ଦୁର୍ଘଟଣାରେ ହୋମଗାର୍ଡ ମୃତ

ବାରିପଦା ଅଫିସ,୨୬ା୧୨- ଡ୍ୟୁଟି ପରେ ଘରକୁ ଫେରିବା ବାଟରେ ମଙ୍ଗଳବାର ରାତିରେ ଦୁର୍ଘଟଣା ଘଟି ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ଜଣକ ହେଲେ ଜମିନି ଚନ୍ଦ୍ର ମହାନ୍ତ। ଲକ୍ଷ୍ମୀପୋଷି ଫାଣ୍ଡିରୁ ମଙ୍ଗଳବାର ରାତି ୧୦ଟା ବେଳେ ଡ୍ୟୁଟି ସାରି ସେ ଏକ ମୋଟର ସାଇକେଲ ଯୋଗେ ନିଜ ଘର ଚାନ୍ଦୁଆ ବ୍ଲକ ଅଧୀନ କରକଚିଆ ଗ୍ରାମକୁ ଫେରୁଥିବା ସମୟରେ କୌଶସି କାରଣରୁ ଝିନେଇ ଗ୍ରାମ ନିକଟରେ ଥିବା କେନାଲ ଭିତରକୁ ଖସି ପଡ଼ିଥିଲେ। ରାତି ସମୟରେ ସେହି ରାସ୍ତାରେ ଲୋକଙ୍କ ଯାତାୟାତ ନ ଥିବାରୁ କାହା ନଜରକୁ ଆସିପାରି ନ ଥିଲେ। ସକାଳୁ ସ୍ଥାନୀୟ ଲୋକେ ଶୌଚ ପାଇଁ ଯାଇଥିବାବେଳେ କେନାଲ ଭିତରେ କେହି ପଡ଼ିଥିବା ଦେଖି ପାଖକୁ ଯାଇ ଜାମିନୀକୁ ଚିହ୍ନି ପାରିଥିଲେ। କେନାଲରୁ ତାଙ୍କୁ ଉଦ୍ଧାର କରି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଚାନ୍ଦୁଆ ଥାନାରେ ଏକ ମାମଲା (ନଂ.୫୫/୧୯) ରୁଜୁ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ତାତିଲେ ଛାତ୍ରୀଛାତ୍ର: ପ୍ରଧାନଶିକ୍ଷକଙ୍କୁ ବହିଷ୍କାର ଦାବିରେ ଚାଲି ଚାଲି ଗଲେ ବିଡ଼ିଓଙ୍କ ନିକଟକୁ, ତା’ପରେ…

ମୋରଡା,୪।୮(ସ୍ମାରକ ମାଜୀ): ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ତଥା ପୋକଯୁକ୍ତଖାଦ୍ୟ, ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର, ବିଦ୍ୟାଳୟରୁ ଜିନିଷ ନେଇ ନେବା ଆଦି ବିଭିନ୍ନ ଅଭିଯୋଗ ନେଇ ପ୍ରଧାନଶିକ୍ଷକଙ୍କ ବହିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri