ଦୀପାବଳି ପାଇଁ ଲାଗେ ଗଧ ହାଟ: ଦାମ୍‌ ଲକ୍ଷେ ଟଙ୍କା

ଚିତ୍ରକୂଟ,୧୯।୧୦: ପ୍ରଭୁ ଶ୍ରୀରାମଙ୍କ ତପସ୍ୟା ସ୍ଥଳ ଚିତ୍ରକୂଟରେ ଦୀପାବଳି ଅବସରରେ ୩ ଦିନ ପାଇଁ ମନ୍ଦାକିନୀ ନଦୀ କୂଳରେ ଲାଗେ ଐତିହାସିକ ଗଧ ହାଟ। ଏଠାକୁ ଆସୁଥିବା ଗଧମାନଙ୍କର ନାଁ କୌଣସି ଫିଲ୍ମ ଷ୍ଟାର ଅବା ରାଜନେତାଙ୍କ ନାମ ଅନୁସାରେ ରଖାଯାଇଥାଏ। ଆଉ ଏହି ଗଧ ଗୁଡିକ ଲକ୍ଷ ଲକ୍ଷ ଟଙ୍କାରେ କିଣାବିକା ହୋଇଥାଆନ୍ତି। ବିଶେଷ କରି ଅଭିନେତ୍ରୀଙ୍କ ନାଁ ଦିଆଯାଇଥିବା ଗଧଙ୍କର ଅଧିକ ଚାହିଦା ଥାଏ ବୋଲି ଜଣେ ବ୍ୟବସାୟୀ କହିଛନ୍ତି। ବିଭିନ୍ନ ରାଜ୍ୟରୁ ଆସିଥିବା ବ୍ୟବସାୟୀମାନେ ଏଠାରେ କୋଟି କୋଟି ଟଙ୍କା ବ୍ୟବସାୟ କରିଥାଆନ୍ତି। ମୋଗଲ ଶାସକ ଔରଙ୍ଗଜେବ୍‌ ଏହି ମେଳାର ଆରମ୍ଭ କରିଥିବା କୁହାଯାଏ। ସେନାଙ୍କୁ ନେଇ ଦେଶ ଭ୍ରମଣ କରିବା ସମୟରେ ସେନାଙ୍କ ନିକଟରେ କମ୍‌ ଘୋଡା ଥିବା ଜାଣିବା ପରେ ସେ ଏହି ହାଟ ଆରମ୍ଭ କରିଥିଲେ। ଆଉ ଏଠାକୁ ଆଫଗାନିସ୍ତାନରୁ ଗଧ ଓ ଖଚର ବିକ୍ରି ପାଇଁ ଆସନ୍ତି ବୋଲି କୁହାଯାଏ। ଏହି ଗଧମାନଙ୍କୁ ନେଇ ପରବର୍ତ୍ତି ସମୟରେ ସେନାରେ ରଖାଯାଉଥିଲା। ସେବେଠାରୁ ଆରମ୍ଭ ହୋଇଥିବା ଏହି ଗଧ ମେଳା ଆଜି ପର୍ଯ୍ୟନ୍ତ ଚାଲି ଆସୁଛି। ଏଠାକୁ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ଼, ବିହାର, ରାଜସ୍ଥାନ, ଦିଲ୍ଲୀ, ଝାଡଖଣ୍ଡ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଓ ନେପାଳର ବ୍ୟବସାୟୀମାନେ କିଣାବିକା କରିବାକୁ ଆସିଥାଆନ୍ତି। ତେବେ ଗତବର୍ଷ ଏଠାରେ ୫ ଲକ୍ଷ ଟଙ୍କାରେ ଗଧ ବିକ୍ରି ହୋଇଥିବା ଶୁଣିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କୁ ଝଟକା: ସିନେଟ୍‌ରେ ଯୁଦ୍ଧ ବିରୋଧୀ ପ୍ରସ୍ତାବ ଗୃହୀତ

ୱାଶିଂଟନ, ୨୫ା୬: ଇରାନ୍‌ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଯୁଦ୍ଧନୀତିକୁ ବଡ଼ ବିରୋଧ କରାଯାଇ ସିନେଟ ପ୍ରଥମ ଥର…

ନାବାଳିକା ଗଣବଳାତ୍କାରର ଶିକାର

ଜି. ଉଦୟଗିରି, ୨୫ା୬ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହୋଇଥିବା ନେଇ ଫୁଲବାଣୀ ଟାଉନ୍‌ ଥାନାରେ…

୭୨ ଘଣ୍ଟା ସମୟ ଦେଲେ ସରପଞ୍ଚ ଚାମେଲୀ ଓଝା , କାର୍ଯ୍ୟାନୁଷ୍ଠାନ ନ ହେଲେ ଆପଣାଇବେ ଏହି ପନ୍ଥା…

କେନ୍ଦ୍ରାପଡ଼ା,୨୫ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ସରପଞ୍ଚ ଚାମେଲୀ ଓଝା   ଜଜାଙ୍ଗସ୍ଥିତ ଏସ୍‌ପି ଅଫିସ ସମ୍ମୁଖରେ ନ୍ୟାୟ ଦାବି କରି ବୁଧବାର ଧାରଣାରେ ବସିଥିଲେ।…

ଡେନ୍‌ମାର୍କରେ ମିଳିଲା ‘ଭାଇକିଂ’ ଯୁଗର ବିଶାଳ ବସ୍ତ୍ର ଉତ୍ପାଦନ କେନ୍ଦ୍ର

ସୋଫ୍ଟେନ (ଡେନମାର୍କ), ୨୫ା୬ (ଏପି): ୟୁରୋପର ପ୍ରାଚୀନ ଇତିହାସକୁ ନେଇ ବଡ଼ ପ୍ରତ୍ନତାତ୍ତ୍ୱିକ ସଫଳତା ମିଳିଛି। ଡେନ୍‌ମାର୍କରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଭାଇକିଂ ଯୁଗର ଏକ ବିଶାଳ ବସ୍ତ୍ର ଉତ୍ପାଦନ…

ମୌସୁମୀ ସକ୍ରିୟ, ବଢ଼ିବ ବର୍ଷା: ଏହି ସବୁ ଜିଲାରେ…

ଭୁବନେଶ୍ୱର,୨୫ା୬(ସୌମ୍ୟରଞ୍ଜନ ରାଉତ): ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି ସ୍ଥାନରେ…

ୟୁରୋପରେ ସାଂଘାତିକ ‘ହିଟ୍‌-ଡୋମ୍‌’

ଲଣ୍ଡନ, ୨୫ା୬ (ଏପି): ସମଗ୍ର ପଶ୍ଚିମ ୟୁରୋପରେ ସୃଷ୍ଟି ହୋଇଥିବା ‘ହିଟ୍‌-ଡୋମ୍‌’ (ଉତ୍ତପ୍ତ ବାୟୁ ବଳୟ) ଯୋଗୁ ବ୍ରିଟେନ, ଫ୍ରାନ୍ସ, ଇଟାଲୀ ଏବଂ ସ୍ପେନ୍‌ ଭଳି ପ୍ରମୁଖ…

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri