Posted inଫୁରସତ

ଡିସେମ୍ବର ୨୨ରେ ଶାହରୁଖ୍‌ଙ୍କ ‘ଡଙ୍କି’

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ଫିଲ୍ମ ‘ଜୱାନ’ ବର୍ତ୍ତମାନ ବକ୍ସ ଅଫିସ୍‌ରେ ଧମାଲ କରୁଛି। ନିକଟରେ ସିନେମା ୪୦୦ କୋଟି କ୍ଲବରେ ସାମିଲ ହୋଇଛି। ଶାହରୁଖ ତାଙ୍କ ଆଗାମୀ ଫିଲ୍ମ ବାବଦରେ କିଛି ସୂଚନା ଦେଇଛନ୍ତି। ତେବେ ଚଳିତବର୍ଷ ତାଙ୍କର ଫିଲ୍ମ ‘ପଠାନ୍‌’ ଏବଂ ‘ଜୱାନ’ ରିଲିଜ୍‌ ପରେ ତାଙ୍କ ଆଗାମୀ ଫିଲ୍ମ ଆସନ୍ତା ବର୍ଷ ରିଲିଜ୍‌ ହେବ ବୋଲି କୁହାଯାଉଥିଲା। ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଫିଲ୍ମ ‘ଡଙ୍କି’ରେ ଶାହରୁଖ ନଜରକୁ ଆସୁଥିବାବେଳେ ତାହା ଏହି ବର୍ଷ ଶେଷକୁ ପରଦାକୁ ଆସିବ ବୋଲି ଜଣାପଡ଼ିଛି। ଚଳିତବର୍ଷ ଖ୍ରୀଷ୍ଟମାସ ଅବସରରେ ସିନେମା ରିଲିଜ୍‌ ହେବ ବୋଲି ଶାହରୁଖ ଘୋଷଣା କରିଛନ୍ତି। ତେବେ ଶାହରୁଖ୍‌ ତାଙ୍କ ପ୍ରଶଂସକଙ୍କ ପାଇଁ ଶ୍ରେଷ୍ଠ ଅଭିନୟ ଜାରି ରଖିଥିବା କହିଛନ୍ତି। ଡିସେମ୍ବର ୨୨ରେ ଏହା ଦର୍ଶକଙ୍କ ପାଖରେ ପହଞ୍ଚତ୍ବ। ଚଳଚ୍ଚିତ୍ରରେ ଶାହରୁଖ୍‌ଙ୍କ ବ୍ୟତୀତ ରାଜକୁମାର ହିରାନୀ, ତାପସୀ ପନ୍ନୁ, ଭିକ୍କି କୌଶଲ, ସତୀଶ ଶାହା, ବୋମାନ ଇରାନୀ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ମୁଭିଟି କମେଡି ଡ୍ରାମାରେ ଭରି ରହିଛି। ଶାହରୁଖ ୧୯୯୨ରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ସେବେଠାରୁ ସେ ଦର୍ଶକଙ୍କ ପସନ୍ଦ ରହିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଥାନା ଉପରେ ନିର୍ଭର କରୁଛି ପୁରୁଷୋତ୍ତମପୁର ପୋଲିସ: ମହିଳା-ଶିଶୁ ଡେକ୍ସରେ ପୁରୁଷ ଅଧିକାରୀ, ସମସ୍ୟା ଜଣାଇବାକୁ କୁଣ୍ଠିତ ପୀଡ଼ିତା

ପୁରୁଷୋତ୍ତମପୁର,୧୦।୫ (ସବିତା ମିଶ୍ର): ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ବଢ଼ିଚାଲିଥିବା ନିର୍ଯାତନାକୁ ରୋକିବା ସହ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସରକାରଙ୍କ ଗୃହ ବିଭାଗ…

କଟକରେ ବୁଲିଲା ଖଣ୍ଡା: ହଠାତ୍‌ ସ୍କୁଟିରେ ଆସି…

କଟକ,୧୧।୫: କଟକରେ ବୁଲିଲା ଖଣ୍ଡା । ଚନ୍ଦନ ଯାତ୍ରା ଚାଲୁଥିବା ସମୟରେ ଖଣ୍ଡାରେ ଆକ୍ରମଣ। ଏଭଳି ଅଭାବନୀୟ ଘଟଣା ଘଟିଛି ସଦର ଥାନା ପୁରୁଣା କାଚରାମାଳରେ। ମରଣାନ୍ତକ…

ବର୍ଷେ ପର୍ଯ୍ୟନ୍ତ ସୁନା ନ କିଣିଲେ କ’ଣ ଶସ୍ତା ହୋଇଯିବ ସୁନା? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: ଭାରତୀୟ ପରିବାରରେ ସୁନା ସର୍ବଦା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଆସିଛି, ତାହା ଅଳଙ୍କାର ଆକାରରେ ହେଉ କିମ୍ବା ନିବେଶ ଭାବରେ। ତଥାପି, ଭାରତ ବିଶ୍ୱର…

ସରକାର ଗଠନର ଗୋଟିଏ ଦିନ ପରେ ଦେଖାଦେଲାଣି ଫାଟ, ଅସନ୍ତୋଷ ପ୍ରକାଶ କଲେ ସହଯୋଗୀ …

ଚେନ୍ନାଇ,୧୧।୫: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ, ଜାତୀୟ ସଙ୍ଗୀତ(ଜନଗଣ ମନ) ଏବଂ ରାଷ୍ଟ୍ରଗୀତ(ବନ୍ଦେ ମାତରମ)…

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ନିଷ୍ପତ୍ତି: ଭାରତ-ବାଂଲାଦେଶ ସୀମାରେ ଲାଗିବ ତାରବାଡ଼

କୋଲକାତା,୧୧।୫: ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଶୁଭେନ୍ଦୁ ଅଧିକାରୀ ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇ ଦେବାକୁ ଘୋଷଣା…

ବସିଥିବା ବେଳେ ପୁଅକୁ ଧକ୍କାଦେଲା ପିକଅପ୍‌ ମେଡିକାଲରେ ଗଲାଜୀବନ: ରାଜପଥରେ ୨୬ରେ ଜଳୁଛି ନିଆଁ

କେସିଙ୍ଗା,୧୧।୫.(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ସୁକୁନାଭଟା ଗ୍ରାମ ନିକଟରେ ରବିବାର ଦୁର୍ଘଟଣା ଘଟିଛି। ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ପୁଅ ନରସିଂହ ସାହୁ(୧୭)ରାତିରେ ଜାତୀୟ…

ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଖାଆନ୍ତୁ କଖାରୁ ଫୁଲ

କଖାରୁ ଫୁଲ ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନେକେ ଏଥିରୁ ପ୍ରସ୍ତୁତ ପିଠା ଖାଇବାକୁ ଭଲ ପାଆନ୍ତି। ଏଥିରେ ଅନେକ ପ୍ରକାର ଭିଟାମିନ୍‌…

ଆମ୍ବଝରନ ଫରେଷ୍ଟ ରିଜର୍ଭରେ ଝୁଲୁଛି ଅଜଣା ମୃତଦେହ

ବଲାଙ୍ଗୀର,୧୧।୫: ବଲାଙ୍ଗୀର ଆଗଲପୁର ଥାନା ଅନ୍ତର୍ଗତ ଆମୱଝରନ ରିଜର୍ବ ଫରେଷ୍ଟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିଛି । ସୂଚନା ଅନୁଯାୟୀ, ଆମ୍ବଝରନ ରିର୍ଜବ ଫରେଷ୍ଟଠାରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri