Posted inଜାତୀୟ

ଦଳର ଏକମାତ୍ର ବିଧାୟକଙ୍କ ଇସ୍ତଫା

ଚଣ୍ଡିଗଡ଼,୨୭।୧: ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀରେ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ସମର୍ଥନକରି ଭାରତୀୟ ଜାତୀୟ ଲୋକଦଳ(ଆଇଏନ୍‌ଏଲ୍‌ଡି) ନେତା ଅଭୟ ସିଂ ଚୌଟାଲ ବୁଧବାର ହରିୟାଣା ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ନୂଆଦିଲ୍ଲୀରେ ମଙ୍ଗଳବାର ହୋଇଥିବା ହିଂସାର ଗୋଟିଏ ଦିନ ପରେ ତାଙ୍କ ଇସ୍ତଫାପତ୍ର ବାଚସ୍ପତି ଜିଆନ ଚାନ୍ଦ ଗୁପ୍ତାଙ୍କୁ ପ୍ରଦାନ କରିଛନ୍ତି। ବାଚସ୍ପତି ଏହାକୁ ଗ୍ରହଣ କରିଛନ୍ତି। କୃଷକଙ୍କ ଦାବି ପୂରଣ ହୋଇ ନ ଥିବାରୁ ସେ ଇସ୍ତଫା ଦେଇଥିବା ଏଥିରେ ଉଲ୍ଲେଖ କରିଛନ୍ତି। ଏହାପୂର୍ବରୁ ଅଭୟ ଜାନୁୟାରୀ ୨୬ ସୁଦ୍ଧା କୃଷକଙ୍କ ସମସ୍ୟାର ସମାଧାନ ନ ହେଲେ ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ୫୭ ବର୍ଷୀୟ ଅଭୟ ଦଳର ଏକମାତ୍ର ବିଧାୟକ ଥିଲେ। ସେ ଏଲେନାବାଦ ଆସନରୁ ପ୍ରତିନିଧିତ୍ୱ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି, କମାଏ ହୃଦ୍‌ରୋଗ ଆଶଙ୍କା

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri