ଦଣ୍ଡନୃତ୍ୟ ଗ୍ରାମୀଣ ସାଂସ୍କୃତିକ ଲୋକ ଜୀବନର ବିଭବ

ବଲାଙ୍ଗୀର ଅଫିସ,୧୫ା୧ – ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ବଲାଙ୍ଗୀର ବହିହାଟ ଷଷ୍ଠ ସନ୍ଧ୍ୟାରେ ଲୋକ ସାହିତ୍ୟ ଆଲୋଚନାକ୍ରମରେ ଦଣ୍ଡନୃତ୍ୟ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଆଲୋଚକଭାବେ ନାଟ୍ୟଶ୍ରୀ ଗଦାଧର ବାରିକ, ଗୁରୁଶ୍ରୀ ଡ ଘାସିରାମ ମିଶ୍ର, ମନୋରଞ୍ଜନ ସାହୁ, ମୁରଲୀଧାରୀ ପତି, ଅଧ୍ୟାପକ ଡ ଲକ୍ଷ୍ମଣ କୁମାର ମେହେର ଓ ପରିଷଦ ସୋନପୁର କାର୍ଯ୍ୟନିର୍ବାହୀ ସଦସ୍ୟ ଦିଲୀପ ପାତ୍ର ମଞ୍ଚାସୀନ ହୋଇଥିଲେ ା ସଭା ପ୍ରାରମ୍ଭରେ ପରିଷଦ ସମ୍ପାଦକ କପିଳେଶ୍ୱର ଖମାରୀ ସ୍ବାଗତ ବକ୍ତବ୍ୟ ଦେଇଥିଲେ ା ସଭାପତି ମଳୟ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ା ଆଲୋଚକମାନେ ଲୋକ ସାହିତ୍ୟରେ ଦଣ୍ଡନୃତ୍ୟର ଭୂମିକା ସମ୍ପର୍କରେ ଆଲୋଚନା କରିବାକୁ ଯାଇ ଦଣ୍ଡର ଉପତ୍ତ୍ତି, କ୍ରମବିକାଶ ଏବଂ ସ୍ଥିତି ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ା ଦଣ୍ଡନୃତ୍ୟର ପ୍ରକାର ଭେଦ ଓ ଗ୍ରାମୀଣ ଜନଜୀବନରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ ା ଦଣ୍ଡନୃତ୍ୟକୁ ଗ୍ରାମୀଣ ସାଂସ୍କୃତିକ ବିଭବ ଭାବେ ବର୍ଣ୍ଣନା କରି ଦଣ୍ଡନୃତ୍ୟ କଳାତ୍ମକତା ଏବଂ ପ୍ରଭାବଶାଳୀ ଲୋକ ଆବେଦନ ସମ୍ପର୍କରେ ଆଲୋଚନା କରିଥିଲେ ା ନାଟ୍ୟଶ୍ରୀ ବାରିକ ଷୋଳ ସୁଆଙ୍ଗ ଦଣ୍ଡ ଉପରେ କହିଥିଲେ ା ଆଲୋଚନ ଡ ମେହେର ଲୋକ ସାହିତ୍ୟ ବିକାଶ କ୍ରମରେ ଦଣ୍ଡନୃତ୍ୟର କ୍ରମବିକାଶ ଉପରେ କହିଥିଲେ ା ଗୁରୁଶ୍ରୀ ଡ ମିଶ୍ର ଦଣ୍ଡନୃତ୍ୟର ସଙ୍ଗୀତ ଓ ସାହିତ୍ୟ ଉପରେ କହିଥିଲେ ା ଆଲୋଚକ ପାତ୍ର ଦଣ୍ଡନୃତ୍ୟର ପ୍ରକାର ଭେଦ ଉପରେ କହିଥିବାବେଳେ ମୁରଲୀଧାରୀ ପତି ତାଙ୍କ ବକ୍ତବ୍ୟରେ ଦଣ୍ଡନୃତ୍ୟର ଗୀତ ସାହିତ୍ୟ ଉପରେ ଆଲୋଚନା କରିଥିଲେ ା ଆଲୋଚକ ମନୋରଞ୍ଜନ ସାହୁ ଦଣ୍ଡନୃତ୍ୟରେ ରସିକତା ଉପରେ କହିଥିଲେ ା ସଭାପତୀୟ ଅଭିଭାଷଣରେ ନାଟ୍ୟଭୂଷଣ ଛୁରିଆ ଦଣ୍ଡନୃତ୍ୟରେ ଗ୍ରାମୀଣ ଜନଜୀବନର ନିଛକ ଅଭିବ୍ୟକ୍ତି, ଅର୍ଦ୍ଧନାରୀଶ୍ୱର ଚେତନା ଓ ସରଳ ମଣିଷର ସାଂସ୍କୃତିକ ଉଚ୍ଚାଙ୍ଗ ସାହିତ୍ୟ ଓ ସଙ୍ଗୀତବୋଧ ଉପରେ ମତବ୍ୟକ୍ତ କରିଥିଲେ ା ସଭା ପରେ ଅପରାହ୍ଣରେ ଅନୁଷ୍ଠିତ କୌତୁକ ପୋଷାକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ା କୌତୁକ ପ୍ରତିଯୋଗିତା ଜୁନିଅର ବିଭାଗରେ ଓମ୍‌ ଅମୃତ ମହାନ୍ତି ପ୍ରଥମ, ରିୟାନ ମହାନ୍ତି ଦ୍ୱିତୀୟ, ଅଂଶୁମାନ୍‌ ମିଶ୍ର ଓ ସ୍ବସ୍ତିକ ପାଢ଼ୀ ତୃତୀୟ ସ୍ଥାନ ଅଧବକାର କରିଥିଲେ ା ସିନିଅର ବିଭାଗରେ ଐସିସ୍‌ ପଣ୍ଡା, ପ୍ରଥମ, ସମ୍ପ୍ରାନ୍ତ ପଟ୍ଟନାୟକ ଦ୍ୱିତୀୟ ଓ ବିନ୍ଦିଆ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): ସାରା ରାଜ୍ୟରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାରେ ୨ ଦିନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri