ଦୁର୍ଘଟଣା ରୋକିବା ପାଇଁ ନୂଆ ପ୍ରୟାସ, ଜାତୀୟ ରାଜପଥ କଡ଼ରେ ଲୋକଙ୍କ ପୂଜାର୍ଚ୍ଚନା

ବ୍ରହ୍ମପୁର ଅଫିସ,୩୧ା୧- ସଡକ ଦୁର୍ଘଟଣା ଜନିତ ମୃତ୍ୟୁହାର କମାଇବା ପାଇଁ ସରକାର ଅନେକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଏପରିକି ଦ୍ରୁତ ଗାଡି ଚାଳକଙ୍କୁ ସାବାଡ଼ କରିବା ପାଇଁ ଟ୍ରାଫିକ ନିୟମକୁ କଡାକଡି କରାଯାଇଛି। ଏହା ସତ୍ତ୍ବେ ମଧ୍ୟ ସଡକ ଦୁର୍ଘଟଣାରେ ଲୋକଙ୍କ ଧନଜୀବନ ଚାଲିଯାଉଛି। ଗତ ୨୫ ତାରିଖ ମଧ୍ୟରେ ବ୍ରହ୍ମପୁର ଦେଇ ଯାଇଥିବା ଜାତୀୟ ରାଜପଥ ନଂ.୧୬ ହଳଦିଆପଦର ଓଭରବ୍ରିଜ ଏଣ୍ଟ୍ରି ପଏଣ୍ଟଠାରୁ ଲାଞ୍ଜିପଲ୍ଲୀ ଓଭରବ୍ରିଜ ଏଣ୍ଟ୍ରି ପଏଣ୍ଟ ମଧ୍ୟରେ ୨ ମହିଳା ଓ ୪ ଜଣ ଯୁବକଙ୍କ ଜୀବନ ଦୁର୍ଘଟଣାରେ ଯାଇଛି। ସେହି ଜାତୀୟ ରାଜପଥ ଏବେ ଭଗବାନ ଭରସା ବୋଲି ଲୋକେ କହୁଛନ୍ତି। ଏହି ଆଶା ନେଇ ହଳଦିଆପଦର ଓ ଆଖପାଖ ଅଞ୍ଚଳର କେତେକ ଧର୍ମୀୟ ବିଶ୍ୱାସ ଲୋକ, ଜାତୀୟ ରାଜପଥ ଦେଇ ପ୍ରାତଃ ଭ୍ରମଣ କରୁଥିବା ଅବସରପ୍ରାପ୍ତ ଓ ବରିଷ୍ଠ ନାଗରିକ ଏଠାରେ ଘଟୁଥିବା ଦୁର୍ଘଟଣା ରୋକିବାକୁ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ସେମାନେ ବୁଧବାର ଓଭରବ୍ରିଜ ନିକଟରେ ମା’ଦୁର୍ଗାଙ୍କ ଫଟୋ ରଖି ପୂଜାର୍ଚ୍ଚନା କରିଥିଲେ। ଏପରିକି ଏଠାରେ ଆଉ ଦୁର୍ଘଟଣା ନ ଘଟିବା ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଅଚ୍ୟୁତାନନ୍ଦ ପାଣିଗ୍ରାହୀ, ପ୍ରବୀଣ ରାଓ, ବାଳକୃଷ୍ଣ ସାହୁ, ରାଧାକାନ୍ତ ଶତପଥୀଙ୍କ ସମେତ କେତେକ ଯୁବକ ଏହି ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଗତ ୩ ତାରିଖରେ ହଳଦିଆପଦର ଓଭିରବ୍ରିଜ ପଏଣ୍ଟରେ ଟ୍ରକ୍‌ ଧକ୍କାରେ ରୀତା କୁମାରୀ ହୋତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ମହେନ୍ଦ୍ର ହୋତା ଗୁରୁତର ହୋଇଥିଲେ। ସେହିପରି ୯ ତାରିଖରେ ଖଜୁରିଆ ବାଇପାସ୍‌ରେ ମଧ୍ୟ ଟ୍ରକ ଧକ୍କାରେ ପପୁନ ପାଢ଼ୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ହୋଇଥିବା ତାଙ୍କ ସାଙ୍ଗ ପ୍ରଶାନ୍ତ ସାହୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତ ୨୦ ତାରିଖରେ କଟକ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ସେହିପରି ଗତ ୧୫ ତାରିଖରେ ଖଜୁରିଆ ବାଇପାସ୍‌ରେ ଟ୍ରକ ଧକ୍କାରେ ଶିବ ଶଙ୍କର ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶାଳକ ଶିବ ପାତ୍ର ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଗତ ୨୪ ତାରିଖରେ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଟ୍ରକ୍‌ ଧକ୍କାରେ ଚିନ୍ମୟ ଦାସଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗ ପ୍ରୀତି ସୋମୟ ଦାସ ଗୁରୁତର ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ଗତ ୨୮ ତାରିଖରେ ହଳଦିଆପଦର ଓ ଲାଞ୍ଜିପଲ୍ଲୀ ଓଭରବ୍ରିଜ ନିକଟରେ ଏକ ଟ୍ରକ୍‌ ଧକ୍କାରେ ନନ୍ଦିନୀ ଗୌଡ଼ଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା କୈଳାସ ଗୌଡ଼ ଗୁରୁତର ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

ବନ୍ୟାରେ ବନ୍ୟଜନ୍ତୁ ଗାଁ ମୁହାଁ : ଦୁଇ ଜଣଙ୍କୁ ଆକ୍ରମଣ କଲା ବାରହା

ରାଜନଗର, ୨୧।୮ (ଭାସ୍କର ରାଉତରାୟ): ଭିତରକନିକା ଜଙ୍ଗଲରୁ ବନ୍ୟାଜଳରେ ଭାସି ଆସିଥିବା ଏକ ଜଙ୍ଗଲୀ ବାରହା ଶୁକ୍ରବାର ମଧ୍ୟାହ୍ନରେ ଓସ୍ତିଆ ପଞ୍ଚାୟତର ବନ୍ଧପଟଣା ଗାଁରେ ପଶି ଆତଙ୍କ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

୨ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ, ଜାଣନ୍ତୁ କାରଣ…

କୋଣାର୍କ,୨୧।୮: ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗରେ ୨ଜଣ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ। ଖବର ପାଇ ବଳଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri