ଡାକ୍ତର ନିଯୁକ୍ତି ଦାବି ନେଇ ଅନଶନରେ ବସିଲେ ସ୍ଥାନୀୟ ଲୋକେ

ବରଗଡ଼ ଅଫିସ,୧୯ା୬: ବରଗଡ଼ ଜିଲା ବିଜେପୁର ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପଦବୀ ଖାଲ ପଡ଼ିଛି । ଫଳରେ ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତି ଦାବିରେ ବୁଧବାର ସକାଳୁ ସ୍ଥାନୀୟ ଲୋକେ ବିଜେପୁର ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଅନଶନରେ ବସିଛନ୍ତି। ସୁଶାନ୍ତ କୁମାର ଗଡ଼ତୀୟ, ସଚ୍ଚିଦାନନ୍ଦ ପାତ୍ର ପ୍ରମୁଖ ଅନଶନରେ ସାମିଲ ହୋଇଛନ୍ତି । ପ୍ରକାଶଥାଉ କି, ବିଜେପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତି ଦାବିରେ ସ୍ଥାନୀୟ ଲୋକେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଏନକେ ପାଢ଼ୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ୧୫ ଦିନ ମଧ୍ୟରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତି କରା ନ ଗଲେ ସେମାନେ ଅନଶନରେ ବସିବେ ବୋଲି ଉକ୍ତ ସ୍ମାରକପତ୍ରରେ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇକୁ ହରାଇଲା ଗୁଜରାଟ

ଚେନ୍ନାଇ,୨୬ା୪: ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ବଳରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ (ଜିଟି) ୮ ଉଇକେଟରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)କୁ ପରାସ୍ତ କରିଛି।…

ଭଞ୍ଜନଗର ଠାକୁରାଣୀ ଯାତ୍ରା ଆରମ୍ଭ, ସହର ଉତ୍ସବମୁଖର

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ରବିବାର ଆରମ୍ଭ ହୋଇଯାଇଛି। ଯାତ୍ରାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଆତସବାଜି ଏବଂ…

ଜନଗଣନା କର୍ମଚାରୀଙ୍କୁ ମାଡ଼: ଧରାପଡ଼ିଲେ ୨ ଅଭିଯୁକ୍ତ

ପଟ୍ଟାଙ୍ଗି,୨୬ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଓଡ଼ିଶା ପକ୍ଷରୁ ଜନଗଣନା କରୁଥିବା କର୍ମଚାରୀଙ୍କ ମାଡ଼ ମାରିବା ଅଭିଯୋଗରେ ସେମ୍ୱି ଗ୍ରାମର…

ଦେଢ଼ କି.ମି. ରାସ୍ତାରେ ୧୦ ହମ୍ପ୍ସ

ନୂଆପଡ଼ା,୨୬ା୪ (ମକାରୁ ବେମାଲ): ଛତିଶଗଡ଼ ରାଜ୍ୟ ରାୟପୁରଠାରୁ ନୂଆପଡ଼ା ଜିଲା ଦେଇ ଗୋପାଳପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଅତ୍ୟଧିକ ହମ୍ପ୍ସ (ସ୍ପିଡ୍‌ ବ୍ରେକର) ଯୋଗୁ ଯାତାୟାତରେ…

୮ ଦିନର ସଂଘର୍ଷ ପରେ ହାରିଗଲେ ଶୁଭଶ୍ରୀ

ଥୁଆମୂଳ ରାମପୁର, ୨୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଶ୍ରୀମସ୍କା ଛକଠାରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ…

ଦେର୍ଲାଠିର ହିତାଧିକାରୀଙ୍କୁ ମିଳିଲା ପକ୍କାଘର କାର୍ଯ୍ୟାଦେଶ

ଥୁଆମୂଳ ରାମପୁର,୨୬ା୪(ଦୁର୍ଗା କୀର୍ତ୍ତି): ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ବାସ୍ତବ ରୂପ ନେଇଛି। କିଛିଦିନ ପୂର୍ବେ କଳାହାଣ୍ଡି ଜିଲା ପରିଷଦର ମୁଖ୍ୟ ଉନ୍ନୟନ…

ଟ୍ରମ୍ପଙ୍କ ଡିନରରେ ଗୁଳି ଚଳାଇଥିବା ଆକ୍ରମଣକାରୀଙ୍କ ଆସିଲା ଶିକ୍ଷାଗତ ଯୋଗ୍ୟତା, ଜାଣନ୍ତୁ…

ଓ୍ୱାଶିଂଟନ,୨୬ା୪: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଆୟୋଜିତ ପ୍ରତିଷ୍ଠିତ ‘ହ୍ୱାଇଟ ହାଉସ କରେସପଣ୍ଡେଣ୍ଟସ ଡିନର’ କାର୍ଯ୍ୟକ୍ରମରେ ଗୁଳିକାଣ୍ଡ ଘଟିଥିଲା। କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଥମ…

୨ ପରିବାରରେ ଖଣ୍ଡଯୁଦ୍ଧ: ୨ ବାଇକ୍‌ରେ ଠେଙ୍ଗାବାଡ଼ି ଧରି ଆସି…

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମରେ ପାରିବାରିକ ହିଂସା କାରଣରୁ ଦୁଇ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri