ବ୍ରହ୍ମପୁର ଅଫିସ,୨୬ା୧୦-ଦିନକ ପରେ ରବିବାର ପବିତ୍ର ଦୀପାବଳି। ଦକ୍ଷିଣ ଓଡ଼ିଶାର ଏକମାତ୍ର ବୃହତମ ବାଲୁଙ୍କେଶ୍ୱର ବାଣ ବଜାର ଏ ଯାଏ ଖୋଲିନାହିଁ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବାଲୁଙ୍କେଶ୍ୱର ବ୍ୟବସାୟୀଙ୍କୁ ଜିଲା ପ୍ରଶାସନ ତରଫରୁ ବାଣ ବିକ୍ରି ପାଇଁ ଲାଇସେନ୍ସ ମିଳିନି। ତେଣୁ ବାଣ ବଜାର ଖୋଲିବ କି ନାହିଁ ଅନିଶ୍ଚିତତା ମଧ୍ୟରେ ରହିଛି। ଅନ୍ୟପଟେ ବାଲୁଙ୍କେଶ୍ୱର ବାଣ ବଜାର ବ୍ୟତୀତ ସହରରେ ଅନ୍ୟ କେଉଁଠି ବାଣ ବିକ୍ରୟ ହୋଇପାରିବ ନାହିଁ ବୋଲି ଗତବର୍ଷଠାରୁ ଜିଲା ପ୍ରଶାସନ କଡା ନିର୍ଦ୍ଦେଶ ଜାରି କରିଛି। ଏଥିଯୋଗୁ ଚଳିତ ବର୍ଷ ସହରରେ ବାଣ ଫୁଟିବା ଦେଖିବାକୁ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ବିନା ଲାଇସେନ୍ସରେ ବେଆଇନ ଭାବେ ବାଲୁଙ୍କେଶ୍ୱର ବାଣ ବଜାରରେ ବ୍ୟବସାୟୀମାନେ ବାଣ ମହଜୁଦ ରଖିବା ସହ ବିକ୍ରୟ କରୁଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଗୋଷାଣିନୂଆଗାଁ ପୋଲିସ ବାଣ ବଜାରକୁ ଗତ ସୋମବାର ନିଜ ହେପାଜତକୁ ନେବା ସହ ଦୋକାନୀଙ୍କୁ ହାଜର ପାଇଁ ନୋଟିସ ଜାରି କରିଥିଲା। ବାଣବଜାରରେ ବ୍ୟବସାୟୀ ମାନେ ହାଜର ନ ହେବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଗୋଟିଏ ପରେ ଗୋଟିଏ ଏପରି ୪୭ଟି ଦୋକାନ ତାଲା ଭାଙ୍ଗି ସେଠାରେ ଥିବା ବାଣ ଯାଞ୍ଚ କରିଥିଲା। ପରେ ସେହି ଦୋକାନଗୁଡିକୁ ସିଲ କରିଦେଇଥିଲା। ଏ ନେଇ ୧୧୦/୧୯ରେ ୪୯ ବ୍ୟବସାୟୀଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା। ଅନ୍ୟପଟେ ବ୍ୟବସାୟମାନେ ନ୍ୟାୟ ପାଇଁ ଏସଡ଼ିଜେଏମ କୋର୍ଟରେ ଆବେଦନ କରିଥିଲେ। ଏସଡ଼ିଜେଏମ ଶୁକ୍ରବାର ଏହାର ଶୁଣାଣି କରି ଗୋଷାଣିନୁଆଗାଁ ଥାନାଧିକାରୀଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା ଥାନାଧିକାରୀ ସୁମିତ କୁମାର ସୋରେନ କହିଛନ୍ତି। ବାଲୁଙ୍କେଶ୍ୱର ବଜାରରେ ୪୯ ବ୍ୟବସାୟୀ ବାଣ ବେପାର କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କୁ ଶୁକ୍ରବାର ଯାଏ ବାଣ ବିକ୍ରି ପାଇଁ ଲାଇସେନ୍ସ ମିଳିନାହିଁ ବୋଲି ପୋଲିସ କହିଛି। ବାଣ ବଜାର ସିଲ୍ କରାଯାଇଥିବା ବେଳେ ଏବେ ସେଠାରେ ଦୁଇ ସେକ୍ସନ ଫୋର୍ସ ମୁତୟନ ହୋଇଥିବା ଥାନାଧିକାରୀ ସୋରେନ କହିଛନ୍ତି । ଏନେଇ ବାଣବଜାର କମିଟି ସଭାପତି ରିଙ୍କୁ ଗୌଡ଼ କୁହନ୍ତି ବ୍ୟବସାୟୀ ସଂଘ ଜିଲାପାଳଙ୍କ ଠାରୁ ବାଣ ବିକ୍ରୟ ଲାଇସେନ୍ସ ପାଇବା ପାଇଁ ଆଶା ରଖିଥିଲା। ଜିଲା ପ୍ରଶାସନ ତରଫରୁ ଲାଇସେନ୍ସ ମିଳି ନ ଥିବା ସେ କହିଛନ୍ତି ।
ପୁଣି ବାତ୍ୟା ଆଶଙ୍କା: ଅଞ୍ଚଳବାସୀଙ୍କ ବଢିଲା ଚିନ୍ତା
ଭଞ୍ଜନଗର, ୧୬।୧୧ (ବାବୁଲା ପ୍ରଧାନ): ଗତ ଅକ୍ଟୋବର ୨୮ ଓ ୨୯ ତାରିଖରେ ଗଞ୍ଜାମ ଜିଲାରେ ସଂଘଟିତ ଭୟାବହ ବନ୍ୟାରୁ ଭଞ୍ଜନଗର ଜଳସମ୍ପଦ ବିଭାଗ କିଛି ଶିକ୍ଷା…
ଥାନାରେ ପଶି ପୋଲିସ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ: ଗିରଫ ହୋଇ ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୧୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ ପଶି ଏସ୍ଆଇ ରାଜ କିଶୋର ପାତ୍ର ଏବଂ ହୋମଗାର୍ଡ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ…
ସୋରଡ଼ା ବ୍ଲକରେ ୩୫୦ରୁ ଊର୍ଦ୍ଧ୍ୱ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ସମୂହ ଇସ୍ତଫା:ଦରମା ପାଇଁ ଲାଞ୍ଚ ମଗାଯାଉଥିବା ଅଭିଯୋଗ ଆଣିଲେ କର୍ମଚାରୀ
ଛତ୍ରପୁର, ୧୬/୧୧(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାର ସୋରଡ଼ା ବ୍ଲକରେ କାର୍ଯ୍ୟରତ ୨୬ଟି ପଞ୍ଚାୟତର ୩୫୦ରୁ ଊର୍ଦ୍ଧ୍ୱ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସମୂହ ଇସ୍ତଫା ଦେଇଛନ୍ତି। କାର୍ଯ୍ୟକ୍ଷେତ୍ରରେ…
ବିଜେଡିର ଗଞ୍ଜାମ ସାଂଗଠନିକ ଜିଲା ପାଇଁ ନୂତନ କମିଟି ଘୋଷଣା:୪୮ ଜଣଙ୍କୁ ମିଳିଲା ସାଂଗଠନିକ ଦାୟିତ୍ୱ
ଛତ୍ରପୁର, ୧୬।୧୧(ଦଲ୍ଲୀପ ସାମଲ): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଗଞ୍ଜାମ ସାଂଗଠନିକ ଜିଲାର ନୂତନ ଜିଲା କମିଟି ଘୋଷଣା କରାଯାଇଛି। ଦଳର ସଭାପତି ତଥା ଓଡ଼ିଶାର…
ବନ୍ୟା ପରେ ଦାଉ ସାଜିଛନ୍ତି ହାତୀ: ଚିନ୍ତାରେ ଚାଷୀ
ଭଞ୍ଜନଗର, ୧୬।୧୧ (ବାବୁଲା ପ୍ରଧାନ): ଗୋଟିଏ ପଟେ ବନ୍ୟାରେ ଫସଲ ନଷ୍ଟ, ଅନ୍ୟପଟେ ହାତୀପଲଙ୍କ ଉପଦ୍ରବ। ଏଭଳି ଦୁଇମୁହାଁ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଘୁମୁସର ଅଞ୍ଚଳର ଚାଷୀ।…
ଜାତୀୟ ପ୍ରେସ୍ ଦିବସ : ଗଣତନ୍ତ୍ରର ସୁରକ୍ଷା ଓ ସୁଦୃଢ଼ୀକରଣରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭଞ୍ଜନଗର, ୧୬/୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ସୋମବାର ଜାତୀୟ ପ୍ରେସ୍ ଦିବସ…
କାର୍ତ୍ତିକ ମାସର ତୃତୀୟ ସୋମବାରରେ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ: ପାଣି ପାଇଁ ଡହଳବିକଳ ହେଲେ….
ଗଞ୍ଜାମ,୧୬/୧୧ (ବିଦ୍ୟାଧର ସାହୁ): ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ଅବସରରେ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ…
ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

