ଦାରିଙ୍ଗବାଡ଼ିର ୨ କେନ୍ଦ୍ରରେ ସିସିଟିଭି କ୍ୟାମେରା

ଦାରଙ୍ଗବାଡ଼ି,୧୯ା୨(ଡି.ଏନ.ଏ) – ବୁଧବାରଠାରୁ ମାଟ୍ରିକ୍‌ ପରୀକ୍ଷା। ଦାରିଙ୍ଗବାଡ଼ି ବ୍ଲକରେ ମୋଟ ୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୋଟ ୧,୭୭୬ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରେ ରେଗୁଲାର ୧୪୩୫ ଜଣ ଛାତ୍ରୀଛାତ୍ର ରହିଥିବା ବେଳେ ଏକ୍ସରେଗୁଲାର ୩୪୧ ଛାତ୍ରୀଛାତ୍ର ରହିଛନ୍ତି। ସେଥିମଧ୍ୟରୁ ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୯୩ ଜଣଙ୍କ ମଧ୍ୟରୁ ରେଗୁଲାର ୧୯୯ , ଏକ୍ସରେଗୁଲାର ୯୪ ଛାତ୍ରଛାତ୍ରୀ ରହିଥିବା ବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମୋଟ ୩୦୧ ଜଣ ଙ୍କ ମଧ୍ୟରୁ ୨୫୩ ରେଗୁଲାର ଏବଂ ୪୮ ଏକ୍ସ ରେଗୁଲାର । ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋଟ ୨୪୧ ଜଣଙ୍କ ମଧ୍ୟରୁ ରେଗୁଲାର ୧୯୯ ଏବଂ ଏକ୍ସରେଗୁଲାର ୪୨ ରହିଛନ୍ତି। ସେହିପରି ବୁଡାଗୁଡ଼ା କେନ୍ଦ୍ରରେ ୨୧୯ ଜଣଙ୍କ ମଧ୍ୟରୁ ରେଗୁଲାର ୨୦୨ ଏବଂ ଏକ୍ସ ରେଗୁଲାର ୧୭ ଜଣ ରହିଛନ୍ତି। ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ୨୫୭ ଜଣଙ୍କ ମଧ୍ୟରୁ ୨୧୨ ରେଗୁଲାର ଏବଂ ୪୫ ଏକ୍ସ ରେଗୁଲାର ରହିଛନ୍ତି। ସେହିପରି ବ୍ରାହ୍ମଣୀଗାଁର ଅନ୍ୟ ଏକ ପରୀକ୍ଷା କେନ୍ଦ୍ର ପ୍ରଭାତୀତାରା ବାଳିକା ଉଚ୍ଚ ବିଦ୍ୟାଳୟରେ ୨୫୪ଙ୍କ ମଧ୍ୟରୁ ୨୦୧ ରେଗୁଲାର ଏବଂ ୫୩ ଏକ୍ସରେଗୁଲାର ଛାତ୍ରୀଛାତ୍ର ରହିଛନ୍ତି। କାଟିଙ୍ଗିଆ ଉଚ୍ଚ ବିଦ୍ୟାଳୟରେ ୨୧୧ଜଣଙ୍କ ମଧ୍ୟରୁ୧୬୯ ରେଗୁଲାର ଏବଂ ୪୨ ଏକ୍ସରେଗୁଲାର ଛାତ୍ରୀଛାତ୍ର ରହିଛନ୍ତି। ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଥାନାରେ ପ୍ରଶ୍ନପତ୍ର ରଖିବା ପାଇଁ ଦୁଇଟି ହବ୍‌ ଖୋଲାଯାଇଛି । ସେଠାରେ କଡ଼ା ସୁରାକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରହିଛି ା ସେହିପରି ବ୍ରାହ୍ମଣୀଗାଁ ଏବଂ ବୁଡାଗୁଡ଼ା ପରୀକ୍ଷାକେନ୍ଦ୍ରରେ କେବଳ ସିସିକ୍ୟାମେରା ଲଗାଯାଇଛି ା ସମସ୍ତ କେନ୍ଦ୍ରରେ ସଂପୃକ୍ତ ପ୍ରଧାନ ଶିକ୍ଷକ ପରୀକ୍ଷା ପରିଚାଳନା କରିବା ଦାୟିତ୍ୱରେ ରହିଥିବାବେଳେ ଦାରିଙ୍ଗବାଡ଼ି ବିଇଓ ବ୍ରହ୍ମାନନ୍ଦ ରାଉତ ଏବଂ ବିଆରସିସି, ଏବିଇଓ ମାନେ ନିରୀକ୍ଷକ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କ ମଧ୍ୟ ଉତ୍ସାହ ଦେଖାଯିବା ସହ ଏକାଧିତ୍କ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ଯୋଗୁଁ ଶିକ୍ଷାଦାନ ସଠିକ ଭାବେ କରାଯାଇ ନ ଥିବା
କିଛି ଛାତ୍ରୀଛାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଜନସମ୍ମିଳନୀ ଓ ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri