ଦହି ସହିତ ଏସବୁ ଖାଉଛନ୍ତି କି, ହୋଇଯାଆନ୍ତୁ ସାବଧାନ…

ଦହି ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୁର। ତେବେ ଏହା ସହିତ କେତେକ ଖାଦ୍ୟ ଏକାଠି ନ ଖାଇବାକୁ ଚିକିତ୍ସକ ବାରଣ କରିଥାନ୍ତି। ଦହି ସହିତ ଖଟା ଫଳ ନ ଖାଇବାକୁ କୁହାଯାଇଥାଏ। ଦହିରେ ଥିବା ଲାକ୍ଟିକ୍‌ ଏସିଡ୍‌ ସହିତ ଖଟା ଫଳର ଏଞ୍ଜାଇମ୍‌ ବିପରୀତ ପ୍ରତିକ୍ରିୟା ସୃଷ୍ଟି କରିବାର ଆଶଙ୍କା ରହିଥାଏ। ଏହାଦ୍ୱାରା ପାଚନ କ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଦହି ସହିତ ଆମ୍ବ ଖାଇବା ଉଚିତ ନୁହେଁ। ଆମ୍ବ ଶରୀରକୁ ଗରମ କରୁଥିବାବେଳେ ଦହି ଥଣ୍ଡା କରିଥାଏ। ତେଣୁ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଦହି ସହିତ ବିରିରୁ ପ୍ରସ୍ତୁତ କୌଣସି ଖାଦ୍ୟ ନ ଖାଇବା ଭଲ। ବିରି ଗ୍ୟାସ୍‌ ସୃଷ୍ଟି କରୁଥିବାବେଳେ ଦହି ସହିତ ମିଶିବା ଦ୍ୱାରା ପେଟ ଫାମ୍ପି ହେବାର ଆଶଙ୍କା ରହିଥାଏ। ସେହିପରି ଦହି ସହିତ ଚିକେନ୍‌, ଖଜୁରୀ, ତେଲରେ ଛଣା ଅବା ଭଜା ହୋଇଥିବା ଖାଦ୍ୟ ଖାଇଲେ ଏସିଡ଼ିଟି ହୋଇଥାଏ। ଦହି ସହିତ କଦଳୀ ଖାଇଲେ ପାଚନ କ୍ରିୟା ଧୀମା ହୋଇଯାଇଥାଏ। ତେଣୁ ଏହାକୁ ଦହି ସହିତ ନ ଖାଇବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲୀ, ବିଧାୟକଙ୍କୁ ନେଇ କହିଲେ…

କେନ୍ଦ୍ରାପଡ଼ା, ୧୩ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି…

ଆମେରିକାକୁ ଧୋଇଲେ ଜୟଶଙ୍କର: କଡ଼ା ଟାର୍ଗେଟ୍‌ କରି କହିଲେ…

ନୂଆଦିଲ୍ଲୀ,୧୩।୬:ଓମାନ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ନୌସେନାର କାର୍ଯ୍ୟାନୁଷ୍ଠାନରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ଆମେରିକା ନିକଟରେ କଡ଼ା…

ବୈତରଣୀ-କୋଚିଳା ସଙ୍ଗମସ୍ଥଳରେ ନାହଁ ଘେରିବନ୍ଧ: ପ୍ରତିବର୍ଷ ବନ୍ୟା ଦୁର୍ଦ୍ଦଶା ଭୋଗୁଛନ୍ତି ୩ ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବୈତରଣୀ ଓ କୋଚିଳା ନଦୀର ସଙ୍ଗମସ୍ଥଳ ଗାନ୍ଧୀଘାଟ ଶାସନ ପ୍ରତିବର୍ଷ ବନ୍ୟା ବିଭୀଷିକାର ଶିକାର ହେଉଛି।…

ସରକାରୀ ରାସ୍ତା ମରାମତି କାମକୁ ନେଇ ରକ୍ତାକ୍ତ କାଣ୍ଡ: ଯୁବକଙ୍କୁ ଛୁରାମାଡ଼ କରି ଅଭିଯୁକ୍ତ ଫେରାର୍‌

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଧୂଷୁରୀ ଥାନା ଅଧୀନ ବମକୁରା ପଞ୍ଚାୟତରେ ସରକାରୀ ରାସ୍ତା ମରାମତି କାମକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ,…

ହର୍ମୁଜରେ ଭାରତୀୟ ଜାହାଜ ଉପରେ ହୋଇଛି ଆକ୍ରମଣ: ଟ୍ରମ୍ପଙ୍କ ଦାବିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ଇରାନ

ଓ୍ବାଶିଂଟନ୍‌,୧୩।୬:ହର୍ମୁଜ ପ୍ରଣାଳୀ ନିକଟରେ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।…

କନଷ୍ଟେବଳଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ୧୨ ଘଣ୍ଟା ହେଲା ରାସ୍ତାରେ ଶବ ରଖି ରାସ୍ତାରୋକୋ, ଯାତାୟତ ଠପ୍‌

ବ୍ରହ୍ମପୁର, ୧୩/୬(ସୁବାସ ଚନ୍ଦ୍ର ପାଢ଼ୀ) : ପୋଲିସ କନଷ୍ଟେବଳ ଆଶୁତୋଷ ମୁର୍ଦଙ୍ଗୟା (୩୧)ଙ୍କୁ ଗତ ୫ ତାରିଖରେ ବିଜିପୁର ପୋଲିସ କ୍ୱାଟରରେ ତାଙ୍କ ସ୍ତ୍ରୀ ସା ନାୟକ…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ବାଏପାସ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ହାଇୱାକୁ ପିଟିଲା BMW କାର୍‌, ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ

ଭବାନୀପାଟଣା,୧୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବାଏପାସ୍‌ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri