ଦିନକ ପରେ ଦୀପାବଳି: ବ୍ୟବସାୟୀଙ୍କୁ ମିଳିଲାନି ଲାଇସେନ୍ସ, ବାଣ ବଜାର ଖୋଲିବା ନେଇ ଅନିଶ୍ଚିତତା

ବ୍ରହ୍ମପୁର ଅଫିସ,୨୬ା୧୦-ଦିନକ ପରେ ରବିବାର ପବିତ୍ର ଦୀପାବଳି। ଦକ୍ଷିଣ ଓଡ଼ିଶାର ଏକମାତ୍ର ବୃହତମ ବାଲୁଙ୍କେଶ୍ୱର ବାଣ ବଜାର ଏ ଯାଏ ଖୋଲିନାହିଁ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବାଲୁଙ୍କେଶ୍ୱର ବ୍ୟବସାୟୀଙ୍କୁ ଜିଲା ପ୍ରଶାସନ ତରଫରୁ ବାଣ ବିକ୍ରି ପାଇଁ ଲାଇସେନ୍ସ ମିଳିନି। ତେଣୁ ବାଣ ବଜାର ଖୋଲିବ କି ନାହିଁ ଅନିଶ୍ଚିତତା ମଧ୍ୟରେ ରହିଛି। ଅନ୍ୟପଟେ ବାଲୁଙ୍କେଶ୍ୱର ବାଣ ବଜାର ବ୍ୟତୀତ ସହରରେ ଅନ୍ୟ କେଉଁଠି ବାଣ ବିକ୍ରୟ ହୋଇପାରିବ ନାହିଁ ବୋଲି ଗତବର୍ଷଠାରୁ ଜିଲା ପ୍ରଶାସନ କଡା ନିର୍ଦ୍ଦେଶ ଜାରି କରିଛି। ଏଥିଯୋଗୁ ଚଳିତ ବର୍ଷ ସହରରେ ବାଣ ଫୁଟିବା ଦେଖିବାକୁ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ବିନା ଲାଇସେନ୍ସରେ ବେଆଇନ ଭାବେ ବାଲୁଙ୍କେଶ୍ୱର ବାଣ ବଜାରରେ ବ୍ୟବସାୟୀମାନେ ବାଣ ମହଜୁଦ ରଖିବା ସହ ବିକ୍ରୟ କରୁଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଗୋଷାଣିନୂଆଗାଁ ପୋଲିସ ବାଣ ବଜାରକୁ ଗତ ସୋମବାର ନିଜ ହେପାଜତକୁ ନେବା ସହ ଦୋକାନୀଙ୍କୁ ହାଜର ପାଇଁ ନୋଟିସ ଜାରି କରିଥିଲା। ବାଣବଜାରରେ ବ୍ୟବସାୟୀ ମାନେ ହାଜର ନ ହେବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଗୋଟିଏ ପରେ ଗୋଟିଏ ଏପରି ୪୭ଟି ଦୋକାନ ତାଲା ଭାଙ୍ଗି ସେଠାରେ ଥିବା ବାଣ ଯାଞ୍ଚ କରିଥିଲା। ପରେ ସେହି ଦୋକାନଗୁଡିକୁ ସିଲ କରିଦେଇଥିଲା। ଏ ନେଇ ୧୧୦/୧୯ରେ ୪୯ ବ୍ୟବସାୟୀଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା। ଅନ୍ୟପଟେ ବ୍ୟବସାୟମାନେ ନ୍ୟାୟ ପାଇଁ ଏସଡ଼ିଜେଏମ କୋର୍ଟରେ ଆବେଦନ କରିଥିଲେ। ଏସଡ଼ିଜେଏମ ଶୁକ୍ରବାର ଏହାର ଶୁଣାଣି କରି ଗୋଷାଣିନୁଆଗାଁ ଥାନାଧିକାରୀଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା ଥାନାଧିକାରୀ ସୁମିତ କୁମାର ସୋରେନ କହିଛନ୍ତି। ବାଲୁଙ୍କେଶ୍ୱର ବଜାରରେ ୪୯ ବ୍ୟବସାୟୀ ବାଣ ବେପାର କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କୁ ଶୁକ୍ରବାର ଯାଏ ବାଣ ବିକ୍ରି ପାଇଁ ଲାଇସେନ୍ସ ମିଳିନାହିଁ ବୋଲି ପୋଲିସ କହିଛି। ବାଣ ବଜାର ସିଲ୍‌ କରାଯାଇଥିବା ବେଳେ ଏବେ ସେଠାରେ ଦୁଇ ସେକ୍ସନ ଫୋର୍ସ ମୁତୟନ ହୋଇଥିବା ଥାନାଧିକାରୀ ସୋରେନ କହିଛନ୍ତି । ଏନେଇ ବାଣବଜାର କମିଟି ସଭାପତି ରିଙ୍କୁ ଗୌଡ଼ କୁହନ୍ତି ବ୍ୟବସାୟୀ ସଂଘ ଜିଲାପାଳଙ୍କ ଠାରୁ ବାଣ ବିକ୍ରୟ ଲାଇସେନ୍ସ ପାଇବା ପାଇଁ ଆଶା ରଖିଥିଲା। ଜିଲା ପ୍ରଶାସନ ତରଫରୁ ଲାଇସେନ୍ସ ମିଳି ନ ଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri