ଡ୍ରେନ୍‌ ପାଲିଟିଛି ମଶାଙ୍କ ଆବାସସ୍ଥଳୀ

ଏରସମା,୧ା୮(ସ୍ବ.ପ୍ର.): ଏରସମା ବ୍ଲକ ସଦରମହକୁମାସ୍ଥିତ ଡ୍ରେନ ଗୁଡ଼ିକ ଦୀର୍ଘ ଦିନ ହେବା ସଫା କରାଯାଉ ନାହିଁ। ଫଳରେ ତାହା ବର୍ତ୍ତମାନ ଏଡିସ୍‌ ମଶାଙ୍କ ଆବାସସ୍ଥଳୀ ପାଲଟିଛି। ଏଥିସହିତ ବର୍ଷାଜଳ ପ୍ରବାହିତ ହେବାରେ ବାଧା ସୃଷ୍ଟି ହୋଇଛି। କିନ୍ତୁ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଏରସମା ବଜାରରୁ ବର୍ଷା ଜଳ ନିଷ୍କାସନ ପାଇଁ ବ୍ଲକ ଚାରି ପଟେ ରାସ୍ତା କଡ଼ରେ ଡ୍ରେନ ନିର୍ମାଣ କରାଯାଇଛି। ବିଶେଷ କରି ବ୍ଲକର ପଛ ପାଚେରି ବସ ଷ୍ଟାଣ୍ଡ୍‌ଠାରୁ ମହିମା ଆଶ୍ରମ ପର୍ଯ୍ୟନ୍ତ ଏକ ଡ୍ରେନ ଲମ୍ବିଛି। ଦେଉଳୀ ଗ୍ରାମ ନିକଟରୁ ଏକ ଡ୍ରେନ ଗାନ୍ଧି ଉଦ୍ୟାନ ନିକଟକୁ ଯାଇଛି। ମହିମା ଆଶ୍ରମ ନିକଟରୁ ମାଛ ବଜାର ଦେଇ ଏକ ଡ୍ରେନ ଉତର ଦିଗକୁ ଯାଇଛି। କାଶୀ ବିଶ୍ୱନାଥ ମନ୍ଦିରର ଯଜ୍ଞ ମଣ୍ଡପଠାରୁ ଫ୍ରେଣ୍ଡସ୍‌ କ୍ଲବ ଦେଇ ଏରସମା ହାଟକୁ ଏକ ଡ୍ରେନ୍‌ ଯାଇଛି। ପଞ୍ଚାୟତ କାଯର୍‌ୟାଳୟ ଦେଇ ଜଗନ୍ନାଥ ମନ୍ଦିର ନିକଟକୁ ମଧ୍ୟ ଏକ ଡ୍ରେନ ଲମ୍ବିଛି। ମାତ୍ର ଏହି ଡ୍ରେନ ଗୁଡିକ ଲକ୍ଷ୍ୟଠାରୁ ଦୂରେଇ ଯାଇଛି। ଭଙ୍ଗାଟିଣ, ପ୍ଲାଷ୍ଟିକ ଡବା, ଗାଡି ଟାୟାର, ଶୋଲରେ ତିଆରି ଖାଇବା ଥାଳି ଓ ଖୁରୀ ଆଦି ପଡି ରହୁଛି। ସେଥିରେ ପାଣି ଜମିବା ଦ୍ୱାରା ମଶା ମାଛିଙ୍କ ବଂଶ ବିସ୍ତାର ହେବାରେ ଲାଗିଛି। ଏଥି ସହିତ ଲୋକେ ସେଥିରେ ଆବର୍ଜନା ପକାଇ ଦେବା ଦ୍ୱାରା ତାହା ପଚି ଦୁର୍ଗନ୍ଧ ହେଲାଣି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ସମ୍ପର୍କରେ ବିଡିଓ କୈଳାଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଡ୍ରେନ୍‌ ସଫେଇ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏକ ସପ୍ତାହ ମଧ୍ୟରେ ସମସ୍ତ ଡ୍ରେନ୍‌ ସଫେଇ କାର୍ଯ୍ୟ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri