ତହସିଲ ପକ୍ଷରୁ ଚଢାଉ, ୨୩ଟି ଗାଡି ଜବତ

ଧର୍ମଶାଳା/ଚଢେଇଧରା/ଜେନାପୁର,୫।୬(ଡି.ଏନ୍‌.ଏ.)- ଢେଙ୍କାନାଳ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ଜିଲା ସୀମାନ୍ତ ଚଡ଼କମରା ଡଙ୍କାରୀ ପାହାଡରେ ଥିବା ବେଆଇନ କଳାପଥର ଖାଦାନରେ ଗତ ଏକ ତାରିଖରେ ବ୍ୟାପକ ଚଢାଉ କରାଯାଇଥିଲା। ଉକ୍ତ ଚଢାଉରେ ୨୯ରୁ ଊର୍ଦ୍ଧ୍ୱ ଗାଡି ଜବତ ହୋଇଥିଲା। ଢେଙ୍କାନଳ ପୋଲିସ ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନ ବେଶ୍‌ ପ୍ରସଂଶିତ ହୋଇଥିବାବେଳେ ଯାଜପୁର ଜିଲା ପ୍ରଶାସନର ବେଆଇନ ପଥର ମାଫିଆଙ୍କ ପ୍ରତି ନରମ ମନୋଭାବକୁ ନେଇ ପ୍ରଶ୍ନବାଚୀ ସୃଷ୍ଠି ହୋଇଥିଲା। ଏ ନେଇ ତଥ୍ୟ ସମ୍ବଳିତ ଖବର ଧରିତ୍ରୀରେ ଗତ ୩ ତାରିଖରେ ପ୍ରକାଶ ପାଇିବା ପରେ ଏବେ ଧର୍ମଶାଳା ତହସିଲ ସଜାଗ ହୋଇଛି। ମଙ୍ଗଳବାର ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ପୋଲିସ ପ୍ରଶାସନ ସହାୟତାରେ ବିଭିନ୍ନ ସ୍ଥାନରେ ଚଢାଉକରି ବେଆଇନଭାବେ କଳାପଥର ପରିବହନ କରୁଥିବା ୨୩ ଗାଡି ଜବତ କରିଛନ୍ତି। ତହସିଲ ପକ୍ଷରୁ ପ୍ରଥମଥର କରି ସର୍ବାଧିକ ୨୩ଟି ଗାଡି ଜବତ ହୋଇଥିବାବେଳେ ଏହି ଗାଡିଗୁଡିକଠାରୁ ୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ତହସିଲଦାର ବେଆଇନଭାବେ ପରିବହନ ହେଉଥିବା ୫୩ନଂ ଜାତୀୟ ରାଜପଥ ଚଢେଇଧରା, ଜେନାପୁର, ମାଣ୍ଡିଆ, ବରଡା, ପାଖର ଓ ଜାତୀୟ ରାଜପଥ ୫(କ) ଶ୍ରୀରାମପୁର ଟୋଲଗେଟ୍‌ ନିକଟରେ ଚଢାଉକରି ୧୬ଟି ହାଇୱା, ୫ ଟିପ୍ପର, ୨ ଟ୍ରକ୍‌ ଜବତ କରିଥିଲେ। ଚଢାଉରେ ଧର୍ମଶାଳା ତହସିଲଦାର ପଣ୍ଡାଙ୍କ ସମେତ ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି, ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁ, ଜେନାପୁର ଥାନା ଅଧିକାରୀ ସୁଶାନ୍ତ ଦାଶ, ଆର୍‌ଆଇ ବିରଞ୍ଚତ୍ ବୋଇତେଇ, ଏଆରଆଇ ଚନ୍ଦନ ସାହୁ, ଜଗବନ୍ଧୁ ଜେନା ପ୍ରମୁଖ ସାମିଲ ଥିଲେ। ରବିବାର ଓ ସେମାବାର ଜବତ ହୋଇଥିବା ୮ଟି ଗାଡି ମଧ୍ୟରୁ ୪ଟି ଗାଡିଠାରୁ ୧ଲକ୍ଷ ୭୦ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି। ପ୍ରକାଶ ଯେ, ଧର୍ମଶାଳା ତହସିଲର ୯୨ଟି ସଇରାତ ମଧ୍ୟରୁ ୪୬ଟି ନିଲାମ ହୋଇଥିଲାବେଳେ ଅବଶିଷ୍ଟ ୪୬ଟି ନିଲାମ ହୋଇନାହିଁ। ଏହାର ସୁଯୋଗ ନେଇ ପଥର ମାଫିଆମାନେ ପ୍ରତ୍ୟେହ ବିଭିନ୍ନ ମେସିନ୍‌ ସାହାଯ୍ୟରେ ନିଲାମ ହୋଇ ନ ଥିବା ସଇରାତଗୁଡିକରୁ ପଥର ଭାଙ୍ଗି ଚୋରାରେ ଚାଲାଣ କରୁଛନ୍ତି। ଫଳରେ ବହୁ ରାଜସ୍ବହାନୀ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri