ଡ୍ରେନ୍‌ ପାଲିଟିଛି ମଶାଙ୍କ ଆବାସସ୍ଥଳୀ

ଏରସମା,୧ା୮(ସ୍ବ.ପ୍ର.): ଏରସମା ବ୍ଲକ ସଦରମହକୁମାସ୍ଥିତ ଡ୍ରେନ ଗୁଡ଼ିକ ଦୀର୍ଘ ଦିନ ହେବା ସଫା କରାଯାଉ ନାହିଁ। ଫଳରେ ତାହା ବର୍ତ୍ତମାନ ଏଡିସ୍‌ ମଶାଙ୍କ ଆବାସସ୍ଥଳୀ ପାଲଟିଛି। ଏଥିସହିତ ବର୍ଷାଜଳ ପ୍ରବାହିତ ହେବାରେ ବାଧା ସୃଷ୍ଟି ହୋଇଛି। କିନ୍ତୁ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଏରସମା ବଜାରରୁ ବର୍ଷା ଜଳ ନିଷ୍କାସନ ପାଇଁ ବ୍ଲକ ଚାରି ପଟେ ରାସ୍ତା କଡ଼ରେ ଡ୍ରେନ ନିର୍ମାଣ କରାଯାଇଛି। ବିଶେଷ କରି ବ୍ଲକର ପଛ ପାଚେରି ବସ ଷ୍ଟାଣ୍ଡ୍‌ଠାରୁ ମହିମା ଆଶ୍ରମ ପର୍ଯ୍ୟନ୍ତ ଏକ ଡ୍ରେନ ଲମ୍ବିଛି। ଦେଉଳୀ ଗ୍ରାମ ନିକଟରୁ ଏକ ଡ୍ରେନ ଗାନ୍ଧି ଉଦ୍ୟାନ ନିକଟକୁ ଯାଇଛି। ମହିମା ଆଶ୍ରମ ନିକଟରୁ ମାଛ ବଜାର ଦେଇ ଏକ ଡ୍ରେନ ଉତର ଦିଗକୁ ଯାଇଛି। କାଶୀ ବିଶ୍ୱନାଥ ମନ୍ଦିରର ଯଜ୍ଞ ମଣ୍ଡପଠାରୁ ଫ୍ରେଣ୍ଡସ୍‌ କ୍ଲବ ଦେଇ ଏରସମା ହାଟକୁ ଏକ ଡ୍ରେନ୍‌ ଯାଇଛି। ପଞ୍ଚାୟତ କାଯର୍‌ୟାଳୟ ଦେଇ ଜଗନ୍ନାଥ ମନ୍ଦିର ନିକଟକୁ ମଧ୍ୟ ଏକ ଡ୍ରେନ ଲମ୍ବିଛି। ମାତ୍ର ଏହି ଡ୍ରେନ ଗୁଡିକ ଲକ୍ଷ୍ୟଠାରୁ ଦୂରେଇ ଯାଇଛି। ଭଙ୍ଗାଟିଣ, ପ୍ଲାଷ୍ଟିକ ଡବା, ଗାଡି ଟାୟାର, ଶୋଲରେ ତିଆରି ଖାଇବା ଥାଳି ଓ ଖୁରୀ ଆଦି ପଡି ରହୁଛି। ସେଥିରେ ପାଣି ଜମିବା ଦ୍ୱାରା ମଶା ମାଛିଙ୍କ ବଂଶ ବିସ୍ତାର ହେବାରେ ଲାଗିଛି। ଏଥି ସହିତ ଲୋକେ ସେଥିରେ ଆବର୍ଜନା ପକାଇ ଦେବା ଦ୍ୱାରା ତାହା ପଚି ଦୁର୍ଗନ୍ଧ ହେଲାଣି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ସମ୍ପର୍କରେ ବିଡିଓ କୈଳାଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଡ୍ରେନ୍‌ ସଫେଇ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏକ ସପ୍ତାହ ମଧ୍ୟରେ ସମସ୍ତ ଡ୍ରେନ୍‌ ସଫେଇ କାର୍ଯ୍ୟ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri