Posted inଭଦ୍ରକ

ଟ୍ରେନ୍‌ ଆଗକୁ ଡେଇଁଲେ ନାବାଳିକା: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭଦ୍ରକ ଅଫିସ, ୨୧।୧- ବିଜୟୱାଡାରୁ ହାଓ୍ବଡା ଅଭିମୁଖେ ଯାଉଥିବା ହମ୍‌ସଫର୍‌ ଏକ୍ସପ୍ରେସ୍‌ ସମ୍ମୁଖକୁ ଡେଇଁ ସୋମବାର ଅପରାହ୍ନରେ ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି। ମୃତା ନାବାଳିକାଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଆତ୍ମହତ୍ୟାର କାରଣ ମଧ୍ୟ ଜଣାପଡ଼ି ନାହିଁ। ହମ୍‌ସଫର୍‌ ଏକ୍ସପ୍ରେସ୍‌ର ଭଦ୍ରକ ଷ୍ଟେଶନରେ ରହଣି ନ ଥିବା କାରଣରୁ ଟ୍ରେନର ଗତି ଦ୍ରୁତ ଥିଲା। ନାବାଳିକା ଜଣଙ୍କ ଇଞ୍ଜିନ୍‌ ପଛ ବଗି ସିଧା ୩ ନଂ. ପ୍ଲାଟଫର୍ମରୁ ଡେଇଁ ପଡ଼ିଥିବାରୁ ୨ଟି ଗୋଡ଼ କଟିଯାଇଥିବା ବେଳେ ମୁହଁ ଓ ହାତ କ୍ଷତାକ୍ତ ହୋଇଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଜାଣିବା ପରେ ଚାଳକ ଟ୍ରେନ୍‌କୁ ଅଟକାଇଥିଲେ। ଗୁରୁତର ନାବାଳିକାଙ୍କୁ ଆର୍‌ପିଏଫ୍‌ ଉଦ୍ଧାର କରି ଭଦ୍ରକ ଜିଲା ଚିକିତ୍ସାଳୟକୁ ପଠାଇଥିଲା। ସେଠାରେ ପ୍ରଚୁର ରକ୍ତସ୍ରାବ ହୋଇଥିବାରୁ ନାବାଳିକାଙ୍କୁ ରକ୍ତ ପ୍ରଦାନ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଅପରାହ୍ନରେ ନାବାଳିକା ଜଣଙ୍କ କିଛି ସମୟ ଧରି ୩ ନମ୍ବର ପ୍ଲାଟ୍‌ଫର୍ମରେ ବୁଲୁଥିଲେ। ପ୍ରାୟ ସାଢ଼େ ୪ଟା ବେଳେ ସେ ହଠାତ୍‌ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ। ଟ୍ରେନ୍‌ ଧକ୍କାରେ ସେ ଛିଟିକି ରେଳଧାରଣା କଡ଼ରେ ପଡ଼ି ଯାଇଥିଲେ। ତାଙ୍କ ବାମଗୋଡ଼ ଟ୍ରେନ୍‌ରେ କଟି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବାବେଳେ ଡାହାଣ ଗୋଡ଼ ଛିନ୍‌ଭିନ୍‌ ହୋଇଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍‌ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ

ତିହିଡ଼ି, ୯।୯ (ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ଅନ୍ତର୍ଗତ ଗୁରୁଦାସପୁରଠାରେ ବୁଧବାର ସକାଳଠାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

କାର-ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri