଥିବା ସଫଳତାକୁ କୋଭିଡ୍‌-୧୯ର କୋରଡ଼ା ମାଡ଼ ଅନେକାଂଶରେ ପୋଛିନେବ ବୋଲି ଆକଳନ କରିଛି ବିଶ୍ୱ ବ୍ୟାଙ୍କ।
କରୋନା ସଂକ୍ରମଣ ଯୋଗୁ ହେଉଥିବା ଆର୍ଥିକ କ୍ଷତି ନେଇ ସାଉଥ୍‌ ଏସିଆ ଇକୋନୋମିକ୍‌ ଫୋକସ୍‌ ପକ୍ଷରୁ ରବିବାର ଏକ ରିପୋର୍ଟ ପ୍ରକାଶ ପାଇଛି। ୬ ମାସ ତଳେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧି ହାର ୬.୩% ରହିବ ବୋଲି ଆକଳନ କରାଯାଉଥିବାବେଳେ ଏବେ ଉକ୍ତ ରିପୋର୍ଟରେ ପ୍ରକାଶିତ ତଥ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ସୂଚନାନୁସାରେ ଚଳିତ ବର୍ଷ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧି ମାତ୍ର ୧.୮୮ ରୁ ୨.୮୮% ମଧ୍ୟରେ ସୀମିତ ରହିବ। ସର୍ବବୃହତ୍‌ ଅର୍ଥନୀତି କୁହାଯାଉଥିବା ଭାରତରେ ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୧.୫-୨.୮% ରହିବ ବୋଲି ଆକଳନ କରାଯାଇଛି। ଏହା ୨୦୨୧ ମାର୍ଚ୍ଚ ଶେଷ ବେଳକୁ ୪.୮-୫% ମଧ୍ୟରେ ରହିପାରେ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କରୋନାକୁ ନେଇ ବିଶ୍ୱବ୍ୟାପୀ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା ଯୋଗୁ ସବୁ ରାଷ୍ଟ୍ରର ଅର୍ଥନୀତି ଦୁର୍ବଳ ହୋଇଯାଇଛି। ଭାରତ ସମେତ ଶ୍ରୀଲଙ୍କା, ନେପାଳ, ଭୁଟାନ ଏବଂ ବାଂଲାଦେଶରେ ମଧ୍ୟ ଅଭିବୃଦ୍ଧି ଦୁର୍ବଳ ରହିବ ବୋଲି ଆକଳନ କରାଯାଇଛି। ଅପରପକ୍ଷରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ମାଳଦ୍ୱୀପର ଅର୍ଥନୀତି ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରିବ ବୋଲି ଗତ ୭ ତାରିଖ ସୁଦ୍ଧା ମିଳିଥିବା ରିପୋର୍ଟ ଆଧାରରେ ବିଶ୍ୱବ୍ୟାଙ୍କ ପକ୍ଷରୁ ଏହି ଆକଳନ କରାଯାଇଛି। ସାମ୍ପ୍ରତିକ ସ୍ଥିତିରେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଏବଂ ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସତ୍ତ୍ୱେ ଏହି ଦେଶଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ୧୩ ହଜାରରେ ପହଞ୍ଚତ୍ଛି। ତେବେ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଏହା ଦକ୍ଷିଣ ଏସିଆରେ କମ୍‌ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।
ଭାରତରେ ୧୩୦ କୋଟି ଲୋକ ଲକ୍‌ଡାଉନ ମଧ୍ୟରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ରୋଜଗାର ହରାଇଲେଣି। ବହୁ ଛୋଟବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି। ଏପରି କି ବିଭିନ୍ନ ରାଜ୍ୟରେ ଫସିଥିବା ଦାଦନ ଶ୍ରମିକମାନେ ଜୀବିକା ହରାଇ ନିଜ ନିଜ ଭିଟାମାଟିକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ତେଣୁ ଏହି ଲକ୍‌ଡାଉନ ଚଳିତ ବର୍ଷର ଅର୍ଥନୈତିକ ଅବସ୍ଥାକୁ ଦୁର୍ବଳ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅର୍ଥନୈତିକ କଷ୍ଟକୁ ସାମୟିକ ଭାବେ କମ୍‌ କରିବା ସକାଶେ ଅଧିକରୁ ଅଧିକ ଆର୍ଥିକ ପ୍ୟାକେଜ୍‌ ଘୋଷଣା ସହ ବେରୋଜଗାର ହୋଇଥିବା ଦେଶାନ୍ତର ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଉକ୍ତ ରାଷ୍ଟ୍ରଗୁଡ଼ିକୁ ବିଶ୍ୱବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏପରି କି ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କୁ ଋଣ ପ୍ରଦାନ ନେଇ ଏଥିରେ ପ୍ରସ୍ତାବ ଦିଆଯାଇଛି। ଇତିମଧ୍ୟରେ ଲକ୍‌ଡାଉନ ଦ୍ୱାରା ପ୍ରଭାବିତ ହୋଇଥିବା ଲକ୍ଷଲକ୍ଷ ଗରିବଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଭାରତ ସରକାର ୨,୩୦୦କୋଟି ଡଲାରର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଅପରପକ୍ଷରେ ପାକିସ୍ତାନ ସରକାର ମଧ୍ୟ ୬୦୦କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ସଂକ୍ରମଣକୁ ରୋକିବା ଏବଂ ଲୋକଙ୍କୁ ସୁରକ୍ଷା ଦେବା ଜରୁରୀ ହୋଇପଡ଼ିଛି। ବିଶେଷକରି ଗରିବ ଲୋକଙ୍କୁ ସ୍ବାସ୍ଥ୍ୟସେବା ସହ ଆର୍ଥିକ ସହାୟତା ଯୋଗାଇବା ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକର ପ୍ରଥମ କର୍ତ୍ତବ୍ୟ ବୋଲି ବିଶ୍ୱବ୍ୟାଙ୍କର ବରିଷ୍ଠ ଅଧିକାରୀ ହାର୍ଟୱିଗ ସାଫର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?