ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଉଥିବାବେଳେ ଧରାପଡିଲେ ଅଭିଯୁକ୍ତ

ପଟ୍ଟାମୁଣ୍ଡାଇ,୧୫।୧୦(ସ୍ବ.ପ୍ର.): ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଉଥିବାବେଳେ ଧରାପଡିଛନ୍ତି ଅଭିଯୁକ୍ତ। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ମଙ୍ଗଳବାର ସକାଳ ୯ଟାବେଳେ ସ୍ଥାନୀୟ ଚୂନଢିଅ ପ୍ରକଳ୍ପ ପ୍ରାଥମିକ ସ୍କୁଲର ଦୁଇ ଛାତ୍ରୀ ଆସୁଥିବାବେଳେ ରଶ୍ମିରଞ୍ଜନ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଉଭୟଙ୍କୁ ଅପହରଣ କରି ନେଇଥିଲେ। ଖବର ପାଇ ଦୁଇ ଛାତ୍ରୀଙ୍କ ପିତା ଅପହରଣକାରୀଙ୍କ ପଛରେ ଗୋଡ଼ାଇ ଧରିପାରି ନ ଥିଲେ। କ୍ଷେତ୍ରପାଳ ଗାଁ ରାସ୍ତାରେ ଯାଉଥିବାବେଳେ ଦୁଇ ଛାତ୍ରୀ ପ୍ରାଣ ବିକଳରେ ରକ୍ଷା କର ରକ୍ଷା କର ବୋଲି ଚିତ୍କାର କରିଥିଲେ। ନିକଟରେ ଘାସ କାଟୁଥିବା କିଛି ଲୋକ ରାସ୍ତାକୁ ଆସି ଅପହରଣକାରୀଙ୍କ ବାଇକକୁ ଅଟକାଇଥିଲେ। ଦୁଇ ଝିଅଙ୍କୁ ଉଦ୍ଧାର କରିବା ସହିତ ତାଙ୍କୁ କାବୁ କରି ନେଇଥିଲେ। ସେହି ସମୟରେ ପଛରେ ଗୋଡ଼ାଇ ଥିବା ପିଲାଙ୍କ ବାପା ଆସି ପହଞ୍ଚି ଥିଲେ। ଉତ୍ୟକ୍ତ ଲୋକେ ଉକ୍ତ ବ୍ୟକ୍ତିଙ୍କୁ ବାନ୍ଧି ପିଟିଥିଲେ। ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ଅପହରଣକାରୀ ରଶ୍ମିରଞ୍ଜନ ବିଶ୍ୱାଳ ଓ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri