Posted inଖେଳ

ଡୋପିଂ: ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବେ ଜ୍ୟାକ୍‌

ମେଲବୋର୍ନ,୨୮ା୭ (ଏଏଫ୍‌ପି)-ରିଲେ ବିଶ୍ୱରେକର୍ଡ ଅଧିକାରିଣୀ ଶାୟନା ଜ୍ୟାକ୍‌ ନିଜକୁ ଦୋଷମୁକ୍ତ ବୋଲି ପ୍ରମାଣ କରିବେ ବୋଲି କହିଛନ୍ତି। ଅଷ୍ଟ୍ରେଲିଆର ଏହି ଆଥଲେଟ୍‌ ଏକ ନିଷିଦ୍ଧ ଦ୍ରବ୍ୟଯୁକ୍ତ ଡ୍ରଗ୍ସ ସେବନ କରିଥିବା ଡୋପ୍‌ ଟେଷ୍ଟ ବେଳେ ଜଣାପଡ଼ିଥିଲା। ଏହି ଡ୍ରଗ୍ସକୁ ମାଂସପେଶୀକୁ ବଳିଷ୍ଠ କରିବା କ୍ଷେତ୍ରରେ ସହାୟକ ହୋଇଥାଏ। ଅଷ୍ଟ୍ରେଲିଆର ଏହି ୨୦ବର୍ଷୀୟା ଆଥ୍‌ଲେଟ ଅଷ୍ଟ୍ରେଲିଆର ୪x୧୦୦ ମିଟର ଫ୍ରିଷ୍ଟାଇଲ ଟିମ୍‌ର ଅନ୍ୟତମ ସଦସ୍ୟା। ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହି ଟିମ୍‌ ସ୍ବର୍ଣ୍ଣ ପଦକ ଲାଭ କରିଥିଲା। ଗତମାସରେ ପ୍ରତିଯୋଗିତା ବାହାରେ ଜ୍ୟାକ୍‌ ଲିଗାଣ୍ଡ୍ରୋଲ ପାଇଁ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। କିନ୍ତୁ ଶନିବାର ମିଡିଆ ରିପୋର୍ଟରେ ଏହା ପ୍ରକାଶ ପାଇବାପରେ ଲୋକଲୋଚନକୁ ଆସିଥିଲା। ଦକ୍ଷିଣ କୋରିଆରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍‌ ଆରମ୍ଭ ହେବାର କିଛିଦିନ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଜ୍ୟାକ୍‌ ଆକସ୍ମିକ ଭାବେ ସ୍ବଦେଶ ଫେରିଥିଲେ। ଏହା ଅନେକଙ୍କୁ ଅଶ୍ଚର୍ଯ୍ୟଚକିତ କରିଥିଲା। ଜ୍ୟାକ କହିଛନ୍ତି ମୁଁ ନିରୀହ, ମୋ ଜାଣତରେ କୌଣସି ନିଷିଦ୍ଧ ଡ୍ରଗ୍ସ ବ୍ୟବହାର କରିନାହିଁ। ସମ୍ଭବତଃ ସଂକ୍ରମଣ ଜନିତ କାରଣରୁ ଏହା ହୋଇଥାଇପାରେ। ସୁଇମିଂ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଲେ ରସେଲ ଡୋପ୍‌ ଟେଷ୍ଟ ଫଳାଫଳ ଫଳ ନେଇ ଦୁଃଖ ପ୍ରକାଶ କରିବା ସହ ଲଜ୍ଜାଜନକ ବୋଲି କହିଛନ୍ତି। ରସେଲ କହିଛନ୍ତି, ଡୋପ୍‌ ଟେଷ୍ଟ ବିଫଳ କଥା ମୁଁ ଜୁନ୍‌ ୨୬ରେ ଜାଣିବାକୁ ପାଇଥିଲି। ମାତ୍ର ଗଭର୍ନିଂବଡି ଏହାକୁ ଗୋପନ ରଖିବାକୁ ଚାହିଁଥିଲା। କାରଣ ଅଷ୍ଟ୍ରେଲିଆନ ସ୍ପୋଟର୍‌ସ ଆଣ୍ଟି ଡୋପିଂ ଅଥରିଟି (ଏଏସଏଡିଏ) ଏବଂ ସମ୍ପୃକ୍ତ ଆଥଲଟଙ୍କଠାରୁ ଟେଷ୍ଟ ଫଳାଫଳ ଉପରେ ପୁଙ୍ଖାନୁପୁଙ୍ଖ ରିପୋର୍ଟ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା: ପଦ୍ମ ଧରିଲେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ସହ ଶତାଧିକ ନେତା

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ (ବିଜେଡି)। ଜିଲାରେ କ୍ଷମତାରୁ ଅପସାରିତ ହୋଇଥିବା ବିଜେଡିକୁ ଏକ ବଡ଼ଧରଣର ରାଜନୈତିକ ଝଟ୍‌କା ଲାଗିଛି।…

କିଏ ହେବେ ଦେଶର ନୂଆ ଶିକ୍ଷାମନ୍ତ୍ରୀ? ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୋଦୀ କ୍ୟାବିନେରେ ହଲଚଲ, ସାମ୍ନାକୁ ଆସିଲା ବଡ଼ ନାଁ!

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏବେ ଚର୍ଚ୍ଚା ହେଉଛି ଯେ ଦେଶର ପରବର୍ତ୍ତୀ ଶିକ୍ଷାମନ୍ତ୍ରୀ କିଏ ହେବେ। ମୋଦୀ କ୍ୟାବିନେଟ୍‌ରେ କେତେକ ନାମକୁ ନେଇ ବିଚାର-ବିମର୍ଶ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

କୁଲାଡ ରଥଯାତ୍ରା: ତିନି ଠାକୁରଙ୍କ ସୁନାବେଶ: ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ

ଭଞ୍ଜନଗର, ୨୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ସ୍ଥିତ ଭଞ୍ଜ ରାଜବଂଶ ପକ୍ଷରୁ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ଏକ ଇତିହାସ ପ୍ରସିଦ୍ଧ ଧାର୍ମିକ…

ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ

ପୁରୀ,୨୫ା୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ, ତିନିରଥରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଆରମ୍ଭ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ…

ଯୌତୁକ ପାଇଁ ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ, ମୁହଁରେ ତକିଆ ଚାପିଥିବା ଅଭିଯୋଗ : ସ୍ବାମୀ ଗଲେ ଜେଲ                                        

ଦିଗପହଣ୍ଡି,୨୫|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଖଜୁରୀପଲ୍ଲୀ ଗ୍ରାମର ପୁଷ୍ପା ସେଠୀ(୨୭) ଙ୍କୁ ଅଧିକା ଯୌତୁକ ପାଇଁ ଶାରୀରିକ ଓ ମାନସିକ…

ଗୋଟେ ପଟେ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ, ଅନ୍ୟପଟେ ଭାଇରାଲ ହେଉଛି ମୋଦିଙ୍କ ପୋଷ୍ଟ

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଏହା ସହିତ, ‘କକ୍ରୋଚ ଜନତା ପାର୍ଟି’ – ଯାହା ଏକ ମାସରୁ ଅଧିକ…

ଆଧ୍ୟାତ୍ମିକ ପରିବେଶରେ ଥୁଆମୂଳ ରାମପୁର ବ୍ଲକରେ ବାହୁଡ଼ା ଯାତ୍ରା ସମ୍ପନ୍ନ: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ…

ଥୁଆମୂଳ ରାମପୁର,୨୫।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସଦର ମହକୁମା ସମେତ ଗୋପୀନାଥପୁର, ମହୁଲପାଟଣା, କର୍ଲାପାଟ ଓ ଗୁଣୁପୁର ଆଦି ସ୍ଥାନରେ ମହାପ୍ରଭୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri